ଭୁବନେଶ୍ୱର : କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟମୟ ହୋଇ ଚାଲିଛି । ସେପଟେ ପୁଲିସ ମୃତ୍ୟୁ ପଛର ପରଦା ହଟାଇବାରେ ବିଳମ୍ବ ଘଟୁଥିବା ବେଳେ ଆସିଛି ରାଜଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ। ଶ୍ୱାସରୁଦ୍ଧ ହୋଇ ରାଜଶ୍ରୀଙ୍କର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଆତ୍ମହତ୍ୟା କି ହତ୍ୟା । ସେନେଇ ପୋଷ୍ଟମର୍ଟମ ରିପୋର୍ଟରୁ କିଛି ସ୍ପଷ୍ଟ ହୋଇନାହିଁ । ଭିସେରା ରିପୋର୍ଟ ଆସିବା ପରେ ପୁରା ଘଟଣା ସ୍ପଷ୍ଟ ହେବ । ସୂଚନା ମୁତାବକ, ହୋଟେଲ୍ ରୁମ୍ରୁ ନିଖୋଜ ହେବାରୁ ୨ ଦିନ ପରେ ମିଳିଥିଲା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ(୨୬) ପତ୍ତା । ଜଙ୍ଗଲରୁ ମହିଳା କ୍ରିକେଟରଙ୍କ ମୃତଦେହ ଉଦ୍ଧାର ହୋଇଥିଲା ଗୁରୁଡି ଝାଟିଆ ଜଙ୍ଗଲରୁ ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ରାଜଶ୍ରୀଙ୍କ ସ୍କୁଟିଠାରୁ ମାତ୍ର ୨୦୦ ମିଟର ଦୂରରୁ ମୃତଦେହ ଠାବ କରିଥିଲା ପୋଲିସ । ଜଙ୍ଗଲରୁ ଧବଳେଶ୍ୱର ଫାଣ୍ଡି ପୁଲିସ୍ ଜବତ କରିଥିବା ରାଜଶ୍ରୀଙ୍କ ଆକ୍ଟିଭା ସ୍କୁଟି ଡିକିରୁ ଏକ ହାତଲେଖା କାଗଜ ଏବଂ କଲମ ଜବତ କରାଯାଇଛି । କାଗଜଟି ସୁଇସାଇଡ୍ ନୋଟ୍ ବୋଲି ଚର୍ଚ୍ଚା ହେଉଛି ।