29.1 C
Bhubaneswar
Monday, March 17, 2025
Homeଦେଶ ବିଦେଶକୋଭୋଭାକ୍ସକୁ ବୁଷ୍ଟର ଡୋଜ୍ ମାନ୍ୟତା

କୋଭୋଭାକ୍ସକୁ ବୁଷ୍ଟର ଡୋଜ୍ ମାନ୍ୟତା

ନୂଆଦିଲ୍ଲୀ : ଡ୍ରଗ୍‌ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ଗୁରୁବାର ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ‘କୋଭୋଭାକ୍ସ’ କୋଭିଡ୍ ଟିକାକୁ ବୁଷ୍ଟର ଡୋଜ୍‌ଭାବେ ବ୍ୟବହାର କରିବାକୁ ସ୍ୱୀକୃତି ପ୍ରଦାନ କରାଯାଇଛି । କୋଭିସିଲ୍ଡ୍ କିମ୍ବା କୋଭାକ୍ସିନ୍‌ର ଦୁଇଟି ଡୋଜ୍ ନେଇସାରିଥିବା ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ଯୋଗ୍ୟ ବ୍ୟକ୍ତି ଏହାକୁ ବୁଷ୍ଟର ଡୋଜ୍‌ଭାବେ ନେଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଚୀନ୍ ସମେତ ଏକାଧିକ ରାଷ୍ଟ୍ରରେ ପୁଣି କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ‘କୋଭୋଭାକ୍ସ’କୁ ବୁଷ୍ଟର ଡୋଜ୍ ମାନ୍ୟତା ପ୍ରଦାନ କରିବାକୁ ସେରମ୍ ଇନ୍‌୍‌ଷ୍ଟିଚ୍ୟୁଟ୍ ପକ୍ଷରୁ ଡିଜିସିଏକୁ ଅନୁରୋଧ କରାଯାଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍ ଅନୁଯାୟୀ ଯେଉଁ ବ୍ୟକ୍ତି ନିର୍ଦ୍ଦିଷ୍ଟ ଟିକାର ଦୁଇଟି ଡୋଜ୍ ନେଇଥିବେ, ତାଙ୍କୁ ସେହି ଟିକା ବୁଷ୍ଟର ଡୋଜ୍ ଭାବେ ନେବାକୁ ପଡୁଛି । ତେବେ କୋଭୋଭାକ୍ସ ଏ କ୍ଷେତ୍ରରେ ଏକ ବ୍ୟତିକ୍ରମ ପାଲଟିଛି । କୋଭିସିଲ୍ଡ ହେଉ କିମ୍ବା କୋଭାକ୍ସିନ୍‌, ପୂର୍ବରୁ ଏହାର ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତି ଏଣିକି କୋଭୋଭାକ୍ସକୁ ବୁଷ୍ଟର ଡୋଜ୍‌ଭାବେ ନେଇପାରିବେ । ସୂଚନାଯୋଗ୍ୟ ସେଣ୍ଟ୍ରାଲ ଡ୍ରଗ୍‌ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସ୍‌ସିଓ)ର ବିଶେଷଜ୍ଞ କମିଟି କୋଭୋଭାକ୍ସକୁ ବୁଷ୍ଟର ଡୋଜ୍ ମାନ୍ୟତା ଦେବାକୁ ଡିସିଜିଆଇକୁ ସୁପାରିସ କରିସାରିଛନ୍ତି । ଡିସିଜିଆଇ ପୂର୍ବରୁ କେବଳ ପ୍ରାପ୍ତ ବୟସ୍କଙ୍କ ପାଇଁ ୨୦୨୧ ଡିସେମ୍ବର ୨୮ରେ କୋଭୋଭାକ୍ସର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଥିଲେ । ୨୦୨୨ ମାର୍ଚ୍ଚ ୯ରେ ଏହା ୧୨-୧୭ ବର୍ଷ ବୟସର କିଶୋରଙ୍କୁ ଏବଂ ୨୦୨୨ ଜୁନ ୨୮ରେ ୭-୧୧ ବର୍ଷ ବୟସର ପିଲାଙ୍କ ପାଇଁ ବ୍ୟବହାର ଅନୁମତି ଦେଇଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୨୧ ଡିସେମ୍ବର ୧୭ରେ କୋଭୋଭାକ୍ସ ଟିକାକୁ ସ୍ୱୀକୃତି ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking