ଭୁବନେଶ୍ୱର : ବିଭିନ୍ନ ରାଜ୍ୟରେ ବଢ଼ୁଥିବା କରୋନା ସଂଖ୍ୟାକୁ ଦେଖି ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ତେଣୁ କରୋନା କଟକଣା କଡ଼ାକଡ଼ି ପାଳନ କରିବା ପାଇଁ ସବୁ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର ଓ ଏସ୍ପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ସର୍ବସାଧାରଣ ସ୍ଥାନ, କର୍ମକ୍ଷେତ୍ର ଓ ଶିକ୍ଷାନୁଷ୍ଠାନରେ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ତା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯେମିତି ଏସବୁ ନିୟମର କଡ଼ାକଡ଼ି ଭାବେ ପାଳନ ହେବ ସେଥିପାଇଁ ଜିଲ୍ଲା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆର୍ସି। ସାମାଜିକ ଦୂରତ୍ୱ ପାଳନ ଉପରେ ନଜର ରଖିବାକୁ ମଧ୍ୟ ଚିଠିରେ ନିର୍ଦ୍ଦେଶ ରହିଛି। ବଜାର, ହାଟ ଓ ଅନ୍ୟ ସ୍ଥାନରେ ମାଇକ୍ରେ ସଚେତନ କରି ଓ ଶିକ୍ଷାନୁଷ୍ଠାନ ସମେତ ସବୁ ଅଫିସ୍ରେ କୋଭିଡ୍ ନିୟମ ପାଳନ କଡ଼ାକଡ଼ି କରିବା ପାଇଁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଅଫିସ୍ ଓ ଅନୁଷ୍ଠାନରେ ଯେମିତି କୋଭିଡ୍ ନିୟମ କଡ଼ାକଡ଼ି ଭାବେ ପାଳନ ହେବ ସେଥିପାଇଁ ସଂପୃକ୍ତ ଅନୁଷ୍ଠାନ ଓ ଅଫିସ୍ ମୁଖ୍ୟଙ୍କୁ ନିୟମ ପାଳନର ତଦାରଖ ଦାୟିତ୍ୱ ଦେବାକୁ ଚିଠିଲେ ଉଲ୍ଲେଖ ରହିଛି।