ଶିଲଂ: ସୋମବାରଠାରୁ ମେଘାଳୟ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ତେବେ ପ୍ରଥମ ଦିନରେ ରାଜ୍ୟପାଳଙ୍କ ଭାଷଣକୁ କେନ୍ଦ୍ରକରି ଶାସକ ଓ ବିରୋଧୀ ଦଳ ବିଧାୟକଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଜଣାପଡିଛି । ରାଜ୍ୟପାଳ ଫଗୁ ଚୌହ୍ୱାନ ହିନ୍ଦୀରେ ଭାଷଣ ଦେଇଥିବାବେଳେ ଭିପିପି (ଭଏସ୍ ଅଫ୍ ଦି ପିପୁଲସ ପାର୍ଟି) ବିଧାୟକ ଆର୍ଡେଣ୍ଟ ମିଲର ବସାଇୱାମୋଏତ୍ ଏହାର ତୀବ୍ର ପ୍ରତିବାଦ କରିଥିଲେ । ମେଘାଳୟ ଏକ ହିନ୍ଦୀ ଭାଷାଭାଷୀ ରାଜ୍ୟ ହୋଇନଥିବାବେଳେ ରାଜ୍ୟପାଳ ହିନ୍ଦୀରେ ଭାଷଣ ଦେଇ ରାଜ୍ୟବାସୀଙ୍କ ମନୋଭାବକୁ କ୍ଷୁର୍ଣ୍ଣ କରିଥିବା ସେ ଅଭିଯୋଗ କରିଥିଲେ । ଏହି ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ କନ୍ରାଡ ସାଙ୍ଗମାଙ୍କ ସହ ମଧ୍ୟ ତାଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଶେଷର ଆର୍ଡେଣ୍ଟ କ୍ଷୁବ୍ଧ ହୋଇ କକ୍ଷତ୍ୟାଗ କରିଥିବା ଜଣାପଡିଛି ।