23.1 C
Bhubaneswar
Friday, January 10, 2025
Homeଓଡିଶାକଟକଣା ନମାନିଲେ କାର୍ଯ୍ୟାନୁଷ୍ଠାନ

କଟକଣା ନମାନିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ନାଇଟ କର୍ଫ୍ୟୁ ଓ ୧୪୪ ଧାରା ନେଇ ଭୁବନେଶ୍ୱର ଡିସିପି ସୂଚନା ପ୍ରଦାନ କରିଛନ୍ତି । ଏହାକୁ ନେଇ ସେ କହିଛନ୍ତି, ନାଇଟ କର୍ଫଉ୍ୟ କଡାକଡି ଭାବରେ ଲାଗୁ କରାଯିବ । ବ୍ୟାପକ ପୋଲିସ ମୁତୟନ ହେବେ । କେବଳ ଅତ୍ୟାବଶ୍ୟକ ସେବା କର୍ମଚାରୀଙ୍କୁ ଯାଆସ ପାଇଁ ଅନୁମତି ମିଳିବ । ମେଡିକାଲ, ମିଡିଆ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଅନୁମତି ମିଳିବ । ନିଜ ସଂସ୍ଥା ଦ୍ୱାରା ପ୍ରଦତଃ ପରିଚୟ ପତ୍ର ଦେଖାଇ ସେମାନେ ଯାଇପାରିବେ । ରେଳ ଷ୍ଟେସନ, ଏୟାରପୋର୍ଟ ଯାଉଥିବା ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି ରହିଛି । ଆଉ ଯଦି ମେଡିକାଲ ଏମରଜେନ୍ସି ରହିଥାଏ, ତେବେ ତତସମ୍ବନ୍ଧୀୟ କାଗଜପତ୍ର ଦେଖାଇବେ ।
ଅନ୍ୟପଟେ ପୋଲିସ କମିଶନର ସୌମେନ୍ଦ୍ର ମିଶ୍ର କହିଛନ୍ତି, ଜନସାଧାରଣଙ୍କ ହିତ ପାଇଁ ଏବଂ କୋଭିଡ ସଂକ୍ରମଣକୁ ରୋକିବାକୁ ଏପରି କରାଯାଉଛି । କଟକ ଓ ଭୁବନେଶ୍ୱରବାସୀ ନ୍ଧବଙ୍କ କର୍ଫ୍ୟୁକୁ ଠିକ ଭାବରେ ମାନନ୍ତୁ  । ଅତ୍ୟାବଶ୍ୟ ସାମଗ୍ରୀ ପରିବହନ ଉପରେ କଟକଣା ରହିବ ନାହିଁ । ଜୀବନଜୀବିକା ସମନ୍ୱୟ ଜିନିଷକୁ ରୋକାଯିବ ନାହିଁ । କେବଳ ଯେତିକି ଆବଶ୍ୟକ ସେତିକି କରାଯିବ । ଅତୀତରେ ଯେପରି ପାସ୍ ସିଷ୍ଟମ ଥିଲା ସେମିତି ମଧ୍ୟ କରାଯିବ ନାହିଁ । କେବଳ ଅତ୍ୟାବଶ୍ୟକ ସେବାଯୋଗାଣକାରୀ କର୍ମଚାରୀଙ୍କୁ ଅନୁମତି ମିଳିବ । ସେମାନେ ପରିଚୟ ପତ୍ର ଦେଖାଇ ଯାଇପାରିବେ । କଚକ ସହରରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ୨୩ ଟି ଜାଗାରେ ଚେକ ପୋଷ୍ଟ ରହିବ । ପିସିଆର ମୋବାଇଲ ମଧ୍ୟ କାର୍ଯ୍ୟକାରୀ କରିବ । ପିସିଆର ମୋବାଇଲର ମାଇକିଂ ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯିବ । ଏସବୁ ସତ୍ୱେ ଯଦି ଅମାନିଆ ହେବେ ତାହେଲେ ପରବର୍ତ୍ତୀ ସମୟରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ସଂପର୍କରେ ଜନସାଧାରଣ ଅବଗତ ବୋଲି ପିସି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

ତେବେ କହିରଖୁଛୁ ରାଜ୍ୟରେ ଦୈନିକ ସଂକ୍ରମଣ ୩ ହଜାର ପାର୍ କରୁଛି । ସଂକ୍ରମଣ ରୋକିବାକୁ ସରକାର ଏପରି ପଦକ୍ଷେପ ନେଇଛନ୍ତି । ଲୋକଙ୍କୁ ବାରମ୍ବାର ଘରେ ରହିବାକୁ ନିବେଦନ କରିବା ସହ କୋଭିଡ ନିୟମ କଡାକଡି ପାଳନ କରିବାକୁ କହୁଛନ୍ତି । ହେଲେ ସବୁ ପରେ ବି ଲୋକେ ଏହାକୁ ଗୁରୁତର ସହ ନନେବାରୁ ସଂକ୍ରମଣରେ ରୋକ ଲାଗିପାରୁନାହିଁ । ଯେଉଁଥିପାଇଁ ସରକାର କଠୋର ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking