31.1 C
Bhubaneswar
Tuesday, April 23, 2024
Homeଓଡିଶାବିଶ୍ୱକର୍ମା ନିର୍ମାଣ ଓ ଜଙ୍ଗଲ ଶ୍ରମିକ ୟୁନିଅନ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ

ବିଶ୍ୱକର୍ମା ନିର୍ମାଣ ଓ ଜଙ୍ଗଲ ଶ୍ରମିକ ୟୁନିଅନ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର  : ବିଶ୍ୱକର୍ମା ନିର୍ମାଣ ଓ ଜଙ୍ଗଲ ଶ୍ରମିକ ୟୁନିଅନ, ଖୋର୍ଦ୍ଧା ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଆଜି ତା. ୧୨.୦୨.୨୦୨୧ ରିଖ ରାଜ୍ୟ ଆଇ.ଏନ୍‌.ଟି.ୟୁ.ସି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ନିର୍ମାଣ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ବିଶେଷ କରି ଓଡ଼ିଶା ରାଜ୍ୟ ନିର୍ମାଣ ଶ୍ରମିକ ୱେଲଫେୟାର ବୋର୍ଡ଼ରେ ରେଜିଷ୍ଟ୍ରେସନ କଲାପରେ ବି ଅନେକ ହିତାଧିକାରୀଙ୍କୁ ସେମାନଙ୍କର ଟୁଲ୍ କିଟ୍‌, ସାଇକେଲ, ବିବାହ ସହାୟତା, ଶିକ୍ଷା ସହାୟତା, ପ୍ରସୂତିକାଳିନ ସହାୟତା ଓ ମୃତ୍ୟୁକାଳିନ ସହାୟତା ବିଶେଷ କରି କରୋନା ମହାମାରୀ ସମୟରେ ସରକାରଙ୍କ ଘୋଷଣାନୁସାରେ ୧୫୦୦ ଟଙ୍କାର ସହାୟତା ମଧ୍ୟ ମିଳିନାହିଁ ।
ଅନେକ କ୍ଷେତ୍ରରେ ହଜାର ହଜାର ହିତାଧିକାରୀ ନୂତନ କାର୍ଡ଼ ଓ ନବିକରଣ ନିମନ୍ତେ ଦରଖାସ୍ତ ଦେଇଥିଲେ ବି ସେମାନଙ୍କୁ କାର୍ଡ଼ ଇସୁ କରାଯାଇନାହିଁ । ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କୁ ଇ.ଏସ୍‌.ଆଇ ରେ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କ ନିକଟରେ ଦାବୀ କରିବା ପାଇଁ ସର୍ବସମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଗଲା ।
ଆଜିର ଆଲୋଚନା ଚକ୍ରରେ ସିଦ୍ଧାନ୍ତ ନିଆଗଲା ଯେ ସଂଗଠନ ତରଫରୁ ୧୫ ଦିନିଆ ନୋଟିସ୍ ଦେଇ ଉପରୋକ୍ତ ଦାବିଗୁଡ଼ିକ ସରକାରଙ୍କୁ ପ୍ରଦାନ କରାଯିବ । ଯଦି ସରକାର ୧୫ ଦିନ ଭିତରେ କିଛି ନ କରନ୍ତି ଲେବର କମିଶନର କାର୍ଯ୍ୟାଳୟ ସମ୍ମୁଖରେ ଆଇ.ଏନ୍‌.ଟି.ୟୁ.ସି., ଆଇ.ଏନ୍‌.ବି.ସି.ଡବ୍ଲ.ଡବ୍ଲ.ଏଫ୍ ଏବଂ ବିଶ୍ୱକର୍ମା ସଂଗଠନ ତରଫରୁ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଖୋର୍ଦ୍ଧା ଜିଲ୍ଲା ପାଇଁ ଶ୍ରୀ ରଶ୍ମିରଞ୍ଜନ ପରିଡ଼ାଙ୍କୁ ସଭାପତି ନିଯୁକ୍ତି ଦିଆଯିବା ସହ ମହିଳା ଶାଖାର ଜିଲ୍ଲା ସଭାନେତ୍ରୀ ଭାବେ ଶ୍ରୀମତୀ ସିଲି ସେଠିଙ୍କୁ ଦାୟିତ୍ୱ ଦିଆଗଲା । ଉକ୍ତ ସଭାରେ ଆଇ.ଏନ୍‌.ଟି.ୟୁ.ସିର ଉପସଭାପତି ମଦନ ମୋହନ ଧଳ ସଭାପତିତ୍ୱ କରିବା ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ । ଓଡ଼ିଶା ଆଇ.ଏନ୍‌.ଟି.ୟୁ.ସିର ରାଜ୍ୟ ସାଧାରଣ ସଂପାଦକ କିଶୋର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦାବି ହାସଲ କରିବା ପାଇଁ ପ୍ରାଧାନ୍ୟ ଦେଇଥିଲେ । ରାଜ୍ୟ ମହିଳା ଶାଖା ସଭାନେତ୍ରୀ ଶ୍ରୀମତୀ ପ୍ରଣତି ମିଶ୍ର ମଧ୍ୟ ତାଙ୍କ ଅନୁଭୂତି ଦ୍ୱାରା କେମିତି ବିଶ୍ୱକର୍ମା ନିର୍ମାଣ ଶ୍ରମିକ ସଂଗଠନ ଆଗେଇ ଚାଲିଛି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ଶାଖାର ଉପସଭାପତି ତପତି ଦତ, ଜିଲ୍ଲା ସାଧାରଣ ସଂପାଦକ – ମାନସ ରଞ୍ଜନ ପାତ୍ର, ଖଗେଶ୍ୱର ସ୍ୱାଇଁ ଓ ସାଗରିକା ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking