30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକେମିତି ଲାଳନ ପାଳନ ହୋଇଥିଲେ ଟାଗୋର

କେମିତି ଲାଳନ ପାଳନ ହୋଇଥିଲେ ଟାଗୋର

ଭୁବନେଶ୍ୱର: ଟାଗୋରଙ୍କ ପିଲାବେଳ ନାମ “ରବି” ବା “ରୋବି” ଥିଲା। ପରିବାରର ୧୪ ପିଲାଙ୍କ ମଧ୍ୟରେ ସେ ବାପା ମା’ଙ୍କ ସବୁଠୁ ସାନ ପୁଅ ଥିଲେ । ସେ ଜୋରସଙ୍କୋ mansion କଲିକତାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦେବେନ୍ଦ୍ରନାଥ ଟାଗୋର (୧୮୧୭-୧୯୦୫) ଓ ମା’ଙ୍କ ନାମ ଶାରଦା ଦେବୀ(୧୮୩୦-୧୮୭୫) ଥିଲା । ଟାଗୋର ଛୋଟବେଳୁ ତାଙ୍କ ଚାକରମାନଙ୍କଦ୍ୱାରା ଲାଳନ ପାଳନ ହୋଇଥିଲେ; କାରଣ ଛୋଟବେଳୁ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଯାଇଥିଲା ଓ ତାଙ୍କ ବାପା ଅଧିକାଂଶ ସମୟ ଦୂରକୁ ଯାତ୍ରା କରୁଥିଲେ । ଟାଗୋର ପରିବାର ବଙ୍ଗଳାର ପୁର୍ନଜାଗରଣରେ ସବୁଠୁ ଆଗରେ ଥିଲେ । ଟାଗୋରଙ୍କ ବଡ ଭାଇ ଦ୍ୱିଜେନ୍ଦ୍ରନାଥ ଜଣେ ଦାର୍ଶନିକ ଓ କବି ଥିଲେ । ଆଉ ଜଣେ ଭାଇ ସତ୍ୟନ୍ଦରନାଥ, ଭାରତର ପ୍ରଥମ ସମସ୍ତ-ୟୁରୋପୀୟ ଇଣ୍ଡିଆନ ସିଭିଲ ସର୍ଭିସରେ ନିଯୁକ୍ତି ପାଇଥିଲେ । ଆଉ ଜଣେ ଭାଇ, ଜ୍ୟୋତିନ୍ଦ୍ରନାଥ ସଂଗୀତକାର, ନାଟ୍ୟକାର, ଓ ରଚୟିତା ଥିଲେ । ତାଙ୍କ ଭଉଣୀ ସ୍ୱର୍ଣ୍ଣ କୁମାରୀ ଦେବୀ ଜଣେ ଔପନାସିକା ଥିଲେ । ତାଙ୍କ ଭାଇ ଜୟୋତିନ୍ଦ୍ରନାଥଙ୍କ ସ୍ତ୍ରୀ କଦମ୍ବରୀ,ସେ ରବିଦ୍ରନାଥଙ୍କଠାରୁ ଅଳ୍ପ ବୟସ ବଡ ଥିଲେ, ସେ ଟାଗୋରଙ୍କ ଭଲ ସାଙ୍ଗ ଏବଂ ଶକ୍ତିଶାଳୀ ପ୍ରବର୍ତ୍ତକା ଥିଲେ ।

ସେ ୧୮୮୪ ମସିହାରେ ଆକସ୍ମିକ ଭାବେ ଆତ୍ମହତ୍ୟା କରିଦେଇଥିଲେ, ଟାଗୋରଙ୍କ ବାହାଘର ପରେ, କିଛି ବର୍ଷ ପୂର୍ବେ ସେ ଗଭୀର ମାନସିକ ଅଶାନ୍ତିରେ ରହୁଥିଲେ। ଟାଗୋର ବହୁତ ପରିମାଣରେ ବିଦ୍ୟାଳୟଠାରୁ, ଶିକ୍ଷାଠୁ ଦୂରରେ ରହୁଥିଲେ, ଓ ସେ ତାଙ୍କ ପରିବାର ସହ ବୋଲପୁର ଏବଂ ପାନୀହାତ ବୁଲିବା ପସନ୍ଦ କରୁଥିଲେ । ତାଙ୍କ ଭାଇ ହେମେନ୍ଦ୍ରନାଥ ଟାଗୋର ତାଙ୍କୁ ପଢ଼ାଉଥିଲେ ଓ ଶାରିରୀକ ଶିକ୍ଷା ଦେଉଥିଲେ: ଗଙ୍ଗାରେ ପହଁରିବା, ପାହାଡ଼ ଚଢ଼ିବା, ବ୍ୟାୟାମ ବିଦ୍ୟା, ଜୁଡ଼ୋ ଅଭ୍ୟାସ, ଓ କୁସ୍ତି/ ମଲ୍ଲଯୁଦ୍ଧ । ସେ ଚିତ୍ରକଳା, ବିଜ୍ଞାନ, ଇତିହାସ, ଭୂଗୋଳ, ଗଣିତ, ସାହିତ୍ୟ, ସଂସ୍କୃତ, ଓ ଇଂରାଜୀ ଇତ୍ୟାଦି ତାଙ୍କ ପସନ୍ଦର ବିଷୟରେ ଶିକ୍ଷା ଗ୍ରହଣ କରିଥିଲେ ।

ତାଙ୍କୁ ସାଧାରଣଭାବରେ ୨୦ ଶତାବ୍ଦୀ ଆରମ୍ଭ ଭାରତରେ ଉତ୍କୃଷ୍ଟ ରଚନାତ୍ମକ କଳାକାର ଭାବରେ ବି ପରିଚିତ ଥିଲେ । ୧୯୧୩ ମସିହାରେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପ୍ରାପ୍ତ କରିଥିବା ପ୍ରଥମ ନନ ୟୁରୋପୀୟ ବନିଥିଲେ । ରବୀନ୍ଦ୍ରନାଥ ଟାଗୋର ଜଣେ ଏଭଳି କବି ଯାହାର ରଚନାକୁ ଦୁଇ ଦେଶ ନିଜ ରାଷ୍ଟ୍ରଗାନ ବନାଇଥିଲେ । କହିରଖୁଛୁ, ବାଙ୍ଗଲାଦେଶର ରାଷ୍ଟ୍ରଗାନ ର ରଚୟତା ବି ଟାଗୋର ।

ସେ ଗୋଟେ ଦିନ ପାଇଁ ପ୍ରେସିଡେନ୍ସି ମହାବିଦ୍ୟାଳୟ ଯାଇଥିଲେ । କିଛି ବର୍ଷ ପରେ ସେ କହିଥିଲେ ଯେ ଉଚିତ ଶିକ୍ଷା କିଛି ବ୍ୟାଖ୍ୟା ନକରି ଜିଜ୍ଞାସାକୁ ରୋକିଥାଏ । ବିଜ୍ଞାନର ପକ୍ରିୟା, ବୈଜ୍ଞାନିକମାନଙ୍କର ବିବରଣୀ, ସେ ଗଳ୍ପ ମଧ୍ୟରେ ପ୍ରକାଶ କରିଥିଲେ, ସେ(୧୯୩୭),ତିନ ସଙ୍ଗୀ(୧୯୪୦), ଗଳ୍ପସଳ୍ପ (୧୯୪୧) । ତାଙ୍କର ଶେଷ ପାଞ୍ଚବର୍ଷ ପୁରୁଣା କଷ୍ଟ ଓ ରୋଗଦ୍ୱାରା ଆକ୍ରାନ୍ତ ହୋଇଥିଲେ । ଏସବୁ ୧୯୩୭ରେ ଆରମ୍ଭ ହୋଇଥିଲା ଯେତେବେଳେ ସେ ଚେତା ଶୂନ୍ୟ ହୋଇଯାଇଥିଲା, ସେ ବହୁସମୟ ଧରି କୋମା ଅବସ୍ଥାରେ ଥିଲେ ,ଯାହା ପାଇଁ ସେ ମୃତ୍ୟୁର ନିକଟତର ହୋଇଥିଲେ । ସେ ସମୟରେ ଦୀର୍ଘସମୟଧରି ଅତ୍ୟଧିକ ଯନ୍ତ୍ରଣା ଭୋଗ କରୁଥିଲେ, ୭ ଅଗଷ୍ଟ ୧୯୪୧ରେ ମୃତ୍ୟୁବରଣ କରିଥିଲେ ୮୦ବର୍ଷ ବୟସରେ; ସେ ଜୋରାସଙ୍କ ଭବନର ଉପର ମହଲାରେ ପ୍ରାଣତ୍ୟାଗ କରିଥିଲେ ।

ପ୍ରତିବର୍ଷ ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ଅତି ଧୂମଧାମରେ ପାଳନ କରାଯାଏ । ଚଳିତ ବର୍ଷ ମେ ୯ ତାରିଖ ୨୦୨୧ ରେ ତାଙ୍କର ଜୟନ୍ତୀ ପଡୁଛି । ଦେଖିବାକୁ ଗଲେ ପଶ୍ଚିମବଙ୍ଗରେ ଏହା ହେଉଛି ଏକ ତ୍ତମହତ୍ୱପୂର୍ଣ୍ଣ ଛୁଟିଦିନ । ଟାଗୋରଙ୍କ ପ୍ରଂଶସକମାନଙ୍କ ମଧ୍ୟରେ ଅତିତ୍ତଉତ୍ସାହର ସହିତ ଏହାକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବରେ ପାଳନ କରାଯାଏ । ଯାହା ଟାଗୋରଫାଇଲ୍ସ ଭାବରେ ବି ଜଣାଶୁଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking