37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶ୧୮ରୁ କଂଗ୍ରେସର କ୍ରାଉଡ୍ ଫଣ୍ଡିଂ; ‘ଦେଶ ପାଇଁ ଦାନ’ ନାମରେ ଚଳାଇବ ସ୍ୱତନ୍ତ ଅଭିଯାନ

୧୮ରୁ କଂଗ୍ରେସର କ୍ରାଉଡ୍ ଫଣ୍ଡିଂ; ‘ଦେଶ ପାଇଁ ଦାନ’ ନାମରେ ଚଳାଇବ ସ୍ୱତନ୍ତ ଅଭିଯାନ

ନୂଆଦିଲ୍ଲୀ : ୨ଠ୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଜୋରଦାର ପ୍ରସ୍ତୁତି ଚଳାଇଛି । ତେବେ କେବଳ ରାଜନୈତିକ ସ୍ତରରେ ନୁହେଁ ବରଂ ଆର୍ଥିକ ସ୍ତରରେ ମଧ୍ୟ କଂଗ୍ରେସ ନିଜକୁ ସୁଦୃଢ଼ କରିବାକୁ ଚାହୁଁଛି । ନିର୍ବାଚନ ପୂର୍ବରୁ କଂଗ୍ରେସ ଏବେ ନିଜ ଦଳୀୟ ପାଣ୍ଠିର ସ୍ଥିତିକୁ ମଜବୁତ୍ କରିବାକୁ ଚାହୁଁଛି । ସୁତରାଂ ପାର୍ଟି ଫଣ୍ଡ୍ ବୃଦ୍ଧି କରିବା ପାଇଁ କଂଗ୍ରେସ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଏଥିପାଇଁ ଦଳ କ୍ରାଉଣ୍ଡ ଫଣ୍ଡିଂ ଭଳି ଏକ ବଡ଼ ଅନଲାଇନ୍ ଅଭିଯାନର ଶୁଭାରମ୍ଭ କରିବାକୁ ଯାଉଛି । କଂଗ୍ରେସ ପକ୍ଷରୁ ଏହି ଯୋଜନାର ନାମ ‘ଡୋନେଟ୍ ଫର୍ ଦେଶ’ ବା ‘ଦେଶ ପାଇଁ ଦାନ’ ରଖାଯାଇଛି । ଶନିବାର କଂଗ୍ରେସ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି । କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେସି ବେଣୁଗୋପାଳ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଯେ ଏହି ଅଭିଯାନ ୧୯୨ଠ-୨୧ରେ ମହାତ୍ମା ଗାନ୍ଧୀଙ୍କ ଐତିହାସିକ ‘ତିଲକ ସ୍ୱରାଜ ପାଣ୍ଠି’ରୁ ଅନୁପ୍ରାଣିତ । ତେବେ ଆସନ୍ତା ୧୮ ତାରିଖରେ ରାଜଧାନୀ ଦିଲ୍ଲୀରୁ ହିଁ ଏହି ଅଭିଯାନର ଶୁଭାରମ୍ଭ କରାଯିବ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଏହି ଅଭିଯାନର ଶୁଭାରମ୍ଭ କରିବେ । ତେବେ ସମାନ ସମ୍ବଳ ଓ ସୁଯୋଗ ବଣ୍ଟନ ମାଧ୍ୟମରେ ସମ୍ବୃଦ୍ଧ ଭାରତ ଗଠନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମ ପାଇଁ ଦଳର ସମସ୍ତ ପଦାଧିକାରୀ ଏବଂ ଅନ୍ୟ ସଦସ୍ୟମାନଙ୍କୁ ଅନ୍ୟୂନ ୧୩୮ଠ ଟଙ୍କାର ଯୋଗଦାନ କରିବାକୁ ମଧ୍ୟ କଂଗ୍ରେସ କହିଥିବା ବେଣୁଗୋପାଳ ସୂଚନା ଦେଇଛନ୍ତି । ଏହି ଅଭିଯାନ ପାଇଁ କଂଗ୍ରେସ ପକ୍ଷରୁ ଏକ ସ୍ୱତନ୍ତ୍ର ୱେବସାଇଟ୍ ମଧ୍ୟ ତିଆରି କରାଯାଇଛି । ଏତଦ୍‌ବ୍ୟତୀତ କଂଗ୍ରେସର ଅଫିସିଆଲ ସାଇଟ୍‌ରେ ବି ଦାନ କରିହେବ ବୋଲି ସେ କହିଛନ୍ତି । ବେଣୁଗୋପାଳ କହିଛନ୍ତି, ଶ୍ରେଷ୍ଠ ଭାରତ ନିର୍ମାଣ କରିବାକୁ ଚାହୁଁଥିବା କଂଗ୍ରେସକୁ ସର୍ବପ୍ରଥମେ ଆର୍ଥିକ ସ୍ତରରେ ସଶକ୍ତ କରିବା ଜରୁରି ହୋଇପଡିଛି । ଡୋନେଟ୍ ଫର ଏକ ବେଟର ଇଣ୍ଡିଆ’ ଭାରତୀୟ ଜାତୀୟ କଂଗ୍ରେସର ୧୩୮ ବର୍ଷର ଯାତ୍ରାକୁ ମନେ ପକାଇଛି । ଏହାକୁ ସ୍ମରଣୀୟ କରିବା ପାଇଁ ୧୩୮ କିମ୍ବା ଏହାର ଗୁଣିତକରେ ଅର୍ଥାତ୍ ୧୩୮ଠ କିମ୍ବା ୧୩,୮ଠଠ ଟଙ୍କା ଆକାରରେ ଦାନ ପାଇଁ ଦଳ ଅନୁରୋଧ କରୁଛି । ବର୍ଷକରେ ୮ ଜାତୀୟ ଦଳଙ୍କ ସମ୍ପତ୍ତି ୧୫ଠଠ କୋଟି ବୃଦ୍ଧି: ବିଜେପିର ପାଣ୍ଠି ୧ଠ୫୬ କୋଟି ବଢ଼ିଛି ସୂଚନାଯୋଗ୍ୟ, ଚଳିତ ବର୍ଷ ସେପ୍ଟେମ୍ବରରେ ଦି ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ପକ୍ଷରୁ ସାମ୍ନାକୁ ଆସିଥିଲା । ରିପୋର୍ଟ ଅନୁସାରେ ଦେଶର ୮ ଜାତୀୟ ଦଳର ମୋଟ୍ ଘୋଷିତ ସମ୍ପତ୍ତି ଗତ ୧ର୍ଷ ମଧ୍ୟରେ ପ୍ରାୟ ୧୫୩୧ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ୨ଠ୨ଠ-୨୧ରେ ଏହି ଦଳଗୁଡ଼ିକର ସମ୍ପତ୍ତି ମୋଟ୍ ୭୨୯୭.୬୨ କୋଟି ଟଙ୍କା ରହିଥିଲା ଯେତେବେଳେ କି ୨ଠ୨୧-୨୨ ସୁଦ୍ଧା ଏହା ବୃଦ୍ଧି ପାଇଁ ୮୮୨୯.୧୬ କୋଟିରେ ପହଞ୍ôଚଛି । ଏସବୁ ରାଜନୈତିକ ଦଳଗୁଡ଼ିକ ହେଲେ ବିଜେପି, କଂଗ୍ରେସ, ଏନ୍‌ସିପି, ବିଏସ୍‌ପି, ସିପିଆଇ, ସିପିଏମ୍‌, ଟିଏମ୍‌ସି ଏବଂ ଏନ୍‌ପିପି । ଗତ ବର୍ଷକ ମଧ୍ୟରେ ବିଜେପି ପାଣ୍ଠିରେ କେବଳ ୧ଠ୫୬ କୋଟି ଟଙ୍କା ବୃଦ୍ଧି ହୋଇଛି । ପ୍ରକାଶ ରାଜନୈତିକ ଦଳଗୁଡ଼ିକୁ ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ ଚାନ୍ଦା ଦେବାର ପ୍ରକ୍ରିୟା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking