ଭୁବନେଶ୍ୱର: ୩ୟ ପର୍ଯ୍ୟାୟ ଟିକାକରଣ ନେଇ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ପ୍ରଦାନ କରିଛନ୍ତି । ମାର୍ଚ୍ଚ ୧ରୁ ବୟସ୍କ ଏବଂ ବହୁବିଧ ରୋଗାକ୍ରାନ୍ତଙ୍କୁ ଟିକା ଦିଆଯିବ । ୨୦ ପ୍ରକାର ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମିଳିବ ଟିକା । ଭୁବନେଶ୍ୱରରେ ଟିକାକରଣ ପାଇଁ ୨୨ଟି ହସ୍ପିଟାଲରେ ମନୋନୀତ ହୋଇଛନ୍ତି । ୧୨ଟି ସରକାରୀ ଏବଂ ୧୦ଟି ଘରୋଇ ହସ୍ପିଟାଲରେ ଟିକା ଦିଆଯିବ । ସରକାରୀ ହସ୍ପିଟାଲରେ ଟିକା ସଂପୂର୍ଣ୍ଣ ମାଗଣାରେ ମିଳିବ । ସରକାରୀ ହସ୍ପିଟାଲରେ ପୂର୍ବରୁ ଚିହ୍ନଟ ଲୋକଙ୍କୁ ଟିକା ଦିଆଯିବ । ପ୍ରଥମ ଦିନରେ ପ୍ରତି କେନ୍ଦ୍ରରେ ୬୦ ଜଣ ଲେଖାଏଁଙ୍କୁ ଟିକା ଦିଆଯିବ । ଘରୋଇ ହସ୍ପିଟାଲରେ ଟିକା ନେବାକୁ ନିର୍ଦ୍ଦିଷ୍ଟ ଶୁକ୍ଳ ଦେବାକୁ ପଡିବ । ଟିକା ନେବାକୁ କୋୱିନ ୨.୦ରେ ପଂଜୀକରଣ କରିବାକୁ ପଡିବ । ସୋମବାର ଠାରୁ ଘରୋଇ ହସ୍ପିଟାଲ ପାଇଁ ନାମ ପଂଜୀକରଣ କରିହେବ । ମଙ୍ଗଳବାରଠାରୁ ଘରୋଇ ହସ୍ପିଟାଲରେ ଟିକା ଦିଆଯାଇପାରିବ । ଘରୋଇ ହସ୍ପିଟାଲରେ ଟିକା ପାଇଁ ସର୍ଭିସ ଚାର୍ଜ ୧୦୦ ଟଙ୍କା ପଡିବ । ଟିକା ମୂଲ୍ୟ କେତେ ପଡିବ, କେନ୍ଦ୍ର ସରକାର ଖୁବ ଶୀଘ୍ର ଜଣାଇବେ । ରବିବାର ସୁଦ୍ଧା ଟିକା ମୂଲ୍ୟ ନେଇ ସୂଚନା ମିଲିବ ବୋଲି କମିଶନର କହିଛନ୍ତି । ଘରୋଇ ହସ୍ପିଟାଲ-ସମ୍, କିମ୍ସ, ବ୍ଲୁ ହ୍ୱିଲ, ଆଦିତ୍ୟ, ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର, ହାଇଟେକରେ ଦିଆଯିବ ଟିକା ।