22.1 C
Bhubaneswar
Friday, January 10, 2025
Homeକରୋନାକୋରନା ଟ୍ରେଣ୍ଡ ଚିନ୍ତାଜନକ : କେନ୍ଦ୍ର

କୋରନା ଟ୍ରେଣ୍ଡ ଚିନ୍ତାଜନକ : କେନ୍ଦ୍ର

ନୂଆଦିଲ୍ଲୀ : ଦେଶରେ କୋରନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଥମ ଲହରର ଦୈନିକ ଆକ୍ରାନ୍ତଙ୍କ ତୁଳନାରେ ଦ୍ୱିତୀୟ ଲହର ଟପି ଯାଇଛି । ଦେଶରେ ଦୈନିକ କେସ ବଢି ବଢି ଚାଲିଛି । ତେବେ କୋରନାର ଉର୍ଦ୍ଧମୁଖୀ ଟ୍ରେଣ୍ଡ ଚିନ୍ତାଜନକ ବୋଲି କହିଛନ୍ତି ଭୂଷଣ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଏବେ ୯.୨୪ ପ୍ରତିଶତ ଆକ୍ଟିଭ କେସ ରହିଛି । ମହାରାଷ୍ଟ୍ର, ଛତିଶିଗଡ, ଉତ୍ତର ପ୍ରଦେଶ ଅବସ୍ଥା ଚିନ୍ତାଜନକ ରହିଛି । କେରଳରେ ମଧ୍ୟ ୩ ସପ୍ତାହ କୋରନା କମିବା ପରେ ପୁଣି ତୀବ୍ର ଗତିରେ ବଢିବାରେ ଲାଗିଛି । ଚଳିତ ମାସରେ ବିଭିନ୍ନ ରାଜ୍ୟକୁ ଆଉ ୨ କୋଟି ଟୀକା ପଠାଯିବ ବୋଲି ପ୍ରେସ ମିଟ କରି କେନ୍ଦ୍ର ସ୍ୱାସ୍ଥ୍ୟ ସଚ୍ଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ଯାଏଁ ବିଭିନ୍ନ ରାଜ୍ୟକୁ ୧୩ କୋଟି ୧୦ ଲକ୍ଷ ୯୦ ହଜାର ଡୋଜ ଦିଆଯାଇଛି । ରାଜ୍ୟ ମାନେ ଏଯାଏଁ ୧୧ କୋଟି ୪୩ ଲକ୍ଷ ଡୋଜ ଟିକା ଦେଇସାରିଲେଣି ।

ରାଜ୍ୟ ମାନଙ୍କ ପାଖରେ ୧ କୋଟି ୬୭ ଲକ୍ଷ ୨୦ ହଜାର ଟିକା ଗଚ୍ଛିତ ଅଛି । ରାଜ୍ୟମାନଙ୍କୁ ଆଉ ୨ କୋଟି ୧ ଲକ୍ଷ ଟିକା ପଠାଯିବା ବ୍ୟବସ୍ଥା କରାଯାଉଛି । ପ୍ରତି ୪ରୁ ୫ ଦିନ ମଧ୍ୟରେ ରାଜ୍ୟ ମାନଙ୍କୁ ଟିକା ପଠାଯାଉଛି । ଅନେକ ରାଜ୍ୟ ଟିକା ଅପଚୟ କରୁଛନ୍ତି । କେରଳରେ ଶୂନ ଅପଚୟ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking