30.1 C
Bhubaneswar
Wednesday, April 24, 2024
Homeଓଡିଶାଭାରତୀୟ ଭେଷଜ ସଂଘ ପକ୍ଷ ରୁ ଦାବୀ ପତ୍ର ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଭାରତୀୟ ଭେଷଜ ସଂଘ ପକ୍ଷ ରୁ ଦାବୀ ପତ୍ର ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଯାଜପୁରଭା : ରତତିୟ ଭେଶକ ସଙ୍ଘ (ଆଇ,ଏମ, ଏ ) ଯାଜପୁର ଶାଖl ରତରଫରୁ ଏକ ବୈଠକ କୋବିଦ ନିୟମ ଅନୁଯାଇ ଅନୁଷ୍ଠିତ ହୋଇ ଥିଲା l ସମଗ୍ର ଦେଶର ବିଭିନ୍ନ ଭାଗରେ କଠୋର କରୋନା ମହାମାରୀ ସମୟରେ କାର୍ଯ୍ୟରତ ସମସ୍ତ ଡାକ୍ତର ଓ ପ୍ରଫେସନାଲମାନଙ୍କୁ ଅଭିନନ୍ଦନ ଜଣାଯାଇଛି । ଏହି ୨ୟ ଲହର ବିଶ୍ୱ ମହାମାରୀ ‘କରୋନା’ ସମୟରେ ମୃତ୍ୟୁବରଣ କରିଥିବା ୬୫୦ ଡାକ୍ତରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବିଶେଷଭାବେ ଏହି ୨ୟ ଲହର ସମୟରେ କାର୍ଯ୍ୟରତ ଡାକ୍ତର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ମୂଲ୍ୟବାନ ଓ ଆବଶ୍ୟକୀୟ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ଥିବା ଡ଼ାକ୍ତର ଓ କର୍ମଚାରୀ ଆଦିଙ୍କୁ ଅସୈାଜନ୍ୟ ଆଚରଣ କରାଯିବା ସହ ଆପତିଜନକ ଭାଷା ମଧ୍ୟ ପ୍ରୟୋଗ କରାଯାଉଥିବାରୁ ସଂଘର ଯାଜପୁରରୋଡ ଶାଖା ପକ୍ଷରୁ ଏହାରଉଦବେଗ ପ୍ରକାଶ ସଂଗେ ନିନ୍ଦା କରାଯାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସାମାଜିକ ଗଣମାଧ୍ୟମରେ କଟୁ ଭାଷା ପ୍ରୟୋଗ ହେଉଥିବାରୁ ସଂଘ ଏହାର ଘୋର ବିରୋଧ କରା ଯାଇଛି । କାରଣ ବର୍ତମାନ ପରିସ୍ଥିତିରେ ଅତି ଆବଶ୍ୟକୀୟ ଓ ଅମୂଲ୍ୟ ସାବ୍ୟସ୍ତ ହୋଇଥିବା ଟୀକାକରଣ ଯୋଜନା ଭାରତ ଭଳି ଏକ ବିଶାଳ ଜନ ସଂଖ୍ୟା ବିଶିଷ୍ଟ ଦେଶରେ କଷ୍ଠକର ଓ ସମୟସାପେକ୍ଷ ଯୋଜନା । ଏହି ଯୋଜନାରେ ସାମିଲ ଓ କାର୍ଯ୍ୟରତ ସମ୍ମୁଖ ଯୋଦ୍ଧା ଡାକ୍ତରମାନଙ୍କ ଉପରେ ଆକ୍ରମଣ ବିଭିନ୍ନ ରାଜ୍ୟ ଯଥା-ଆସାମ, ବିହାର, ପଶ୍ଚିମବଂଗ, ଦିଲ୍ଲୀ, କର୍ଣ୍ଣାଟକ ଆଦି ସହ ଦେଶର ବହୁ ଭାଗରେ ବଢ଼ି ବଢ଼ି ଚାଲିଛି । ବିଶେଷକରି ମହିଳା ଡ଼ାକ୍ତରଙ୍କ ଉପରେ ଶାରୀରିକ ଆକ୍ରମଣ ହେବା ଦୁର୍ଭାଗ୍ୟଜନକ । ବହୁ ଘଟଣାରେ ବହୁ ଡ଼ାକ୍ତର ଏଭଳି ଆକ୍ରମଣରେ କ୍ଷତାକ୍ତ ହୋଇଛନ୍ତି । ଏଭଳି ଉଦ୍‌ବେଗଜନିତ ଘଟଣା ଉପରେ ସଂଘ ପ୍ରଧାନ ମନ୍ତ୍ରୀ, ଗୃହ ମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଆଦିଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ନିମ୍ନ ଉଲ୍ଲଖିତ ୦୪ଟି ଦାବୀ ଉପସ୍ଥାପନ କରାଯାଇଛିl ଦାବୀ ଗୁଡିକ ହେଲା :- ଜାତୀୟ ସ୍ତରର ଡାକ୍ତରଖାନା ଓ ହେଲଥ୍‌କେୟାର ସେଂଟରଗୁଡିକରେ କାର୍ଯ୍ୟରତ ଡାକ୍ତର ଓ ପ୍ରଫେସନାଲମାନଙ୍କ ପାଇଁ ସୁରକ୍ଷା ଆଇନ, ଡାକ୍ତରଖାନାଗୁଡିକରେ ଆବଶ୍ୟକୀୟ ସୂରକ୍ଷା ବ୍ୟବସ୍ଥା ଲାଗୁ ସହ ଆଇନର କଡ଼ାକଡ଼ି ପାଳନ, ଡାକ୍ତରଖାନାଗୁଡିକୁ ସୁରକ୍ଷା ଜୋନ ଭାବେ ଘୋଷଣା କରିବା, ଆକ୍ରମଣକାରୀ ଦୋଷୀଙ୍କ ବିରୋଧରେ ତୁରନ୍ତ ଓ କଠୋର ଦଣ୍ଡବିଧାନ କରାଯିବା ।

ଏହି ପ୍ରସଙ୍ଗ ଉପରେ ଆସନ୍ତା ଜୁନ ୧୮ ତାରିଖ ‘ଜାତୀୟ ପ୍ର୍‌ତିରୋଧ ଦିବସ’ ପାଳନ କରାଯାଇ ଅଯଥା ଡାକ୍ତର ଓ ପ୍ରଫେସନାଲମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ତୁରନ୍ତ ବନ୍ଦ କରିବା ଉପରେ ଚାପ ସୃଷ୍ଟି କରିବା ସହ ‘ଜୀବନ ରକ୍ଷାକାରୀଙ୍କୁ ସୁରକ୍ଷା ପ୍ରଦାନ’ ସ୍ଲୋଗାନ ଦିଆଯିବ । ସେଦିନ ସକାଳ ୮ଟା ରୁ ଦିବା ୦୨ ଘଟିକା ପଯ୍ୟନ୍ତ ଅଣ-ଅତ୍ୟାବଶ୍ୟକ ଓ ଅଣ-କୋଭିଡ଼ ସେବାକୁ ପ୍ରତ୍ୟାହାର କରାଯିବ । ସେଦିନ କଳା ବ୍ୟାଚ ମଧ୍ୟ ପରିଧାନ କରାଯିବ । ସଂଘ ତରଫରୁ ଦେଶର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ସ୍ଥାନୀୟ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯିବ । ଏଥିସହିତ ଯାଜପୁରର ସାଂସଦ ଓ କୋରାଇ ବିଧାୟକଙ୍କୁ ସାକ୍ଷାତ କରି ଘଟଣା ଉପରେ ଅବଗତ କରାଯାଇ ତାଙ୍କର ହସ୍ତକ୍ଷେପ ପାଇଁ ଉଦ୍ୟମ କରାଯିବ । ଏକ ପ୍ରେସ ବିଜ୍ଞପ୍ତି ଆଇ.ଏମ୍‌.ଏ, ଯାଜପୁରରୋଡ ଶାଖା ର ସଭାପତି ଡାକ୍ତର ନୃସିଂହ ଚରଣ ପରିଡା, ସାଧାରଣ ସଂପାଦକ ଡ଼ା. ଗୈାରୀ ଶଙ୍କର ଷଡ଼ଙ୍ଗୀ, ବରିଷ୍ଟ ଶିଶୁରୋଗ ବିଶେଷଙ୍କ ଡ଼ା. ପ୍ରସନ୍ନ କୁମାର ସାହୁ ଓ ଡ଼ା. ହେମନ୍ତ କୁମାର ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking