ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ୫ଶହ ପାର୍ କରିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲଗାତାର ଭାବେ ସଂକ୍ରମଣ ବଢ଼ିବା କାରଣରୁ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢ଼ୁଛି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ତାଲିକାରେ ଓଡ଼ିଶା ପଞ୍ଚମ ସ୍ଥାନରେ ପହଞ୍ଚିଛି।
ଗୋଟିଏ ଦିନର ବ୍ୟବଧାନ ପରେ ଗତ ୨୪ଘଣ୍ଟାରେ ରାଜ୍ୟରେ ୫୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଖୋର୍ଧା ଜିଲ୍ଲାର ୭୫ବର୍ଷର ଜଣେ ବୟସ୍କ କରୋନାରେ ପ୍ରାଣ ହରାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ରାଜ୍ୟରେ କରୋନାରେ ୫ଜଣଙ୍କ କରୋନାରେ ମୃତ୍ୟୁ ହେଲାଣି। ରାଜ୍ୟରେ ଆଉ ୨୮୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଏବେ ଓଡ଼ିଶାରେ ୩୫୯୭ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଓଡ଼ିଶା ଉପରେ କେବଳ କେରଳ, ଦିଲ୍ଲୀ, ହରିୟାନା ଓ ମହାରାଷ୍ଟ୍ର ରହିଛି। ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ସ୍ବାସ୍ଥ୍ୟାନୁଷ୍ଠାନରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି। ମାତ୍ର ସର୍ବସାଧାରଣ ସ୍ଥାନରେ ମାସ୍କ ବର୍ତ୍ତମାନ ସୁଦ୍ଧା ବଧ୍ୟତାମୂଳକ କରାଯାଇନାହିଁ।