28.1 C
Bhubaneswar
Thursday, May 2, 2024
Homeଓଡିଶାଚାକିରିରୁ ବିଦା ହେଲେ କନଷ୍ଟେବଳ ପ୍ରସନ୍ନ ବେହେରା

ଚାକିରିରୁ ବିଦା ହେଲେ କନଷ୍ଟେବଳ ପ୍ରସନ୍ନ ବେହେରା

ଭୁବନେଶ୍ୱର: କନଷ୍ଟେବଳ ପ୍ରସନ୍ନ ବେହେରା ଚାକିରିରୁ ବହିଷ୍କୃତ । ପ୍ରସନ୍ନଙ୍କୁ ଚାକିରିରୁ ବହିଷ୍କାର କଲେ ଭୁବନେଶ୍ୱର ଡିସିପି । ପ୍ରସନ୍ନଙ୍କ ନାଁରେ ୮ଟି ବିଭାଗର ପ୍ରୋସେସିଂ ଚାଲିଥିଲା ବୋଲି ଜଣାପଡ଼ିଛି। ପ୍ରସନ୍ନଙ୍କ ନାଁରେ ୫ଟି ଫୌଜଦାରୀ ମାମଲା ମଧ୍ୟ ରହିଛି । ବେଆଇନ ଭାବରେ ଚାଲିଥିବା ସାଉଥ୍ ସିଟି ବାର୍ ମାମଲାରେ ଗତକାଲି ପ୍ରସନ୍ନଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ଗିରଫ କରାଯିବାର ଦିନକ ପୂର୍ବରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ଭାଇଙ୍କ ନାଁରେ ଲିଜ୍ ନେଇ ବାର୍ ଚଳାଇଥିବା ଅଭିଯୋଗ ଥିଲା ।

ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱର କମିସନରେଟ ପୁଲିସ ପ୍ରସନ୍ନ ବେହେରାଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲା। ହୋଟେଲ୍‌ ସାଉଥ୍‌ସିଟିର ମାଲିକ ପ୍ରଦ୍ୟୁମ୍ନ ଜେନାଙ୍କଠାରୁ ବଡ଼ଭାଇ ନିରଂଜନ ବେହେରାଙ୍କ ନାଁରେ ଲିଜ୍‌ରେ ଆଣି ସେ ବିଳମ୍ବିତ ରାତି ଯାଏ ବେଆଇନ ଭାବେ ବାର୍‌ ଚଳାଇବା ଅଭିଯୋଗ ଆସିଥିଲା। ପ୍ରାଥମିକ ତଦନ୍ତ ଆଧାରରେ ପ୍ରସନ୍ନ ବେହେରାଙ୍କୁ ନିଲମ୍ବନ କରାଯାଇଥିଲା।

ତେବେ ପ୍ରସନ୍ନ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇନାହାନ୍ତି। ବିଶୃଙ୍ଖଳାପୂର୍ଣ୍ଣ କାର୍ଯ୍ୟ ପାଇଁ ପ୍ରସନ୍ନ ପୂର୍ବରୁ ବି କେତେଥର ଗିରଫ ଓ ନିଲମ୍ବନ ହୋଇଥିବା ଜଣାପଡ଼ିଛି। ୨୦୦୧ ଫେବ୍ରୁଆରି ୧୫ରେ ବାଲିଅନ୍ତାରେ ବିଷାକ୍ତ ମଦ ପିଇ ପ୍ରାୟ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପୁଲିସ ଏହି ମଦ ମାଫିଆ ଘରେ ଚଢ଼ଉ କରିବାକୁ ଯାଇଥିଲା। ତେବେ ପ୍ରସନ୍ନ ମଦ ବେପାରୀକୁ ଆଗୁଆ ସୂଚନା ଦେଇ ଦେଇଥିଲେ। ଫଳରେ ପୁଲିସ ଚଢ଼ଉ ପୂର୍ବରୁ ଅଭିଯୁକ୍ତ ଖସିଯାଇଥିଲା। ଆଭ୍ୟନ୍ତରୀଣ ତଦନ୍ତ କରି ପୁଲିସ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking