32.1 C
Bhubaneswar
Sunday, May 19, 2024
Homeଓଡିଶା*ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡା ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ...

*ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡା ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦାସଙ୍କ ବହିସ୍କାର ଦାବି କଳା କଂଗ୍ରେସ*

ଭୁବନେଶ୍ୱର : ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ ମହାସଂଘ, ପଳାସପଲ୍ଲୀ ସମେତ ରାଜ୍ୟର ଏପରି ବହୁ ଦିବ୍ୟାଙ୍ଗ ଅନୁଷ୍ଠାନରେ ବ୍ୟାପକ ଅର୍ଥ ତୋଷାରପାତ, ପିଲା ନଥାଇ ଅନୁଷ୍ଠାନରେ ପିଲା ଦେଖାଇ ଅର୍ଥ ହରିଲୁଟ ଓ ଦିବ୍ୟାଙ୍ଗ ଭାଇଭଉଣୀଙ୍କ ଅଭିଯୋଗର ଆଦୌ କର୍ଣ୍ଣପାତ ନକରିବା, ନିଜ ନିଜର କର୍ତବ୍ୟରେ ସଂପୂର୍ଣ୍ଣ ଅବହେଳା କରିବା ସହ ଫେରାର ସୁରେଶ ଚନ୍ଦ୍ର ବେହେରାଙ୍କୁ ଅହେତକୁ ଅନୁକମ୍ପା ଦେଖାଇ ପୁରସ୍କୃତ କରିବା ଓ ମୁଖ୍ୟମନ୍ତ୍ରୀ ମହାଶୟଙ୍କ ଠାରୁ ପୁରସ୍କାର ଦେବା, ଅର୍ଥ ହେର ଫେରର ଅଡିଟ ନକରିବା ଆଦି ଘଟଣାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ପଣ୍ଡା, ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦାସଙ୍କୁ ମୁଖ୍ୟମନ୍ତ୍ରୀ ଅବିଳମ୍ବେ ବହିସ୍କାର କରିବାକୁ ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ନେତା ଶ୍ରୀଯୁକ୍ତ ପଦ୍ମାକର ଗୁରୁ ଓ ମହିଳା କଂଗ୍ରେସ ନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର ଦୃଢ଼ ଦାବି କରିଛନ୍ତି । ଏପରିକି ଅର୍ଥ ହେରଫେର, ତୋଷାରପାତକୁ ନେଇ ଆସନ୍ତାକାଲି କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ଲୋକାୟକ୍ତଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବାକୁ ଶ୍ରୀଯୁକ୍ତ ଗୁରୁ ସୂଚନା ଦେଇଛନ୍ତି । ବିଭାଗୀୟ ସଚ୍ଚିବ ଓ ଉପସଚ୍ଚିବ ଶ୍ରୀଯୁକ୍ତ ଅମ୍ବିକା ପଟ୍ଟନାୟକଙ୍କ ସଂପୃକ୍ତିର ନିରପେକ୍ଷ ତଦନ୍ତ କରିବାକୁ ଶ୍ରୀଯୁକ୍ତ ଗୁରୁ ଓ ମହାପାତ୍ର ଦୃଢ଼ ଦାବି କରିଛନ୍ତି । ପ୍ରକାଶଥାଉକି ଜାନୁଆରୀ ୨୫ରେ ପିସିସି ଜାନୁଆରୀ ୨୫ରେ ପିସିସି ଅନୁସନ୍ଧାନ କମିଟି ଘଟଣାସ୍ଥଳ ପରିଦର୍ଶନ ଓ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ପରେ ପଳାସପଲ୍ଲୀ ଅନୁଷ୍ଠାନର ସଂପାଦକ ସୁରେଶକୁ ପୋଲିସ ଗିରଫ ନକରିବା, ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ସୁରେଶକୁ ସମସ୍ତ କାର୍ଯ୍ୟରେ ଅବିବାହିତା ମଧୁ ମଞ୍ଜରୀ ଧଳ ସକ୍ରିୟ ସହଯୋଗ କରିଆସୁଥିବାରୁ ଆଜି ପୋଲିସ୍ ଗିରଫ କରି ବିଚାରବିଭାଗୀୟ ହାଜତକୁ ପଠାଇ ନିଜ କାମ ସାରିଦେବା ଉଚିତ୍ ନଥିଲା । ଏପରି ଘଟଣାରେ ବହୁ ପ୍ରଭାବଶାଳୀ ରାଜନେତା, ସରକାରୀ ବାବୁ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ସଂପୃକ୍ତି ଥିବାରୁ ସେମାନଙ୍କର କଲ ରେକର୍ଡକୁ ଯାଂଚ କରିବା ପାଇଁ ପିସିସିର ପ୍ରାକ୍ତନ ମୁଖପାତ୍ର ଶ୍ରୀଯୁକ୍ତ ଗୁରୁ ଦୃଢ଼ ଦାବି କରିଛନ୍ତି । ଯେପର୍ଯ୍ୟନ୍ତ ଏ ଘଟଣାର ପର୍ଦାଫାଶ ନ ହୋଇଛି କଂଗ୍ରେସ ନୀରବରେ ରହିବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ଗୁରୁ ଓ ଶ୍ରମତୀ ମହାପାତ୍ର ପ୍ରକାଶ କରିଛନ୍ତି । ଭିନ୍ନକ୍ଷମ ଆୟୋଗଙ୍କ ଗଣମାଧ୍ୟମରେ ବିବୃତି ଯଦି ସତ ହୋଇଥାଏ ତେବେ ନୈତିକତା ଦୃଷ୍ଟିରୁ ଏତେଦିନ ଚୁପ ରହିବା ତାଙ୍କର ଅସଲ ଚିତ୍ର, ଚେହେରା, ଚରିତ୍ର ଚାଲକୁ ପରିପ୍ରକାଶ କରୁଛି ବୋଲି ବରିଷ୍ଠ କଂଗ୍ରେସ ନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର ପ୍ରକାଶ କରିଛନ୍ତି । ନିଜ ପଦବୀର ପଦମର୍ଯ୍ୟାଦାକୁ ହାନି କରିବା, ଆୟୋଗର ଗାରିମାକୁ ନଷ୍ଟ କରିବା ସବୁ ଜାଣିବି ଚୁପ ରହିବା, ଏପରି ଅନୁଷ୍ଠାନର ଅଡିଟ ଆଦି ନହେବା ଓ ଅର୍ଥ ତୁଷାରପାତ ଘଟଣାର ତଦନ୍ତ କରି ସତ୍ୟାସତ୍ୟକୁ ପର୍ଦାଫାଶ ନକରିବା ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ଶ୍ରୀଯୁକ୍ତ ଗୁରୁ ମତବ୍ୟକ୍ତ କରିଥିଲେ । ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ସ୍ୱାଭିମାନ ଜଳାଞ୍ଜଳି ଦେଇଥିବାରୁ ମନ୍ତ୍ରୀ ପଣ୍ଡା ଏବଂ ଆୟୋଗ ଅଧ୍ୟକ୍ଷା ଦାସ ତୁରନ୍ତ ଇସ୍ତଫା ଦେବାକୁ ଉଭୟ ନେତା ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking