16.1 C
Bhubaneswar
Thursday, January 16, 2025
Homeଓଡିଶାକର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ ଘଟଣା; ୨ ମାମଲା ରୁଜୁ, ୨ ଗିରଫ

କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ ଘଟଣା; ୨ ମାମଲା ରୁଜୁ, ୨ ଗିରଫ

ଭୁବନେଶ୍ୱର: କର୍ପୋରେଟଙ୍କ ଭାଇ ଏବଂ ପୁତୁରାଙ୍କୁ ଗୁଳିମାଡ଼ ମାମଲାରେ ୨ ଅଭିଯୁକ୍ତଙ୍କୁ କମିଶନରେଟ୍ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଭାତଙ୍କ ସୁରକ୍ଷାକର୍ମୀ ଦିବାକର ଖାଲସା ଏବଂ ସହଯୋଗୀ ରାଜା ସାହୁ । ଦିବାକରଙ୍କ ଘର ଖୋର୍ଦ୍ଧା ଜିଲା ଟାଙ୍ଗୀ ଅଞ୍ଚଳରେ ହୋଇଥିଲା ବେଳେ ରାଜା ସାହୁ ଓରଫ ପିଣ୍ଟୁଙ୍କ ଘର ଝାରପଡ଼ା ଅଞ୍ଚଳରେ । ତେବେ ଏହି ଘଟଣାକୁ ନେଇ ପୁଲିସ ୨ଟି ଭିନ୍ନ ଭିନ୍ନ ମାମଲା ରୁଜୁ କରିଛି ।

ତେବେ ୨ ଟି ଭିନ୍ନ ଭିନ୍ନ ମାମଲାରେ ଏତଲାରେ ଥିବା କୌଣସି ଗୋଟିଏ ବି ଅଭିଯୁକ୍ତଙ୍କୁ ପୁଲିସ ହାତ ମାରି ନାହିଁ । ପୁଲିସ ସୂଚନା ମୁତାବକ, ଏହି ଘଟଣା ଘଟିବା ପରେ ପ୍ରଭାତ ମାର୍ଥାଙ୍କ ସ୍ତ୍ରୀ ପ୍ରୀୟଦର୍ଶୀ ମାର୍ଥାଙ୍କ ଅଭିଯୋଗ କ୍ରମେ ୨୬୨/୨୩ରେ ଏକ ମାମଲା ରୁଜୁ କରାଯାଇଥିଲା । ଯେଉଁଥିରେ ୪ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ସେମାନେ ହେଲେ ଶୀକର ଜେନା, ଆଲୋକ ଜେନା, ଦୀପକ ଜେନା ଏବଂ କର୍ପୋରେଟରଙ୍କ ସ୍ୱାମୀ ଶ୍ରୀଧର ଜେନା ।

ସେହିପରି ଶ୍ରୀଧର ଜେନାଙ୍କ ଅଭିଯୋଗକ୍ରମେ ପୁଲିସ ୨୬୪/୨୩ରେ ଏକ ମାମଲା ରୁଜୁ କରି ୭ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି । ଯେଉଁଥିରେ ୭ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ସେମାନେ ହେଲେ ପ୍ରଭାତ ମାର୍ଥା, ଜଗନ୍ନାଥ ପ୍ରଧାନ, ପ୍ରଦିପ ମାର୍ଥା, ଅମରଜିତ ମାର୍ଥା, ଅଜିତ ମାର୍ଥା, ଅମୀତ ମାର୍ଥା, ଉଲଜାହାନ୍ ମଙ୍ଗରାଜ । ସୂଚନାଯୋଗ୍ୟ, ଗତକାଲି ରାତି ୧୦ଟା୪୦ରେ ଗାଡ଼ି ସାଇଡ଼ ମରାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି ।

ରାଜନୈତିକ ଶତ୍ରୃତା- ଝାରପଡ଼ାରେ ଗତ କର୍ପୋରେଟର ନିର୍ବାଚନ ବେଳ ଠାରୁ ଆରମ୍ଭ ହୋଇଛି ଖୁଲମ୍‌ଖୁଲା ଶତ୍ରୃତା । ମାର୍ଥା ଏବଂ ଜେନା ପରିବାର ମଧ୍ୟରେ କର୍ପୋରେଟର ନିର୍ବାଚନ ବେଳେ ରାଜନୈତିକ ବିବାଦ ଆରମ୍ଭ ହୋଇଥିଲା । ଝାରପଡ଼ାରେ କର୍ପୋରେଟର ନିର୍ବାଚନ ବେଳ ଠାରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ବନ୍ଧୁକ ଏବଂ ଚାଳନା ପର୍ଯ୍ୟନ୍ତ ଗଲାଣି । ଥମିବାର ନା ଧରୁ ନାହିଁ । ବେଳେ ବେଳେ ଉଗ୍ର ରୂପ ନେଇଛି । ପୁଣି ଶାନ୍ତ ପଡ଼ିଯାଉଛି । ବହୁ ସମୟରେ ଏହି ବିବାଦ ଥାନା ପର୍ଯ୍ୟନ୍ତ ବି ଆସେ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ବନ୍ଧୁକର ଠିକଣା ପାଉନି ପୁଲିସ – ଏହି ମାମଲାରେ ଏପର୍ଯ୍ୟନ୍ତ ଗୋଟିଏ ରିଭୋଲଭର-୩୨ ମିଳିଥିଲା ବେଳେ ଆଉ ଗୋଟିଏ ପିସ୍ତଲ ଜବତ ହୋଇଛି । ଏହା ସହ ୮ଟି ଜୀବନ୍ତ ଗୁଳି ଏବଂ ୯ଟି ଖାଲି କାର୍ତ୍ତୁସ ମଧ୍ୟ ଜବତ କରାଯାଇଛି । ତେବେ ଗୋଟିଏ ବନ୍ଧୁକର ଲାଇସେନ୍ସ ଥିଲା ବେଳେ ଅନ୍ୟଟିର ଲାଇସେନ୍ସ ନାହିଁ । ଲାଇସେନ୍ସ ନଥିବା ବନ୍ଧୁକର ପରିଚୟ ଏପର୍ଯ୍ୟନ୍ତ ମିଳିପାରୁ ନାହିଁ । ଉକ୍ତ ବନ୍ଧୁକଟି କାହାର । କିଏ ତାକୁ ଧରୁଥିଲା । ସେଥିରୁ ଗୁଳି ଫୁଟିଛି କି ନାହିଁ । ତାହାକୁ ନେଇ ପ୍ରଶ୍ନ ଉଠିଛି । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ବନ୍ଧୁକରେ ପ୍ରକୃତ ରହସ୍ୟ ଲୁଚି ରହିଛି । ଯାହାକୁ ପୁଲିସ ଖୋଲିବାକୁ ଚାହୁଁ ନାହିଁ ।

ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ଆରମ୍ଭ- ଆଜି ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଥିଲା । ସେଠାରୁ ବିଭିନ୍ନ ଜିନିଷର ସାମ୍ପୁଲ ସଂଗ୍ରହ କରିବା ସହ ୯ଟି ଫୁଟନ୍ତା ଗୁଳିର ଭଗ୍ନାବଶେଷକୁ ଜବତ କରିଛି । ଏଗୁଡିକୁ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ପଠାଯିବ ।
ଘନଉଛି କଳା ବାଦଲ- କ୍ଷମତା ଲଢେଇରେ ୨ ହେବିୱେଟ୍ ଏବେ ବନ୍ଧୁକ ଏବଂ ଗୁଳିରେ ସାମ୍ନା ସାମ୍ନୀ ହୋଇଛନ୍ତି । ଗତକାଲି ଝାରପଡ଼ା ଅଶାନ୍ତ ହୋଇପଡ଼ିଥିଲା ବେଳେ ଆଜି ଏକ ପ୍ରକାର ଶାନ୍ତ ହୋଇ ପଡିଛି । ଗୋଟିଏ ପକ୍ଷର ଅଧିକାଶଂ ବ୍ୟକ୍ତି ଫେରାର ହୋଇପଡ଼ିଥିଲା ବେଳେ ଅନ୍ୟପକ୍ଷ ଗଳି କାଣ୍ଡକୁ ନେଇ ତର୍ଯମା କରୁଥିବା ସାଧାରଣରେ କୁହାଯାଉଛି ।

ଏଥିପାଇଁ ଆଜି ଝାରପଡ଼ା ଏକ ପ୍ରକାର ଶାନ୍ତ ପଡିଯାଇଥିଲା । ତେବେ ଏହି ନିରବତାକୁ କଳା ବାଦଲ ଘନଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହା ଝଡ଼ ପୂର୍ବର ନିରବତା ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି । ତେବେ ପରିସ୍ଥିତି କଣ୍ଟ୍ରୋଲରେ ରହିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

ଉଭୟ ପକ୍ଷ ବନ୍ଧୁକ ରଖିବା ସହ ଗୁଳି ଚଳାଇବା ଅଭିଯୋଗ- ଉଭୟ ମର୍ଥା ଏବଂ ଜେନା ପରିବାର ସଦସ୍ୟ ବନ୍ଧୁକ ରଖିବା ଏବଂ ଗୁଳି ଚଳାଇବା ନେଇ ଅଭିଯୋଗ ହୋଇଛି । ଏହି ଆଧାରରେ ମାମଲା ମଧ୍ୟ ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking