ନୂଆଦିଲ୍ଲୀ: କୋରୋନା ଭାଇରସ ପାଇଁ ଏବେ ବି ଚୀନରେ ମୃତ୍ୟୁ ସଂଖ୍ୟା ଜାରି ରହିଥିବା ବେଳେ ଏବେ ଆଉ ୪୭ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଏହି ପ୍ରକୋପରେ ମୃତକଙ୍କ ସଂଖ୍ୟା ଏବେ ୨୮୩୫ରେ ପହଂଚିଛି । ଅନ୍ୟପଟେ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯,୨୫୧ରେ ପହଂଚିଛି । ଚୀନର ନ୍ୟାସନାଲ ହେଲଥ କମିଶନର ଅଧିକାରୀମାନେ କହିଛନ୍ତି ଯେ, ଗତକାଲି ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨୭ରେ ପହଂଚିବା ସହ ଏଥିରେ ଆହୁରି ୪୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । କେବଳ ହୁବାଇରେ ୪୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବେଜିଙ୍ଗ ଓ ହେନାନରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ତେବେ ସ୍ୱାସ୍ଥ୍ୟବସ୍ଥା ଠିକ୍ ହେବା ପରେ ସମୁଦାୟ ଉପରେ ୩୯,୦୦୨ ଜଣଙ୍କୁ ଡିସଚାର୍ଜ କରି ଦିଆଯାଇଛି ।