କୋଲକାତା: ଉତ୍ତରପ୍ରଦେଶର ଆଗ୍ରାରୁ ପଶ୍ଚିମବଙ୍ଗ ହୁଗଳୀ ପହଂଚିଥିବା ଦମ୍ପତୀ ଲାଲଜୀ ଯାଦବ ଓ ତାଙ୍କ ଧର୍ମପତ୍ନୀ ରେଖା ଯାଦବ କରୋନା ସଂକ୍ରମିତ ହୋଇଛନ୍ତି । ରେଖା ଠିକ ଅଛନ୍ତି । ହେଲେ ଲାଲଜୀଙ୍କୁ ସେଠାରେ ଚିକିତ୍ସକ ଅକ୍ସିଜେନ ଦେବା ପାଇଁ କହିଥିଲେ । ଡାକ୍ତର କହିଥିଲେ ଅକ୍ସିଜେନ ବିନା ଲାଲଜୀଙ୍କୁ ବଂଚାଇବା ମୁସ୍କିଲ ହୋଇପାରେ । ରାୟ ପରିବାର ଆଗରାର ସରକାରୀ ଓ ଘରୋଇ ହସପିଟାଲରେ ଖୋଜିଥିଲେ ହେଲେ କେଉଁଠି ବି ଅକ୍ସିଜେନ ମିଳିନଥିଲା । ସେତେବେଳେ ରେଖା ନିଜ ଭାଇ, ଯିଏ ପଶ୍ଚିମବଙ୍ଗ ହୁଗଳୀ ଜିଲ୍ଲାର ମୋଗରା ଥାନା ଅନ୍ତର୍ଗତ ଗଜଘଣ୍ଟା ଅଂଚଳରେ ରୁହନ୍ତି, ତାଙ୍କୁ ସଂପର୍କ କରିଥିଲେ । ନିଜ ସ୍ଥିତିର ବିସ୍ତାର ରୂପରେ କହିଥିଲେ । ସେଛିକାର ଡାକ୍ତର ଯାହା କହିଲେ ସେ କଥା ବି ତାଙ୍କ ଭାଇଙ୍କୁ କହିଲେ ।
ରେଖାଙ୍କ ଭାଇ ନିଜ ଦିଦି ଓ ଜୀଜାଙ୍କ ଜୀବନ ରକ୍ଷା କରିବା ପାଇଁ ତୁରନ୍ତ ସ୍ଥାନୀୟ ଚିକିତ୍ସକଙ୍କ ସହ ସଂପର୍କ କରିଥିଲେ । ପରେ ସ୍ଥାନୀୟ କୌଣସି କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପରାମର୍ଶ ଦେଇଥିଲେ । ପରେ ସେ ନିଜ ଭଉଣୀଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେଁ କୋଲକାତା ଆସିବାକୁ କହିଥିଲେ ।
ରେଖା ଆଉ ବିଳମ୍ବ ନକରି ୬୦ ହଜାର ଖର୍ଚ୍ଚ କରି ଆମ୍ବୁଲାନ୍ସ ବୁକ କରିଥିଲେ ଓ ସ୍ୱାମୀଙ୍କୁ ନେଇ ହୁଗଳୀରେ ପହଂଚିଥିଲେ । ରେଖାଙ୍କ ଭାଇ ତାଙ୍କୁ ଚୁଂଚୁଡାର ଅଜନ୍ତା ସେବା ସଦନ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଯାହା ବର୍ତମାନ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୋଭିଡ ୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ଏବେ ଦୁହିଁଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି ।