30.1 C
Bhubaneswar
Friday, May 30, 2025
Homeଦେଶ ବିଦେଶକରୋନା ପଜିଟିଭ ହେଲେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ

କରୋନା ପଜିଟିଭ ହେଲେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ

ଓ୍ୱେଲିଂଟନ: କରୋନା ପଜିଟିଭ୍ ଚିହ୍ନଟ ହେଲେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନ୍ । କରେନା ପଜିଟିଭ ନେଇ ଇନଷ୍ଟାଗ୍ରାମରେ ଦେଇଛନ୍ତି ସୂଚନା । ସେ କହିଛନ୍ତି ଯେ ସେ ପିଜିଟଭି ହୋଇଛନ୍ତି । ସେ ଆସନ୍ତା ସପ୍ତାହରେ ଅନେକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିବାକୁ ଯାଉଛନ୍ତି । ସେ କହିଛନ୍ତି ଯେ ମୁଁ ବ୍ୟକ୍ତିଗତ ଭାବେ ଏହି ଘଟଣାଗୁଡ଼ିକରେ ଦୂରେଇ ରହିବାକୁ ଚାହିଁଲି । କିନ୍ତୁ ଦଳ ସହିତ ଯୋଗାଯୋଗ ରଖିବି ।
ନ୍ୟୁଜିଲାଣ୍ଡର ସ୍ୱାସ୍ଥ୍ୟ ନିୟମାବଳୀ ଅନୁଯାୟୀ, କରୋନା-ପଜିଟିଭ ଲୋକଙ୍କୁ ସାତ ଦିନ ପାଇଁ ଅଲଗା ରହିବାକୁ ପଡିବ । ଯଦି ସେମାନଙ୍କ ଘରେ କେହି ପଜିଟିଭ ଅଟନ୍ତି । ଅର୍ଡନ୍ କହିଛନ୍ତି ଯେ ସେ ଶୁକ୍ରବାର ରାତିରେ ରାପିଡ ଆଣ୍ଟିଜେନ୍ ପରୀକ୍ଷା କରିଥିଲେ ।
ତେବେ ପ୍ରଧାନମନ୍ତ୍ରୀ କରିଥିବା ଘୋଷଣାଗୁଡିକରେ ସରକାରଙ୍କ ବାର୍ଷିକ ବଜେଟ୍ ରିଲିଜ୍ ଏବଂ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ କରିବାକୁ ଯୋଜନା ରହିଛି । ସୂଚନ ଥାଉକି ଯେ, ଜେସିଣ୍ଡା ଫୁଲଙ୍କ ଟିକାକରଣ ସରିଛି । ତେବେ ପୂର୍ବରୁ ତାଙ୍କ ପ୍ରେମିକ କ୍ଲାର୍କ ଗେଫୋର୍ଡ ପଜିଟିଭ ହେବା ପରେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ଗତ ରବିବାର ଠାରୁ ସେ ଘରେ ସଂଗରୋଧରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking