ଭୁବନେଶ୍ୱର: ଅନୁଗୁଳସ୍ଥିତ ଆଇଆଇଟି ଭୁବନେଶ୍ୱରର ୧୦ ଜଣ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସୂଚନା ପ୍ରଦାନ କରିଛନ୍ତି । ୪୦ ଜଣ ଛାତ୍ରଙ୍କ ଆରଟିପିସିଆର ଟେଷ୍ଟ କରାଯାଇଥିଲା । ସେମାନଙ୍କର ଏବେ ରିପୋର୍ଟ ଆସିଛି । ପୂର୍ବରୁ ୮ ଜଣ ଚିହ୍ନଟ ହୋଇଥିଲେ । ଆଜି ଆଉ ୨ ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତ ସଂକ୍ରମିତ ନିଜସ୍ୱ ଆଇସୋଲେସନରେ ଅଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ବର୍ତମାନ ଅନେକ ଶିକ୍ଷାନୁଷ୍ଠାନରେ କରୋନା ଆତଙ୍କ ଖେଳାଇଛି । ପୂର୍ବରୁ ଏକ୍ସଆଇଏମବିରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଆଲେନ ଇନଷ୍ଟିଚ୍ୟୁଟ ଏବଂ ଅନୁଗୁଳସ୍ଥିତ ଆଇଆଇଟି ରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଚିନ୍ତା ବଢୁଛି । ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ସୂଚନା ମିଳିଛି ।