29.1 C
Bhubaneswar
Saturday, May 4, 2024
Homeଓଡିଶାରାଜ୍ୟରେ ଆଜି ଦୈନିକ ସଂକ୍ରମଣ ପୁଣି ୧୨ ହଜାର ଉପରେ, ସର୍ବାଧିକ ଖୋର୍ଦ୍ଧା

ରାଜ୍ୟରେ ଆଜି ଦୈନିକ ସଂକ୍ରମଣ ପୁଣି ୧୨ ହଜାର ଉପରେ, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରୁ କରୋନା ସଂକ୍ରମଣ ଯେପରି କମିବାର ନାଁ ନେଉନି। ଆଜି ଦୈନିକ ସଂକ୍ରମଣ ପୁଣି ୧୨ ହଜାର ଉପରେ ରହିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ, ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨,୫୨୩ କରୋନା ପଜିଟିଭ। ଏଥିମଧ୍ୟରୁ କ୍ୱାରେଣ୍ଟିରେ ୭, ୦୧୨ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ ୫,୫୧୧ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ବିଶେଷକରି ଚିନ୍ତା ବଢାଇଛି ଖୋର୍ଦ୍ଧା ଜିଲ୍ଲା। ସବୁଠାରୁ ଅଧିକ ସଂକ୍ରମତଙ୍କ ତାଲିକାରେ ଉପରେ ରହଛି ଏହି ଜିଲ୍ଲା। ଆଜି ଏଠାରୁ ଚିହ୍ନଟ ହୋଇଛନ୍ତି ୧,୮୪୨ ଜଣ ରୋଗୀ। ଏହାପଛରେ ରହିଛି କଟକ। ଏଠାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଉପରେ ରହିଛି। ୨୪ ଘଣ୍ଟାରେ ଏଠାରୁ ବାହାରିଛନ୍ତି୧,୦୮୪ ଜଣ ରୋଗୀ।

ଏହାବ୍ୟତୀତ ଅନୁଗୁଳରୁ ୯୩୦, ବାଲେଶ୍ୱରରୁ ୫୧୦, ବରଗଡରୁ ୩୧୫, ଭଦ୍ରକା ୧୭୭, ବଲାଙ୍ଗୀରରୁ ୨୯୬, ବୌଦ୍ଧରୁ ୩୬୫, ଦେବଗଡରୁ ୧୦୬, ଢେଙ୍କାନାଳରୁ ୧୩୨, ଗଜପତିରୁ ୫୩, ଗଞ୍ଜାମରୁ ୩୬୯, ଜଗତ୍‌ସିଂହପୁରରୁ ୩୨୫, ଯାଜପୁରରୁ ୪୧୯, ଝାରସୁଗୁଡାରୁ ୩୭୩, କଳାହାଣ୍ଡିରୁ ୪୯୧, କନ୍ଧମାଳରୁ ୧୦୦, କେନ୍ଦ୍ରାପଡାରୁ ୧୯୫, କେନ୍ଦୁଝରରୁ ୨୩୨, କୋରାପୁଟରୁ ୨୩୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking