29.1 C
Bhubaneswar
Saturday, May 24, 2025
Homeଦେଶ ବିଦେଶକଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ୬ ବର୍ଷ ତଳର ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଆଶ୍ୱସ୍ତି । ଉତରପ୍ରଦେଶର ସୁଲତାନପୁର କୋର୍ଟରୁ ମିଳିଛି ଜାମିନ । ୨୫ ହଜାର ଟଙ୍କାର ବେଲ ବଣ୍ଡ ବଦଳରେ ରାହୁଲଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସୁଲତାନପୁରର ଏମପି-ଏମଏଲଏ କୋର୍ଟରେ ହାଜର ହୋଇଥିଲେ। ଏହା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ କର୍ନାଟକ ବିଧାନସଭା ନିର୍ବାଚନ ସମୟରେ ସେ ତତ୍କାଳୀନ ଭାଜପା ରାଷ୍ଟ୍ରୀୟ ସଭାପତି ତଥା ବର୍ତ୍ତମାନର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାଦ୍ୱାରା ଭାଜପା ନେତା ତଥା ପୂର୍ବତନ ସମବାୟ ଅଧ୍ୟକ୍ଷ ବିଜୟ ମିଶ୍ର ସିଭିଲ କୋର୍ଟର ଏମପି-ଏମଏଲଏ କୋର୍ଟରେ ଅଭିଯୋଗ କରିଥିଲେ। ମଙ୍ଗଳବାର ଏହି ପ୍ରସଙ୍ଗରେ ଶୁଣାଣି ହୋଇଥିଲା। ତେଣୁ ସେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଛାଡି କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଅଭିଯୋଗ ଦାଖଲ କରିଥିବା ବିଜୟ ମିଶ୍ର କହିଛନ୍ତି ଯେ ରାହୁଲ ଗାନ୍ଧୀ ଏକ ଜାତୀୟ ଦଳର ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି। ସେ ଅମିତ ଶାହାଙ୍କୁ ହତ୍ୟାକାରୀ ବୋଲି କହିଥିଲେ। ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟ ଦ୍ୱାରା ସେ ଆହତ ହୋଇଛନ୍ତି। ଏହି ମାମଲାରେ ରାହୁଲ ଗାନ୍ଧୀ ମଙ୍ଗଳବାର କୋର୍ଟରେ ଉପସ୍ଥିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking