30.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ

ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନ ପାଇଁ ଆଜି ଗାଇଡଲାଇନ ଜାରି ହୋଇଛି । ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ଆରଟି-ପିସିଆର ଟେଷ୍ଟ ହେବ । ବିଧାୟକ, ସେମାନଙ୍କ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କ ଟେଷ୍ଟ ମଧ୍ୟ ହେବ । ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ପରିସରରେ ଟେଷ୍ଟ ହେବ । ଯେଉଁମାନଙ୍କର ନେଗେଟିଭ ଆସିବ ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ।  ତେବେ ଅଧିବେଶନ ସରିଲା ପରେ ବି ସମସ୍ତଙ୍କର ଆରଟି-ପିସିଆର ଟେଷ୍ଟ ହେବ । ଅଧିବେଶନ ଚାଲିବା ବେଳେ କେହି ସଦସ୍ୟ ଅସୁସ୍ଥ ହେଲେ ଟେଷ୍ଟ କରିବେ । ବିଧାନସଭା ସଚିବାଳୟ କର୍ମଚାରୀ, ସିଏମଓ ଷ୍ଟାଫଙ୍କର ବି ଟେଷ୍ଟ ହେବ । ବିଧାନସଭା ଆସିବା ସମୟରେ ଲକ୍ଷଣ ଦେଖାଦେଲେ ଆଂଟିଜେନ ଟେଷ୍ଟ ହେବ । ଯେଉଁମାନଙ୍କ ବୟସ ୬୦ ବର୍ଷରୁ ଅଧିକ  ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆସନର ଆୟୋଜନ କରାଯିବ ।  ଯେଉଁ ବିଧାୟକ ସଙ୍ଗରୋଧର ଆସିବେ ସେମାନେ ସଙ୍ଗରୋଧରେ ରହିବେ । କାହା ସହ ମିଶିବେନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking