19.1 C
Bhubaneswar
Tuesday, January 14, 2025
Homeକରୋନାଦ୍ୱିତୀୟ ଲହର କରୋନା ପାଇଁ ଅର୍ଥନୀତି ପ୍ରଭାବିତ

ଦ୍ୱିତୀୟ ଲହର କରୋନା ପାଇଁ ଅର୍ଥନୀତି ପ୍ରଭାବିତ

ନୂଆଦିଲ୍ଲୀ : କୋଭିଡର ଦ୍ବିତୀୟ ଲହରୀ ରେ ଦେଶର ଅର୍ଥନୀତିରେ ପ୍ରଭାବ ପଡିଛି । ମୁଖ୍ୟତଃ ଆଭ୍ୟନ୍ତରୀଣ ଚାହିଦାକୁ ଗଭୀର ଭାବେ ପ୍ରଭାବିତ କରିଛି । ଏନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଚିନ୍ତା ପ୍ରକଟ କରିଛନ୍ତି । ରାଜସ୍ବ ଫ୍ରେମୱର୍କ ଓ ଗୁଣବତ୍ତାଭିତ୍ତିକ ବ୍ୟୟ ଦୃଷ୍ଟିରୁ ଆରବିଆଇ କହିଛି- ସାରା ବିଶ୍ବରେ କରୋନା ଭାଇରସ ଯୋଗୁ ଅନେକ ରାଷ୍ଟ୍ରର ସରକାରଙ୍କ ଆର୍ଥିକ ପଦକ୍ଷେପ ପରି ଭାରତରେ ମଧ୍ୟ ସମଅବସ୍ଥା ପରିଲକ୍ଷିତ ହୋଇଛି । ଆରବିଆଇ କହିଛି- କୋଭିଡଜନିତ ବିଭିନ୍ନ କଣ୍ଟେନମେଣ୍ଟ ପଦକ୍ଷେପ ଯୋଗୁ ବହୁ କ୍ଷୁଦ୍ର ସହର ଓ ଗ୍ରାମରେ ଚାହିଦା ବହୁମାତ୍ରାରେ ହ୍ରାସ ପାଇଛି । ଏହା ସତ୍ତ୍ବେ କୃଷି, ଶିଳ୍ପ ଉତ୍ପାଦନ, ରପ୍ତାନି, ପ୍ରତ୍ୟକ୍ଷ ସମ୍ପର୍କବିହୀନ ସେବା ଆଦି ଗତ ବର୍ଷ ତୁଳନାରେ ବୃଦ୍ଧି ପାଇଛି । ଚଳିତ ଆର୍ଥିକ ବର୍ଷରେ ଦେଶ ୨ ଲକ୍ଷ କୋଟି ଟଙ୍କା କ୍ଷତିର ସମ୍ମୁଖୀନ ହୋଇପାରେ ବୋଲି ପ୍ରକାଶ କରିଛି ଆରବିଆଇ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking