28.1 C
Bhubaneswar
Friday, March 29, 2024
Homeଓଡିଶାକଂଗ୍ରେସର ପ୍ରତିଷ୍ଠା ଦିବସ, ଜନଆନ୍ଦୋଳନକୁ କରାଯାଉଛି ଦମନ -ସମରେନ୍ଦ୍ର

କଂଗ୍ରେସର ପ୍ରତିଷ୍ଠା ଦିବସ, ଜନଆନ୍ଦୋଳନକୁ କରାଯାଉଛି ଦମନ -ସମରେନ୍ଦ୍ର

ବଲାଙ୍ଗୀର,(ଦେବାଶିଷ ମିଶ୍ର)୧୩୪ବର୍ଷ ପୂର୍ବେ ଆଜି ଦିନରେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସ ର ଜନ୍ମ ହୋଇଥିଲା । ଦେଶ ଥିଲା ପରାଧିନ ଦେଶରେ ମଧ୍ୟ ଇଂରେଜ ସରକାର ଆଲାନ୍ ଅକ୍ଟାଭ୍ୟୁମ୍ ହ୍ୟୁମ୍ ଙ୍କୁ ଦଳ ପ୍ରତିଷ୍ଠା କରିବା ପାଇଁ ଅନୁମତି ଦେଇଥିଲେ କିନ୍ତୁ ଆଜି ମୋଦି ସରକାର ସ୍ୱାଧିନତାର ୭୨ବର୍ଷ ପରେ ମଧ୍ୟ ଜନଆନ୍ଦୋଳନକୁ ପୋଲିସ ଲାଗାଇ ସଶସ୍ତ୍ର ଦମନ କରୁଛି । ତେଣୁ ସମୟ ଆସୁଛି ଆମେ ଆହୁରି ସଂଗଠିତ ହୋଇ ଦଳକୁ ମଜବୁତ କରି ଦେଶ ତଥା ଜନସାଧାରଣଙ୍କ ପାଇଁ ଲଢିବାକୁ ହେବ ବୋଲି ଆଜି ବଲାଙ୍ଗିର କଂଗ୍ରେସ ମୁଖ୍ୟାଳୟ ଠାରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠା ଦିବସରେ ଏଆଇସିସି ସଭ୍ୟ ସମରେନ୍ଦ୍ର ମିଶ୍ର ଦଳିୟ ନେତା ଓ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ।
ଜିଲ୍ଲା ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ହୋଇଥିବା ପ୍ରତିଷ୍ଠା ଦିବସ ଉତ୍ସବରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ମନମୋହନ ସିଂହ ଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଥିଲା କିନ୍ତୁ ଏହା ଭରତିୟ ଅର୍ଥନିତିକୁ ପ୍ରଭାବିତ କରିପାରିନଥିଲା । ଅର୍ଥ ମୁର୍ଖ ଙ୍କ ମିଛ ହାର୍ଡୱାର୍କ ଶେଷରେ ଚେଷ୍ଟାରତ ହାୱାର୍ଡ ଠାରୁ ହାର ମାନିଥିବା ସାବିତ ହୋଇଛି । ସେହିପରି, ଜିଲ୍ଲା ସଭାପତି ଦିଲିପ ବେହେରା ସଂପ୍ରତି ·ଲିଥିବା ମୋଦି ସରକାରକୁ କଟୁ ସମାଲୋଚନା କରି କହିଥିଲେ ଯେ ଲୋକଙ୍କ ଭିତରେ ଧର୍ମିାନ୍ଧତା ଭରିଦେଇ ଲୋକଙ୍କୁ ବର୍ତ୍ତମାନର ସରକାର ପଙ୍ଗୁ କରିଦେଲାଣି । ଦେଶରେ ଧର୍ମ ଧର୍ମ, ଜାତି ଜାତି, ସଂପ୍ରଦାୟ ସଂପ୍ରଦାୟ ଭିତରେ ଲଢେଇ ବିହନ ବୁଣି ଦେଇ “ଫୁଟ୍ ଡାଲୋ ଅର ରାଜ କରୋ” ନିତି ଅବଲମ୍ବନ କରି, ଜନସାଧାରଣଙ୍କ ଆର୍ଥିକ ବିକାଶ ଦିଗରୁ ଧ୍ୟାନ ଭଟକାଇବା ପାଇଁ ଚେଷ୍ଟା କରୁଛି । ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସିନ ଥିବା ଜିଲ୍ଲା ଉପସଭାପତି ମନିଷ ମିଶ୍ର, ପିସିସି ସଭ୍ୟ ଅଜୟ ବାଲି, ଯୁବ ସଭାପତି ପ୍ରେମ ମିଶ୍ର, ଜିଲ୍ଲା ପ୍ରବକ୍ତା ସାନନ୍ଦ ମିଶ୍ର, ମହିଳା ସଭାନେତ୍ରୀ ମିଳନୀ ସାହୁ, ବ୍ୟାସଦେବ ନନ୍ଦ ସଂପ୍ରତି ·ଲିଥିବା ମୋଦି ସରକାର ର ଲୋକମାରଣ ନୀତି ତିବ୍ର ସମାଲୋଚନା କରିବା ସହ ଏହି ସରକାର ଏପରି ଏକ ସଂଗଠନ ଦ୍ୱାରା ପରି·ଳିତ ହେଉଛି ଯେଉଁ ସଂଗଠନର ମୁଖ୍ୟାଳୟ ନାଗପୁର ଠାରେ ଦେଶ ସ୍ୱାଧିନ ହେବା ୫୨ବର୍ଷ ପର୍ଯ୍ୟନ୍ତ ଜାତୀୟ ପତାକା ଉତ୍ତୋଳନ ହୋଇନଥିଲା । ସେମାନେ ଆଜି ଦେଶବାସୀଙ୍କୁ ଦେଶଭକ୍ତି କଥା ଶିଖାଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking