26.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶବାରାଣାସୀରେ ହେବ ଦେଶର ପ୍ରଥମ ଅର୍ବାନ୍ ଟ୍ରାନ୍ସପୋର୍ଟ ରୋପ୍‌-ୱେ

ବାରାଣାସୀରେ ହେବ ଦେଶର ପ୍ରଥମ ଅର୍ବାନ୍ ଟ୍ରାନ୍ସପୋର୍ଟ ରୋପ୍‌-ୱେ

ବାରାଣସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ କ୍ଷେତ୍ର ବାରାଣସୀରେ ଦେଶର ପ୍ରଥମ ଅର୍ବାନ୍ ଟ୍ରାନ୍ସପୋର୍ଟ ରୋପ୍‌-ୱେ ନିର୍ମାଣ ହେବ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ଏହାର ଶିଳାନ୍ୟାସ କରିବେ । ବାରାଣସୀ ଷ୍ଟେସନ୍‌ରୁ ଗୋଦୌଲିଆ ପର୍ଯ୍ୟନ୍ତ ୩.୫ କିମି ଦୀର୍ଘ ଏହି ରୋପ୍‌-ୱେ ସଡ଼କଠାରୁ ୫୦ ମିଟର ଉଚ୍ଚରେ ନିର୍ମାଣ କରାଯିବ । ପ୍ରାୟ ୬୪୪ କୋଟି ଟଙ୍କା ବ୍ୟୟବରାଦରେ ନିର୍ମାଣ ହେବାକୁ ଥିବା ଏହି ରୋପ୍‌-ୱେ ଆଗାମୀ ଦୁଇବର୍ଷ ମଧ୍ୟରେ ଚଳାଚଳ ପାଇଁ ପ୍ରସ୍ତୁତ ହୋଇଯିବ ।

ସାଧାରଣତଃ ହିଲ୍ ଷ୍ଟେସନ୍‌ରେ ରୋପ୍‌-ୱେ ଦେଖିବାକୁ ମିଳିଥାଏ । ମାତ୍ର ଏହା ପ୍ରଥମ ରୋପ୍‌-ୱେ, ଯାହାକୁ ଅର୍ବାନ୍ ଟ୍ରାନ୍ସପୋର୍ଟ ପାଇଁ ବ୍ୟବହାର କରାଯିବ । ରୋପ୍‌-ୱେରେ ମୋଟ ୧୫୦ କେବଲ୍ କାର୍ ଅର୍ଥାତ୍ ଟ୍ରଲି ରହିବ ଏବଂ ପ୍ରତି ଦେଢ଼ରୁ ଦୁଇ ମିନିଟ୍ ମଧ୍ୟରେ ଲୋକଙ୍କ ପାଇଁ ଗୋଟିଏ ଟ୍ରଲି ଉପଲବ୍ଧ ହେବ । ଗୋଟିଏ କେବଲ୍ କାର୍‌ରେ ୧୦ ଜଣ ଯାତ୍ରା କରିପାରିବେ । ଗୋଟିଏ ଦିଗରେ ଏକ ଘଣ୍ଟାରେ ୩୦୦୦ ଲୋକ ଯାତ୍ରା କରିପାରିବେ ଏବଂ ଏହାର ସଂଞ୍ଚାଳନ ଦିନକୁ ୧୬ ଘଣ୍ଟା କରାଯିବ । ଏଥିପାଇଁ ଭୂମି ଅଧିଗ୍ରହଣ, ତାର ଏବଂ ପାଇପ୍ ଶିଫ୍ଟିଙ୍ଗ୍ କାର୍ଯ୍ୟ ଜୋର୍‌ସୋର ଚାଲିଛି ।

ରୋପ୍‌-ୱେ’ର ନିର୍ମାଣ ସ୍ୱିଜରଲାଣ୍ଡ କମ୍ପାନୀ ବର୍ଥୋଲେଟ୍ ଏବଂ ନାସ୍‌ନାଲ୍ ହାଇୱେ ଲିଜିଷ୍ଟିକ୍ ପ୍ରାଇଭେଟ୍ ଲିମିଟେଡ୍ (ଏନ୍‌ଏଚ୍‌ଏଲ୍‌ପିଏଲ୍‌)ର ମିଳିତ ଭାବେ କରିବେ । ଏନ୍‌ଏଚ୍‌ଏଲ୍‌ପିଏଲ୍‌ର ପ୍ରୋଜେକ୍ଟ ଡାଇରେକ୍ଟର ଅନୁରାଗ ତ୍ରିପାଠୀଙ୍କ ଅନୁସାରେ ପବ୍ଲିକ୍ ଟ୍ରାନ୍ସପୋର୍ଟ ପାଇଁ ରୋପ୍‌-ୱେ ବ୍ୟବହାରରେ ଭାରତ ବିଶ୍ୱର ତୃତୀୟ ଏବଂ ବାରାଣସୀ ଦେଶର ପ୍ରଥମ ସହର ହେବ । ଏବେ ବଲିଭିୟାର ଲାପାଜ୍ ଏବଂ ମେକ୍ସିକୋରେ ଅର୍ବାନ୍ ଟ୍ରାନ୍ସପୋର୍ଟ ପାଇଁ ରୋପ୍‌-ୱେ ବ୍ୟବହାର କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking