16.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶସିପିଆଇ ଅନୁରୋଧ ରଖିଲାନି କଂଗ୍ରେସ; ୱାୟନାଡ ଆସନରୁ ଲଢ଼ିବେ ରାହୁଲ

ସିପିଆଇ ଅନୁରୋଧ ରଖିଲାନି କଂଗ୍ରେସ; ୱାୟନାଡ ଆସନରୁ ଲଢ଼ିବେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ, ପୁଣିଥରେ କେରଳର ୱାୟନାଡ ଆସନରୁ ହିଁ ପ୍ରାର୍ଥୀ ହେବେ । ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି କରୁଥିବା ବେଳେ ରାହୁଲଙ୍କୁ ପୁଣିଥରେ ଏହି ଆସନରେ ପ୍ରାର୍ଥୀ କରିବାକୁ କଂଗ୍ରେସ ଯୋଜନା କରିଛି । ଏହାପୂର୍ବରୁ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଥିବା କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ) ପକ୍ଷରୁ ୱାୟନାଡ ଆସନ କଂଗ୍ରେସ ନିଜ ପାଖରେ ନରଖି ସିପିଆଇ କିମ୍ବା ଯେକୌଣସି ବାମପନ୍ଥୀ ଦଳକୁ ଦେବାକୁ ଅନୁରୋଧ କରାଯାଇଥିଲା । କିନ୍ତୁ କଂଗ୍ରେସ ଏବେ ରାହୁଲ୍‌ଙ୍କ ଲୋକସଭା ଆସନକୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନଥିବାରୁ ୱାୟନାଡରୁ ହିଁ ସେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛି । ତେବେ ଏହାକୁ ନେଇ ସିପିଆଇ ଅସନ୍ତୁଷ୍ଟ ହୋଇପଡିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନ ସମୟରେ ରାହୁଲ ଦୁଇଟି ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ପ୍ରଥମତଃ ସେ ଉତ୍ତରପ୍ରଦେଶର ଆମେଥୀ ଲୋକସଭା ଆସନରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଦ୍ୱିତୀୟ ପ୍ରାର୍ଥୀପତ୍ର ୱାୟନାଡ ଲୋକସଭା ଆସନ ପାଇଁ ଦାଖଲ କରିଥିଲେ । ଆମେଥୀରେ କିନ୍ତୁ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ରାହୁଲ ପରାଜିତ ହୋଇଯାଇଥିଲେ । କିନ୍ତୁ ୱାୟନାଡରେ ବିଜୟୀ ହୋଇଥିଲେ । ସୁତରାଂ ରାହୁଲ ଏବେ ୱାୟନାଡ ଲୋକସଭା ଆସନରୁ ସାଂସଦ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାହୁଲଙ୍କୁ ପୁନର୍ବାର ଏହି ଆସନରୁ ପ୍ରାର୍ଥୀ କରିବାକୁ ନିଶ୍ଚିତ କରିଛି କଂଗ୍ରେସ । ଅନ୍ୟପକ୍ଷେ ଆମେଥୀ ଆସନରୁ କଂଗ୍ରେସର କିଏ ପ୍ରାର୍ଥୀ ହେବ ସେନେଇ କଂଗ୍ରେସ ସ୍ପଷ୍ଟ କରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking