ନୂଆଦିଲ୍ଲୀ : ଭୂକମ୍ପରେ ଦୋହଲିଲା ଜାମ୍ମୁ କାଶ୍ମୀର ଏବଂ ଲଦାଖ । ସୋମବାର ରାତି ପ୍ରାୟ ସାଢେ ୯ଟା ସମୟରେ ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରହିଥିଲା। ଏହାର କେନ୍ଦ୍ରବିନ୍ଦୁ କାର୍ଗିଲର ୧୪୮ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ରହିଥିବା ଜଣାପଡ଼ିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିରେ ୧୦ କିଲୋମିଟର ଗଭୀରରେ ଥିଲା। ଭୂକମ୍ପରେ କେଉଁ କ୍ଷୟକ୍ଷତି ହୋଇଛି ସେ ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ଜଣା ପଡିନାହିଁ।