38.1 C
Bhubaneswar
Friday, May 9, 2025
Homeଓଡିଶାରାଜ୍ୟରେ ଗତ ୨୪ ଘଣ୍ଟାରେ ୭୦୦୨ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୦୦୨ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୦୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୩୯୨୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୦୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭାବରେ ଷ୍ଟେଟ୍‌ ପୁଲର ସଂଖ୍ୟା ୨୦୭ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୧୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାସହ ଅନୁଗୁଳରୁ ୩୮୮, ବାଲେଶ୍ୱରରୁ ୩୩୧, ବରଗଡ଼ରୁ ୧୧୭, ଭଦ୍ରକରୁ ୨୬୭, ବଲାଙ୍ଗୀରରୁ ୮୯୬, ବୌଦ୍ଧରୁ ୧୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୭୭୧, ଦେବଗଡ଼ରୁ ୬୪, ଢେଙ୍କାନାଳରୁ ୧୦୬, ଗଜପତିରୁ ୪୮. ଗଞ୍ଜାମରୁ ୭୪, ଜଗତସିଂହପୁରରୁ ୨୩୨, ଯାଜପୁରରୁ ୪୮୬, ଝାରସୁଗୁଡ଼ାରୁ ୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡିରୁ ୧୦୩, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୧୮୮, କେନ୍ଦୁଝରରୁ ୧୪୮, ଖୋର୍ଧାରୁ ୧୧୬୭, କୋରାପୁଟରୁ ୧୫୮, ମାଲଗାନଗିରିରୁ ୯୫, ମୟୂରଭଞ୍ଜରୁ ୩୭୦, ନବରଙ୍ଗପୁରରୁ ୧୯୮, ନୟାଗଡ଼ରୁ ୧୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭାବରେ, ନୂଆପଡ଼ାରୁ ୨୮, ପୁରୀରୁ ୩୦୬, ରାୟଗଡ଼ାରୁ ୨୨୨, ସମ୍ବଲପୁରରୁ ୧୦୭, ସୋନପୁରରୁ ୫୯ ଓ ସୁନ୍ଦରଗଡ଼ରୁ ୨୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking