22.1 C
Bhubaneswar
Friday, January 24, 2025
Homeଓଡିଶାସ୍ୱର୍ଗଦ୍ୱାରରେ ଏଣିକି ବାହାର ଜିଲ୍ଲାର ଲୋକେ କରିପାରିବେ ଶବ ସତ୍କାର

ସ୍ୱର୍ଗଦ୍ୱାରରେ ଏଣିକି ବାହାର ଜିଲ୍ଲାର ଲୋକେ କରିପାରିବେ ଶବ ସତ୍କାର

ପୁରୀ: ସ୍ୱର୍ଗଦ୍ୱାରରେ ଏଣିକି ବାହାର ଜିଲ୍ଲା ଓ ରାଜ୍ୟ ବାହାର ଲୋକେ ଶବ ସତ୍କାର କରିପାରିବେ । ପୂର୍ବରୁ ଏଠାରେ ଲାଗୁ ହୋଇଥିବା କଟକଣାକୁ ହଟାଇ ଦିଆଯାଇଛି । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ପୁରୀ ସମେତ ବାହାର ଜିଲ୍ଲା ଓ ରାଜ୍ୟ ବାହାର ଲୋକେ ମଧ୍ୟ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରିପାରିବେ । ତେବେ ଶବ ସତ୍କାର ପାଇଁ ଆବଶ୍ୟକ କାଗଜପତ୍ର ସ୍ୱର୍ଗଦ୍ୱାର ସେବା ସମିତିର ରିସେପ୍‌ସନ୍ କାଉଣ୍ଟରରେ ଦାଖଲ କରିବାକୁ ପଡ଼ିବ । ଶବ ସତ୍କାର କାର୍ଯ୍ୟକ୍ରମରେ ସର୍ବାଧିକ ୧୦ ଜଣ ଲୋକଙ୍କୁ ଅନୁମତି ମିଳିବ । ମୃତକଙ୍କ ସଂପର୍କୀୟଙ୍କୁ କୋଭିଡ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଇଡଲାଇନ୍ ପାଳନ କରିବାକୁ ହେବ । ସେମାନେ ଠିକ୍ ଭାବରେ ମାସ୍କ ପିନ୍ଧିବେ । ହାତ ସାନିଟାଇଜ୍ କରିବା ସହିତ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବେ । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମର ବଢ଼ିବାରୁ ସ୍ୱର୍ଗଦ୍ୱାରରେ ପୁରୀ ବ୍ୟତୀତ ବାହାର ଜିଲ୍ଲାର ଲୋକଙ୍କୁ ଶବ ସତ୍କାର ପାଇଁ ଗତ ୭ ତାରିଖରେ କଟକଣା ଲାଗୁ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking