17.1 C
Bhubaneswar
Friday, January 10, 2025
Homeଓଡିଶାତୈଳ ଦର ବୃଦ୍ଧି ଓ ବେକାରୀ ସମସ୍ୟା ପ୍ରସଙ୍ଗରେ ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସର ବିକ୍ଷୋଭ

ତୈଳ ଦର ବୃଦ୍ଧି ଓ ବେକାରୀ ସମସ୍ୟା ପ୍ରସଙ୍ଗରେ ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସର ବିକ୍ଷୋଭ

ଜଟଣୀ : ଆଜି ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ସ୍ୱାଗତ କରଙ୍କ ନେତୃତ୍ୱରେ ତୈଳ ଦର ବୃଦ୍ଧି ଓ
ବେକାରୀ ସମସ୍ୟା ପ୍ରସଙ୍ଗରେ ଜଟଣୀ ହରିଭାଇନା ଛକ ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେଠାରେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି
ପରିପ୍ରେକ୍ଷୀରେ ସଭାପତି ଶ୍ରୀ କର କହିଥିଲେ ଯେ ଉଭୟ ମୋଦି ଓ ନବୀନ ସରକାର ତୈଳ ଦର ବୃଦ୍ଧି କରି ସାଧାରଣ
ଜନତାଙ୍କର ତଂଟି ଚିପି ଅର୍ଥ ଆଦାୟ କରୁଛନ୍ତି । ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ମୋଦି ଓ ନବୀନ ଟ୍ୟାକ୍ସ ବସିବା
ଫଳରେ ଆଜି ଉଭୟ ତୈଳ ଦର ୧୦୦ ଟଙ୍କାରେ ପହଂଚିଛି । ରନ୍ଧନ ଗ୍ୟାସର ଦର ମଧ୍ୟ ଆକାଶଛୁୃଆଁ । ମୋଦି
କହିଥିଲେ ଯେ ତୈଳ ଦର ବୃଦ୍ଧି କରୁଥିବା ସରକାର ଦେଶଦ୍ରୋହୀ । ଏବେ ନିଜ ଭାଷାରେ ନିଜେ ନରେନ୍ଦ୍ର ମୋଦି
ଦେଶଦ୍ରୋହୀ । ଉପାସରକାର ସମୟରେ ୧ ଟଙ୍କା ତୈଳ ଦର ବଢ଼ୁଥିବା ବେଳେ ରାଜରାସ୍ତାରେ ଚିତ୍କାର କରୁଥିବା
ବିଜେଡି ଦଳ ଏବେ ପାଟି ଚୁପ୍ କରି ବସିଛନ୍ତି । ଆର୍ନ୍ତଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୦
ଡଲାର ଥିବା ବେଳେ ମନମୋହନ ସିଂ ସରକାର ପେଟ୍ରୋଲ ଦର ୭୧ ଓ ଡିଜେଲ ଦର ୫୫ ଟଙ୍କାରେ ବିକ୍ରୟ ପାଇଁ
ସକ୍ଷମ ହେଉଥିଲେ । ଏବେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୬୦ ଟଙ୍କା ଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର
୧୦୦ ଟଙ୍କାରେ ପହଂଚିଛି । ପେଟ୍ରୋଲରେ ରାଜ୍ୟ ସରକାର ୨୧ ଟଙ୍କା ଓ ଡିଜେଲରେ ୧୮ ଟଙ୍କା ଟିକସ ନେଉଥିବା
ବେଳେ କେନ୍ଦ୍ର ସରକାର ଯଥାକ୍ରମେ ୩୩ ଟଙ୍କା ଏବଂ ୩୨ ଟଙ୍କା ଟିକସ ନେଉଛନ୍ତି । ହାଣ୍ଡିଶାଳରେ, ଛକ ବଜାରରେ,
ରାସ୍ତା ଘାଟରେ ଏହା ବିରୁଦ୍ଧରେ ବିପ୍ଳବ ହେବାର ଆଶବ୍ୟକତା ରହିଛି । ଅନ୍ୟପକ୍ଷରେ ନରେନ୍ଦ୍ର ମୋଦି ଏବଂ ନବୀନ
ପଟ୍ଟନାୟକ ନିର୍ବାଚନୀ ଇସ୍ତାହାରରେ ଉଭୟ ଯଥାକ୍ରମେ ୨ କୋଟି ଓ ୨ ଲକ୍ଷ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଥିଲେ ।
ଆଜି ଦେଶରେ ୩୦ କୋଟି ଏବଂ ରାଜ୍ୟରେ ୪୨ ଲକ୍ଷ ଯୁବକ ଯୁବତୀ ରାଜରାସ୍ତାରେ ନିଯୁକ୍ତି ପାଇଁ ଚିତ୍କାର କରୁଛନ୍ତି ।
ଉଭୟ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକ ରାଜ୍ୟ ଓ ଦେଶର ଯୁବକ ଯୁବତୀଙ୍କୁ ପ୍ରତାରଣା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ
ଯୋଗଦେଇ କହିଥିଲେ ଯେ ଭୁବନେଶ୍ୱରର ନାକ ତଳେ ଖୋର୍ଦ୍ଧା ଜିଲ୍ଲା ହୋଇଥିବା ବେଳେ ୨୧ ବର୍ଷର ନବୀନ ଶାସନ
ଏବଂ ୭ ବର୍ଷର ମୋଦି ଶାସନ ଖୋର୍ଦ୍ଧା ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି । ନବୀନ ସରକାରଙ୍କ
ଶାସନରେ ଖୋର୍ଦ୍ଧାଜିଲ୍ଲାର ଯୁତବକ ଯୁବତୀମାନେ ନିଯୁକ୍ତି ଦିଆଯାଉନାହିଁ । ଏଠିକାର ମୂଲ୍ୟମାନ ଜମିକୁ ସରକାର
ଜବରଦଖଲ କରି ତାଙ୍କର କର୍ପୋରେଟ୍ ବନ୍ଧୁମାନଙ୍କୁ ଶାଗମାଛ ଦରରେ ଦେଇ ଦେଉଛନ୍ତି । ଖୋର୍ଦ୍ଧା ଜିଲ୍ଲାର
ଯୁବକଯୁବତୀମାନେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ କରିବା ପାଇଁ ଶ୍ରୀ ରାଉତରାୟ ଆହ୍ୱାନ
ଦେଇଥିଷଲ ।
ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ତଥା ଯୁବ କଂଗ୍ରେସ ସାଧାରଣ ସଂପାଦକ ଦେବଦତ ପାତ୍ର, ପ୍ରକାଶ
ମିଶ୍ର, ରଂଜିତ ପାତ୍ର, କଳିଙ୍ଗ ସାହୁ, ବଟକୃଷ୍ଣ ରାଉତରାୟ, ଜୟନ୍ତ ଭୋଇ, ଚନ୍ଦ୍ରକାନ୍ତ ମୁଦୁଲି, ସଙ୍କେତ ପାଟଶାଣୀ, ସିଲୁ
ରଥ, ରାକେଶ ଦାସ, ସୌମ୍ୟ ଶ୍ରୀଚନ୍ଦନ, କାଳନ୍ଦି ନାୟକ, ବଟେଶ୍ୱର ବେହେରା, ଜୟକୃଷ୍ଣ ପଟନାୟକ, ମଂଟୁ ସାହୁ,
ସୁକାନ୍ତ କୁମାର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking