ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ କମୁଥିବା ଦେଖିବାକୁ ମିଳିଛି। ଗତକାଲି ୨,୯୧୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୨,୮୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୧,୬୫୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକସ୍ ୧,୨୧୮ ରହିଛି। ଆଜି କଟକରୁ ସର୍ବାଧିକ ୪୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଖୋର୍ଦ୍ଧାରୁ ସର୍ବାଧିକ ୫୪୯ ପଜିଟିଭ ଚିହ୍ନଟ ହୋଇଥିଲେ।
ବାଲେଶ୍ବରରୁ ୨୪୦, ଯାଜପୁରରୁ ୧୯୧, ପୁରୀରୁ ୧୬୫, ମୟୂରଭଞ୍ଜରୁ ୧୬୪, କେନ୍ଦ୍ରାପଡାରୁ ୧୫୭, ଭଦ୍ରକରୁ ୧୨୮, ଜଗତସିଂହପୁରରୁ ୧୧୨, ନୟାଗଡ଼ରୁ ୧୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୯୯, ସୁନ୍ଦରଗଡ଼ରୁ ୮୭, ଢେଙ୍କାନାଳରୁ ୮୫, କେନ୍ଦୁଝରରୁ ୬୬, କୋରାପୁଟ ଓ ଷ୍ଟେଟପୁଲରୁ ୬୦ ଜଣ ଲେଖାଏଁ , ମାଲକାନଗିରିରୁ ୫୭, ରାୟଗଡ଼ାରୁ ୫୦, କଳାହାଣ୍ଡିରୁ ୩୬, ନବରଙ୍ଗପୁରରୁ ୩୫, ବଲାଙ୍ଗୀରରୁ ୨୯, କନ୍ଧମାଳରୁ ୨୫, ସମ୍ବଲପୁରରୁ ୨୩, ବରଗଡ଼ରୁ ୧୪, ବୌଦ୍ଧରୁ ୧୩, ଗଞ୍ଜାମରୁ ୧୧, ସୋନପୁରରୁ ୧୦, ଗଜପତି ଓ ନୂଆପଡାରୁ ୭ଜଣ ଲେଖାଏଁ, ଦେବଗଡ଼ ଓ ଝାରସୁଗୁଡାରୁ ୫ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୨୧,୮୯୬ରେ ପହଞ୍ଚି ଥିବାବେଳେ ୮,୮୭,୪୨୦ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍ କେସ୍-୩୦,୨୨୭ ରହିଛି।