37.1 C
Bhubaneswar
Sunday, April 28, 2024
Homeଓଡିଶାକରୋନା ନିୟମ ପାଳନ ନକଲେ ପୁଣି ଫେରିବ ଲକ୍‌ଡାଉନ !

କରୋନା ନିୟମ ପାଳନ ନକଲେ ପୁଣି ଫେରିବ ଲକ୍‌ଡାଉନ !

ଭୁବନେଶ୍ୱର : ମହାରାଷ୍ଟ୍ର ଓ କେରଳରେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବା ଫଳରେ ଓଡ଼ିଶା ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଓଡ଼ିଶାରେ ବର୍ତ୍ତମାନ କରୋନା ସ୍ଥିତି ନିୟନ୍ତ୍ରଣ ଭିତରେ ରହିଥିଲେ ହେଁ ପୁଣି ରାଜ୍ୟରେ କରୋନା ପରିସ୍ଥିତି ଅସମ୍ଭାଳ ହୋଇପାରେ । ଏନେଇ ବିଶେଷେଜ୍ଞମାନେ ସତର୍କ କରାଇଥିଲେ ମଧ୍ୟ ରାଜ୍ୟରେ ଜନସାଧାରଣ କରୋନା ନିୟମ ଓ ଗାଇଡ୍‌ଲାଇନ୍‌କୁ ଫୁ କରି ଉଡ଼ାଇ ଦେବାରେ ଲାଗିଛନ୍ତି । ଜନସାଧାରଣ କରୋନା ନିୟମ ପାଳନ କରିବା ପ୍ରତି ଏଭଳି ଅମାନିଆପଣିଆ ଓ ବେଖାତିର୍ ମନୋଭାବ କାଳ ହୋଇପାରେ ।

ନିୟନ୍ତ୍ରଣ ଭିତରେ ରହିଥିବା ଓଡ଼ିଶାରେ ପୁଣି କରୋନା ଆତଙ୍କ ଆଡ଼କୁ ଗତି କରିପାରେ । ଗତ ୧୦ ମାସ ଧରି କରୋନା କଟକଣା ଭିତରେ ରହିଥିବା ସବୁ ପରିଶ୍ରମ ବିଫଳ ହୋଇପାରେ । ଓଡ଼ିଶା ପୁଣି ସଂକ୍ରମଣର ଭୟଙ୍କର ରୂପ ନେଇପାରେ ବୋଲି ଏଡ଼ାଇ ନଯାଇପରେ । ଏନେଇ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସତର୍କ ସୂଚନା ଜାରି କରିସାରିଛି । ପୁଣି ଅମାନିଆଙ୍କୁ ସାବାଡ଼ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଓଡ଼ିଶାରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଉଠିବା ପରେ ରାଜ୍ୟବାସୀ ବର୍ତ୍ତମାନ କରୋନା ନିୟମକୁ ବାଏ ବାଏ କରିଛନ୍ତି । ସେମାନେ ଭାବୁଛନ୍ତି ବର୍ତ୍ତମାନ କରୋନା ଭ୍ୟାକ୍ସିନ୍ ଆସିଗଲାଣି । ଆଉ ଭୟ କାହାକୁ । ତେଣୁ ସେମାନେ ନା ମାସ୍କ ପିନ୍ଧୁଛନ୍ତି ନା ସାମାଜିକ ଦୂରତ୍ୱକୁ ମାନୁଛନ୍ତି । ପୁଞ୍ଜା ପୁଞ୍ଜା ହୋଇ ଜନଗହଳି ପୂର୍ଣ୍ଣ ସ୍ଥାନରେ ବୁଲାବୁଲି କରିଛନ୍ତି । ମନ୍ଦିରଠାରୁ ଆରମ୍ଭ କରି ମାକେର୍ଟ ଓ ସର୍ବସାଧାରଣ ସ୍ଥାନରେ ଆଡ୍ଡା ଜମାଇବାରେ ଲାଗିଛିନ୍ତି । ସହରଠାରୁ ଆରମ୍ଭ କରି ଗାଁ’ ପର୍ଯ୍ୟନ୍ତ ସବୁଠାରେ କରୋନା କଟକଣାର ଧଜିଆ ଉଡ଼ାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ମହାରାଷ୍ଟ୍ର ଓ କେରଳରେ ଲକଡାଉନ୍ ଓ କିଛି ସ୍ଥାନରେ ନାଇଟ କର୍ଫ୍ୟୁ ହୋଇଛି । ହେଲେ ବ୍ରିଟେନ ଓ ଆମେରିକା ପରି ସଂକ୍ରମଣ ବଢ଼ିନି । ଲୋକେ ନିଜେ ସଚେତନ ରହିଲେ, ଲକ୍‌ଡାଉନ୍ ଏଡ଼ାଇ ହେବ । ପ୍ରତିଦିନ ଆମ ସର୍ଭିଲେନ୍ସ ଟିମ୍ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତିି । ଯେଉଁ ଲୋକଙ୍କ ଭିତରେ କିଛି ଲକ୍ଷଣ ଦେଖାଯାଉଛି, ସେମାନେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କଡ଼ାକଡ଼ି ଭାବେ ପାଳନ କରାଯିବ କରୋନା ଗାଇଡଲାଇନ ।

ରାଜ୍ୟର ସମସ୍ତ ଜିଲ୍ଲାପାଳ, ମୁନିସିପାଲ କମିସନର, ପୁଲିସ କମିସନର, ଡିସିପି, ଏସପି ଓ ସିଡିଏମଓଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ପୁଣିଥରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢିବା ପରେ ସତର୍କ ରହିବାକୁ କୁହାଯାଇଛି । ଜିଲ୍ଲା ଗୁଡିକରେ କୋଭିଡ୍ ଗାଇଡ୍‌ଲାଇନ୍ ଯେପରି କଡ଼ାକଡ଼ି ପାଳନ ହେବ, ତାହାକୁ ସୁନିଶ୍ଚିତ କରିବାକୁ କୁହାଯାଇଛି । ବିଶେଷ କରି ମାର୍କେଟ, ମନ୍ଦିର ଓ ଧର୍ମପୀଠ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking