ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩,,୦୫୦ ପହଁଚିଛି । ଚିକିତ୍ସାଧୀନ ଅଛନ୍ତି ୨୩,୬୫୧ଜଣ । ଏଥିରେ ସୁସ୍ଥ ହୋଇ ଫେରିଛନ୍ତି ୮୩୨୪ ଜଣ । ମୃତ୍ୟୁବରଣ କରିଛନ୍ତି ୧୦୭୪ ଜଣ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ମହାରାଷ୍ଟ୍ରରେ ସର୍ବାଧିକ ୪୩୨ ଜଣଙ୍କର ମୃତ୍ୟୁ ଘଟିଲାଣି । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶ(୩୧ ), ଆସାମରେ(୧), ବିହାରରେ(୨), ଦିଲ୍ଲୀରେ(୫୬ ), ଗୁଜୁରାଟରେ( ୧୯୭), ହରିୟାଣାରେ(୩),ହିମାଚଳ ପ୍ରଦେଶରେ(୧), ଜମୁ ଓ କଶ୍ମୀରରେ(୮ ), ଝାଡଖଣ୍ଡରେ(୩),କର୍ଣ୍ଣାଟକ୍ରେ(୨୧), କେରଳରେ(୪),ମଧ୍ୟପ୍ରଦେଶରେ(୧୨୯), ମହାରାଷ୍ଟ୍ରରେ(୪୩୨),ମେଘାଳୟରେ(୧), ଓଡ଼ିଶାରେ(୧) ପଞ୍ଜାବରେ(୧୯), ରାଜସ୍ଥାନରେ(୫୧), ତାମିଲନାଡୁରେ(୨୭), ତେଲେଙ୍ଗାନାରେ(୨୬), ଉତ୍ତରପ୍ରଦେଶରେ(୩୯) ଓ ପଶ୍ଚିମବଙ୍ଗରେ(୨୨) । ହେଲେ କୋଭିଡ୍-୧୯ ଟ୍ରାକ୍ ତଥ୍ୟ ଅନୁସାରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୦୬୨ ଦର୍ଶାଯାଇଛି । ସେମାନଙ୍କ ମଧ୍ୟରୁ ୨୩,୫୪୬ଏବେ ସୁଦ୍ଧା ଚିକିତ୍ସାଧୀନ ଥିବାବେଳେ ୧,୦୭୯ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ୮,୪୩୭ ଜଣ ଚିକିତ୍ସାପରେ ସୁସ୍ଥ ହୋଇ ଫେରିଛନ୍ତି ।