37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶକର୍ଣ୍ଣାଟକରେ ଭାଙ୍ଗିଯିବ କଂଗ୍ରେସ ସରକାର: କୁମାରାସ୍ୱାମୀ

କର୍ଣ୍ଣାଟକରେ ଭାଙ୍ଗିଯିବ କଂଗ୍ରେସ ସରକାର: କୁମାରାସ୍ୱାମୀ

ବେଙ୍ଗାଲୁର : ଜନତା ଦଳ ସିକ୍ୟୁଲାର (ଜେଡିଏସ୍‌) ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଶାସକ କଂଗ୍ରେସ ଦଳ ସମ୍ପର୍କରେ ଏକ ଚକିତ କରିବା ଭଳି ମନ୍ତବ୍ୟ ଦେଇଛନ୍ତି । ଆଗାମୀ ଲୋକସଭା ନିର୍ବାଚନ ପରେ କର୍ଣ୍ଣାଟକରେ କଂଗ୍ରେସ ସରକାର ଭାଙ୍ଗିଯିବ ବୋଲି ସେ ଦାବି କରିଛନ୍ତି । ତାଙ୍କ କହିବାନୁସାରେ କଂଗ୍ରେସ ସରକାରରେ ଥିବା ଜଣେ ବରିଷ୍ଠ ମନ୍ତ୍ରୀ କେନ୍ଦ୍ରରେ ବିଜେପି ନେତାଙ୍କ ସହ ଆଲୋଚନା କରିଛନ୍ତି ଏବଂ ଲୋକସଭା ନିର୍ବାଚନ ପରେ ସେ ପ୍ରାୟ ୫ଠରୁ ଅଧିକ ବିଧାୟକଙ୍କ ସହ ପଦ୍ମ ଧରିବେ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ କୁମାରସ୍ୱାମୀ ସେହି କଂଗ୍ରେସ ମନ୍ତ୍ରୀଙ୍କ ନାମ ପ୍ରକାଶ କରିବାକୁ ମନା କରିଦେଇଛନ୍ତି । ଏହି ଅବସରରେ ରାଜ୍ୟରେ କ୍ଷମତାସୀନ ଥିବା କଂଗ୍ରେସ ସରକାରକୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି । ରାଜ୍ୟରେ କରାଯାଉଥିବା ସାମାଜିକ-ଅର୍ଥନୈତିକ ସର୍ଭେକୁ ନେଇ କୁମାରସ୍ୱାମୀ କହିଛନ୍ତି ଯେ, ଜାତି ଜନଗଣନା ନାମରେ ଲୋକଙ୍କୁ ବିଭାଜନ କରିବାକୁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରୁଛନ୍ତି । ମୁସଲମାନଙ୍କ ପାଇଁ ରାଜ୍ୟ ସରକାର ୧ଠ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । କିନ୍ତୁ ହିନ୍ଦୁମାନଙ୍କ ପାଇଁ କିଛି ବି କରିନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking