30.1 C
Bhubaneswar
Saturday, May 4, 2024
Homeଓଡିଶା*ମାଷ୍ଟର କ୍ୟାଂଟିନ ଛକରେ ଯୋଦ୍ଧା ଘୋଡ଼ା ହଟାନଯାଇ ସ୍ମାର୍ଟ ସିଟି ଯୋଜନା କାର୍ଯ୍ୟକାରୀ ହେଉ: ସୁରେଶ...

*ମାଷ୍ଟର କ୍ୟାଂଟିନ ଛକରେ ଯୋଦ୍ଧା ଘୋଡ଼ା ହଟାନଯାଇ ସ୍ମାର୍ଟ ସିଟି ଯୋଜନା କାର୍ଯ୍ୟକାରୀ ହେଉ: ସୁରେଶ କୁମାର ରାଉତରାୟ, ବିଧାୟକ ଜଟଣୀ*

ଭୁବନେଶ୍ୱର – ସ୍ମାର୍ଟସିଟି ଯୋଜନାର କାର୍ଯ୍ୟକାରିତାରେ ମାଷ୍ଟରକ୍ୟାଂଟିନ ଛକରୁ ଯୋଦ୍ଧା ଘୋଡ଼ା ପ୍ରତିମୂର୍ତିକୁ ରାଜଭବନ ଛକକୁ ଉଠାଇ ନେବା ପାଇଁ ବିଡ଼ିଏ ପକ୍ଷରୁ ଯେଉଁ ନିଷ୍ପତି ଗ୍ରହଣ କରାଯାଇଛି ତାହାକୁ ଜଟଣୀ

ବିଧାୟକ ଦୃଢ଼ ନିନ୍ଦା କରି ଆଜି ମାଷ୍ଟରକ୍ୟାଂଟିନ ଛକ ଯୋଦ୍ଧା ଘୋଡ଼ା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେ କହିଥିଲେ ଯେ ଏହି ପ୍ରତିମୂର୍ତିକୁ ସ୍ଥପତି ରଘୁନାଥ ମହାପାତ୍ର ନିର୍ମାଣ କରିଥିବା ବେଳେ ଡ. ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥି, ସତ୍ୟପ୍ରୀୟ ମହାନ୍ତି, ନୀଳମଣି ରାଉତରାୟ ଓ ଚିନ୍ତାମଣି ପାଣିଗ୍ରାହୀଙ୍କ କ୍ରମାଗତ

ଉଦ୍ୟମରେ ଏହି ଛକର ଶୋଭାବର୍ଦ୍ଧନ ହୋଇଛି । ଏଠାରେ ସ୍ଥାପିତ ଯୋଦ୍ଧା ଘୋଡ଼ା ଓଡ଼ିଶାର ସ୍ୱର୍ଣ୍ଣ ଇତିହାସ, ବୀରପୁରୁଷ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବୀରତ୍ୱର ଗାଥାର ଏକ ପ୍ରସ୍ତର ପ୍ରଦର୍ଶନ । ସଚ୍ଚିବାଳୟ ଓ ଭୁବନେଶ୍ୱର ରେଲୱେ ସମ୍ମୁଖରେ ଏହା ଅବସ୍ଥିତ । ଏହି ପ୍ରତିମୂର୍ତିକୁ ହଟାନଯାଇ ସ୍ମାର୍ଟସିଟି କାର୍ଯ୍ୟକାରୀ ଯୋଜନା ଶ୍ରୀ ସୁରେଶ କୁମାର ରାଉତରାୟ ଦାବି କରିଛନ୍ତି । ଯଦି ସରକାର ତାଙ୍କ ନିଷ୍ପତିର ପୁନଃ ବିଚାର ନକରନ୍ତି ଶ୍ରୀ ରାଉତରାୟ

ଜନଆନ୍ଦୋଳନ କରିବାପାଇଁ ଚେତାବନୀ ଦେଇଛନ୍ତି । ଆସନ୍ତା କାଲି ୮ଘଂଟା ସମୟରେ ଭୁବନେଶ୍ୱର ଜିଲ୍ଲା ଓ ଖୋର୍ଦ୍ଧା

ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ଦୀପକ କୁମାର ମହାପାତ୍ର, ସଂକୁନା କହଁର, ଜୟକୃଷ୍ଣ ମଲ୍ଲିଆ, କୁନା ମୁଦୁଲି, ବିକ୍ରମ ସୁନ୍ଦରରାୟ, ବୁନା ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking