34.1 C
Bhubaneswar
Friday, March 29, 2024
Homeଓଡିଶାପାଣି ପାଇଁ ଜୀବନ ବାଜି , ବାରମ୍ବାର ଅଭିଯୋଗ ପରେ ମଧ୍ୟ ସୁଣୁନି ପ୍ରଶାସନ

ପାଣି ପାଇଁ ଜୀବନ ବାଜି , ବାରମ୍ବାର ଅଭିଯୋଗ ପରେ ମଧ୍ୟ ସୁଣୁନି ପ୍ରଶାସନ

ନୟାଗଡ଼: ସରକାର ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମୁନ୍ଦେ ଯୋଗାଇଦେବା ପାଇଁ,ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରି, ବିଭିନ୍ନ ସ୍ଥାନରେ ନଳକୂପ ଖନନ ଓ ପାଇପ ଯୋଗେ ଲୋକଙ୍କୁ ପିଇବା ପାଣି ଯୋଗାଇଦେବା ପାଇଁ ପାନୀୟ ଜଳ ପ୍ରକଳ୍ପ ମାନ ନିର୍ମାଣ କରୁଥିବା କଥା କହୁଥିବା ବେଳେ,ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର କପ୍ତାପଲ୍ଲି ପଞ୍ଚାୟତ ଅନ୍ତର୍ଗତ ବଡଦୁରୁପା ଗ୍ରାମର ଲୋକମାନେ ନିଜ ଜୀବନକୁ ବାଜି ଲଗାଇ ପାନୀୟ ଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି।

ସୂଚନା ଅନୁଯାୟୀ ବଡଦୁରୁପା ଗ୍ରାମରେ ଥିବା ଦୁଇଟି ସାହି, ଆଦିବାସୀ ସାହି ଓ ହରିଜନ ସାହି ର ମୋଟ ପରିବାର ସଂଖ୍ୟା ୧୫୦ ।

ଉଭୟ ସାହି ଲୋକଙ୍କ ପାଇଁ ଅଛି ଦୁଇଟି ନଳକୂପ।ଗ୍ରାମବାସୀ ଙ୍କ କହିବା କଥା ,ଆଦିବାସୀ ସାହି ଲୋକ ଙ୍କ ବ୍ୟବହାର ପାଇଁ ଥିବା ନଳକୂପ ରୁ ୨୦ ରୁ ୪୦ ବାଲଟି ପାଣି ବାହାରିବା ପରେ ଆଉ ପାଣି ବାହାରୁ ନଥିବା ବେଳେ, ହରିଜନ ସାହି ଲୋକଙ୍କ ବ୍ୟବହାର ପାଇଁ ଥିବା ନଳକୂପ ଟୀ ଦୀର୍ଘ ଦିନ ହେଲା ଅଚଳ ହୋଇ ପଡ଼ିରହିଛି।ବ୍ଲକ ପ୍ରଶାସନ ଓ ବିଭାଗୀୟ(RWSS) ଅଧିକାରୀ ଙ୍କୁ ନଳକୂପ ମରାମତି ପାଇଁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହନ୍ତି।ଗ୍ରାମର ହରିଜନ ସାହିର ବାସିନ୍ଦା ରୋହିତ ନାଏକ କହିଛନ୍ତି, ସେମାନେ ହରିଜନ ହୋଇଥିବାରୁ ଗାଁ ରେ ଅଛୁଆଁ କହି ,ଆଦିବାସୀ ସାହି ନଳକୂପ ରୁ ଗ୍ରାମର ଆଦିବାସୀ ସଂପ୍ରଦାୟର ଲୋକମାନେ ପାଣି ଆଣିବାକୁ ବାରଣ କରୁଛନ୍ତି।

ଯାହାଫଳରେ ସାହି ଠାରୁ ଅନତିଦୂରରେ ଜଣେ ବ୍ୟକ୍ତି ଙ୍କ ଜମିରେ ଥିବା ଖୋଲା କୂଅରୁ ଖରା,ବର୍ଷା, ଶୀତ, କାକର ଏପରିକି ଦରକାର ପଡିଲେ ରାତି ଅଧରେ ବି ପାଣି ପାଇଁ ଯାଇଥାନ୍ତି।ସେହି ଖୋଲା କୁଅ ଉପରେ ପଡ଼ିଥିବା ଦୁଇଟି କାଠ ଖଣ୍ଡ ଉପରେ ବିପଦଜନକ ଭାବରେ ଠିଆହୋଇ ଜୀବନକୁ ବାଜି ଲଗାଇ କୁଅ ରୁ ପାଣି ସଂଗ୍ରହ କରିଥାନ୍ତି। ପାଣି କାଢ଼ିବା ବେଳେ ଟିକିଏ ଅସାବଧାନ ହେଲେ କୁଅ ରେ ପଡି ଜୀବନ ହାନିହେବାର ଭୟ ଥିବା କୁହନ୍ତି ସାହିବାସିନ୍ଦା।

ସାହିବାସିନ୍ଦାଙ୍କ ପାଇଁ ଥିବା ନଳକୂଅ ଟି ବହୁଦିନ ହେଲା ଅଚଳ ହୋଇ ପଡି ରହିଥିବା ବେଳେ ଅଧିକାଂଶ ସମୟ ଖରାପ ହେଉଥିବା ରୁ,ଆଉଗୋଟିଏ ନୂଆ ନଳକୂପ ଖନନ ପାଇଁ ବ୍ଲକ ଅଫିସ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଦୋୖଡି ଦୋୖଡି ନୟାନ୍ତ ହେଲେଣି ସାହିବାସିନ୍ଦା।

ଦେଖିବାକୁ ବାକିରହିଲା ବଦଦୁରୁପା ହରିଜନ ସାହି ବାସିନ୍ଦାଙ୍କ ଦୁଃଖ କେବେ ବୁଝୁଛି ପ୍ରଶାସନ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking