39.1 C
Bhubaneswar
Wednesday, April 24, 2024
Homeଓଡିଶାରାଜ୍ୟରେ ଟିକାକରଣ ୫ଲକ୍ଷ ଟିପିଲା

ରାଜ୍ୟରେ ଟିକାକରଣ ୫ଲକ୍ଷ ଟିପିଲା

ଭୁବନେଶ୍ୱର : ଶନିବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଟିକାକରଣର ଦ୍ୱିତୀୟ ଡୋଜ୍ ଟିକା ପ୍ରଦାନର ଷଷ୍ଟ ଦିନ ଥିଲା । ରାଜ୍ୟରେ ଜାନୁଆରୀ ୧୬ଠାରୁ ଆରମ୍ଭ ହୋଇଥିବା ଟିକାକରଣରେ ଆଜି ପର୍ଯ୍ୟନ୍ତ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌କୁ ମିଶାଇ ସମୁଦାୟ ୫ଲକ୍ଷ ୩୩ହଜାର ୯୩ଜଣ ଟିକା ନେଇସାରିଲେଣି । ସେମାନଙ୍କ ମଧ୍ୟରୁ  ୨ଲକ୍ଷ ୯୦ହଜାର ୯୩୯ଜଣ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍ ଟିକା ଦେଇଥିଲା ବେଳେ ୯୪ହଜାର ୯୬୬ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇସାରିଲେଣି । ସେହିପରି ବାକି ୧ଲକ୍ଷ ୪୭ହଜାର ୧୮୮ଜଣ ଫ୍ରଣ୍ଟ ଲାଇନ୍ ୱାର୍କର କେବଳ ପ୍ରଥମ ଡୋଜ୍ ଟିକା ନେଇଛନ୍ତି ।  

ରାଜ୍ୟରେ ୨୮ଟି ଜିଲ୍ଲାରେ ୨୮୬ଟି କେନ୍ଦ୍ରରେ ୩୦୦୭୧ଜଣ ଦ୍ୱିତୀୟ ପର୍ଯ୍ୟାୟ ଟିକା ନେବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ସେଥିରୁ ୨୬୮୩୭ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ଫଳରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ୮୯.୨%ରେ ପହଞ୍ଚିଛି । ସେହିପରି ଭୁବନେଶ୍ୱରରେ ୧୧ଟି କେନ୍ଦ୍ରରେ ୨୦୦୦ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦେବା ଲାଗି ଲକ୍ଷ୍ୟ ରଖାଯାଇଥିବା ବେଳେ ୧୪୩୪ଜଣ ଟିକା ଦେଇଛନ୍ତି । ଅର୍ଥାତ ଭୁବନେଶ୍ୱରରେ ୭୧.୭% ଟିକାକରଣ ହୋଇଛି । ସବୁଠାରୁ ଭଲ ଓ ଆଶ୍ୱସ୍ତିକର ଖବର ହେଲା, ଆଜି ଜଣେ ହେଲେ ବି ପାଶ୍ୱର୍ ପ୍ରତିକ୍ରିୟାର ଶିକାର ହୋଇନାହାନ୍ତି ।

ଅନ୍ୟପଟରେ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟ ଟିକାକରଣରୁ ବଞ୍ଚିତ ହୋଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପୁଣି ଥରେ ଫେବୃଆରୀ ୨୫ତାରିଖ ପର୍ଯ୍ୟନ୍ତ ପ୍ରଥମ ଡୋଜ୍ ଟିକା ନେବାକୁ ସୁଯୋଗ ଦେଇଛନ୍ତି । ଏହି ସୁଯୋଗ ଆଧାରରେ ଶନିବାର ୨୮୬ଟି କେନ୍ଦ୍ରରେ ୪୪୧୨ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ୪୫୪୩ଜଣ ଟିକା ଗ୍ରହଣ କରିଛନ୍ତି । ଫଳରେ ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ମାତ୍ର ୧୦୩%ରେ ପହଞ୍ଚିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking