29.1 C
Bhubaneswar
Saturday, July 27, 2024
Homeକରୋନାସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ

ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ କରୋନା ରେକର୍ଡ ଭାଙ୍ଗୁଛି । ଭାରତରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣ ର ୪୦୧୯୯୩ ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯୧୬୪୯୬୯ ହୋଇଛି । ଅନ୍ୟପଟେ ୨୪ ଘଣ୍ଟାରେ ମୃତକଙ୍କ ସଂଖ୍ୟା ୩୫୨୩କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୨୧୧୮୫୩ ହୋଇଛି ।
ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରକୁ ପଚାରିଛନ୍ତି ଦିଲ୍ଲୀ ପଠାଯିବାକୁ ଥିବା ଅକ୍ସିଜେନ ଟ୍ୟାଙ୍କରକୁ ଆଦେଶ ପରେ ରାଜସ୍ଥାନ ସରକାର ଏପର୍ଯ୍ୟନ୍ତ ଛାଡିନାହାନ୍ତି କଣ ପାଇଁ । ହସ୍ପିଟାଲରେ ଅକ୍ସିଜେନ ଆବଶ୍ୟକ ଥିବା ବେଳେ ଅକ୍ସିଜେନ ଅଭାବ ଦାୟିତ୍ୱହୀନତା । ଶୁଣାଣୀ ସମୟରେ ହାଇକୋର୍ଟ ପ୍ରଶ୍ନ ଉଠାଇଥିଲେ ଯେ, ଦିଲ୍ଲୀ ସରକାର ଏପର୍ଯ୍ୟନ୍ତ ଆର୍ମୀ, ନାଭି ଏବଂ ଏୟାରଫୋର୍ସକୁ ଏପର୍ଯ୍ୟନ୍ତ କଣ ପାଇଁ ଅନୁରୋଧ କରିନାହାନ୍ତି । ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କରୋନା ଭାଇରସ ମହାମାରୀରୁ ବର୍ତିବା ପାଇଁ ଏକ ରଷ୍ଟ୍ରୀୟ ନୀତି ଉପରେ ରାଜନୈତିକ ସର୍ବସମ୍ମତି ବନାଇବା ପାଇଁ କେନ୍ଦ୍ରକୁ ଶନିବାର ଅପିଲ କରିଛନ୍ତି । ଗାନ୍ଧୀ ଏକ ଭିଡିଓ ବାର୍ତାରେ କହିଛନ୍ତି ଯେ, ଏବେ ସମୟ ଆସିଯାଇଛି କି କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ ହୁଅନ୍ତୁ ଏବଂ ନିଜ କର୍ତବ୍ୟ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking