କଟକ: ଭଉଣୀକୁ ସମ୍ପତ୍ତି ଭାଗ ନଦେବା ପାଇଁ ଏକ ପ୍ରକାର ଚକ୍ରାନ୍ତ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ହିତାଧିକାରୀ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ, କଟକ ଜିଲ୍ଲା ଚୌଦ୍ୱାରଥାନା ଅନ୍ତର୍ଗତ କଖଡ଼ି ଗ୍ରାମପଞ୍ଚାୟତ ବିଦ୍ୟାଧର ପୁର ଗ୍ରାମରେ ନିରଞ୍ଜନ ମୁଦୁଲି ନିଜ ଭଉଣୀଙ୍କୁ ସମ୍ପତ୍ତି ଭାଗ ନଦେବା ନିମନ୍ତେ ଭଉଣୀ ନଥିବା ଦର୍ଶାଇ ସମ୍ପତ୍ତି ବିକ୍ରି କରିଦେଇଥିଲେ । ତେବେ ଏ ନେଇ ଭାଣିଜୀ ସଂଧ୍ୟାରାଣୀ ଦଳେଇ ଓରଫ ସ୍ୱାଇଁ ଜାଣିବା ପରେ ମାମୁଁ ନିରଞ୍ଜନଙ୍କୁ ସମ୍ପତ୍ତି ଭାଗ ସମ୍ପର୍କରେ ପଚାରିଥିଲେ ।
ମାତ୍ର ମାମୁଁ ଭାଣିଜୀକଥାକୁ କୌଣସି ଗୁରୁତ୍ୱ ନଦେବାରୁ ସଂଧ୍ୟାରାଣୀ ବାଧ୍ୟ ହୋଇ କଟକ ସିଭିଲ ଜଜ୍ (ଏସଆର ଡିଭିଜନ) ପ୍ରଥମଙ୍କ କୋଟରେ ନ୍ୟାୟ ପାଇଁ ଆବେଦନ କରିଛନ୍ତି । ଏ ନେଇ ସିଏସ୯୦୦/୨୦୨୩ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଟାଙ୍ଗୀ-ଚୌଦ୍ୱାର ତହସିଲ ଅଞ୍ଚଳ ତାପେଣ୍ଡା ମୌଜାର ଖାତା ନମ୍ବର ୩୬, ୩୭, ୩୮ ଓ ୩୯ରେ ଥିବା ଜମିକୁ ଚଞ୍ଚକତା କରି ଜମି ହଡ଼ପ କରିଥିବା ଭାଣିଜୀ ସଂଧ୍ୟାରାଣୀ ଅଭିଯୋଗ କରିବା ସହ ତାଙ୍କୁ ତୁରନ୍ତ ନ୍ୟାୟ ମିଳିବା ପାଇଁ କୋର୍ଟଙ୍କୁ ନିବେଦନ କରିଛନ୍ତି ।