ଭୁବନେଶ୍ୱର : ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୩ ହଜାର ତଳକୁ ହ୍ରାସ ପାଇଥିବା ବେଳେ ଆଜି ୩ ହଜାର ଉପରକୁ ବଢ଼ିଯାଇଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ସଂକ୍ରମଣ ଅଧିକ ରହିଥିବା ଦେଖିବାକୁ ମିଳିଛି । ଏହା ମଧ୍ୟରେ ଆଜି ପୁଣି ୩୩୭୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୯୨୨ ଓ ସ୍ଥାନୀୟ ଅଞ୍ଚଳରୁ ୧୪୪୯ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯ ହଜାର ୮୦୦ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୭୪ ହଜାର ୩୦୭ ରହିଥିବା ବେଳେ ୩୧ ହଜାର ୪୨୨ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଅନୁଗୁଳରୁ ୯୩ ଜଣ, ବାଲେଶ୍ୱରରୁ ୨୫୮ ଜଣ, ବରଗଡ଼ରୁ ୩୫ ଜଣ, ଭଦ୍ରକରୁ ୧୭୬ ଜଣ, ବଲାଙ୍ଗୀରରୁ ୧୨ ଜଣ, ବୌଦ୍ଧରୁ ୧୯ ଜଣ, କଟକରୁ ୪୬୮ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୫୮ ଜଣ, ଗଜପତିରୁ ୧୨ ଜଣ, ଗଞ୍ଜାମରୁ ୨୧ ଜଣ, ଜଗତସିଂହପୁରରୁ ୧୩୫ ଜଣ, ଯାଜପୁରରୁ ୨୧୦ ଜଣ, ଝାରସୁଗୁଡ଼ାରୁ ୧୫ ଜଣ, କଳାହାଣ୍ଡିରୁ ୧୧ ଜଣ, କନ୍ଧମାଳରୁ ୨୯ ଜଣ, କେନ୍ଦ୍ରାପଡ଼ାରୁ ୨୧୯ ଜଣ, କେନ୍ଦୁଝରରୁ ୭୦ ଜଣ, କୋରାପୁଟରୁ ୫୨ ଜଣ, ମାଲକାନଗିରିରୁ ୮୦ ଜଣ, ମୟୁରଭଞ୍ଜରୁ ୨୨୨ ଜଣ, ନବରଙ୍ଗପୁରରୁ ୩୪ ଜଣ, ନୟାଗଡ଼ରୁ ୧୩୫ ଜଣ, ନୂଆପଡ଼ାରୁ ୮ ଜଣ, ପୁରୀରୁ ୧୯୩ ଜଣ, ରାୟଗଡ଼ାରୁ ୫୯ ଜଣ, ସମ୍ୱଲପୁରରୁ ୨୮ ଜଣ, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୭୨ ଓ ଷ୍ଟେଟ ପୁଲରୁ ୯୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।