17.7 C
Bhubaneswar
Friday, December 27, 2024
Homeଓଡିଶାମୋଦୀ ସରକାରରେ ‘ସବ୍ କେ ସାଥ’ - ବିଶ୍ୱାସଘାତ’ ସୁବୋଧକାନ୍ତ ସହାୟ

ମୋଦୀ ସରକାରରେ ‘ସବ୍ କେ ସାଥ’ – ବିଶ୍ୱାସଘାତ’ ସୁବୋଧକାନ୍ତ ସହାୟ

ଭୁବନେଶ୍ୱର, – ଅଖିଳ ଭାରତ କଂଗ୍ରେସ କମିଟି ନିଷ୍ପତି ଅନୁଯାୟୀ ସାରା ଭାରତବର୍ଷରେ ଜାନୁୟାରୀ ୨୬ ତାରିଖ ଠାରୁ ୨ ମାସ ବ୍ୟାପି ଆରମ୍ବ ହେଉଥିôବା “ହାଥ୍ ସେ ହାଥ୍ ଯୋଡ଼ୋ” କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଜି ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସୁବୋଧକାନ୍ତ ସହାୟ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରିଛନ୍ତି । ଶ୍ରୀଯୁକ୍ତ ସହାୟ ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମର ଯଥାର୍ଥତା ବାବଦରେ କହିଛନ୍ତି ଯେ, ମୋଦୀ ସରକାରଙ୍କ ବହୁ ଘୋଷିତ ସ୍ଲୋଗାନ ‘ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ’ ଧୂଆଁବାଣରେ ପରିଣତ ହୋଇଛି । ବାସ୍ତବରେ କୁଛ୍ କା ସାଥ୍‌, ଖୁଦକା ବିକାଶ ଏବଂ ‘ସବକା ସାଥ୍ – ବିଶ୍ୱାସଘାତ’ ଅନୁଭୂତ ହେଉଛି ।
ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଦେଶବାସୀଙ୍କ ମଧ୍ୟରେ ଅଭୂତପୂର୍ବ ଆଲୋଡ଼ନ ସୃଷ୍ଟି କରିଛି । ଫଳତଃ, ଗାନ୍ଧୀଙ୍କ ସମସ୍ତ ୧୨ ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଭାରତ ଯୋଡ଼ୋ ଯାତ୍ରାରେ ଲକ୍ଷ ଲକ୍ଷ ଲୋକେ ସ୍ୱତଃପ୍ରବୃତ ଭାବେ ସାମିଲ ହୋଇଛନ୍ତି ।
କେନ୍ଦ୍ର ମୋଦୀ ସରକାରର ବିବିଧ ବିଫଳତା ପ୍ରସଙ୍ଗରେ ଭାରତବର୍ଷର ସମସ୍ତ ବ୍ଲକ ଓ ପଂଚାୟତ ପରିକ୍ରମା କରି ଜନସାଧାରଣଙ୍କୁ ବିସ୍ତୃତ ଭାବରେ ଅବଗତ କରିବା ଉଦ୍ଦେଶ୍ୟରେ ‘ହାଥ୍ ସେ ହାଥ୍ ଯୋଡ଼’ କାର୍ଯ୍ୟକ୍ରମ କଂଗ୍ରେସ ହାତକୁ ନେଇଛି । ଏଥିସହ ରାଜ୍ୟ ସରକାରଙ୍କ ଅପଶାସନ ଓ ସ୍ଥାନୀୟ ଅଂଚଳର ଜନସମସ୍ୟାକୁ ଯୋଡ଼ି କଂଗ୍ରେସ ପ୍ରତିବ୍ଲକ ଓ ପଂଚାୟତରେ ପହଂଚିବାକୁ ଯୋଜନା କରିଛି ବୋଲି ଶ୍ରୀଯୁକ୍ତ ସହାୟ ସୂଚନା ଦେଇଛନ୍ତି ।
କେନ୍ଦ୍ର ବି.ଜେ.ପି ସରକାରରେ ଦେଶବାସୀଙ୍କ ଦୁର୍ଦ୍ଦଶା ବଢ଼ିବଢ଼ି ଚାଲିଥିବାର ଅଭିଯୋଗ କରି ଶ୍ରୀ ସହାୟ ତଥ୍ୟ ସମ୍ମିଳୀତ ଉଦାହରଣ ଦେଇ କହିଥିଲେ ଯେ-ଚାଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଦର ୬୦ ରୁ୧୦୦ ପ୍ରତିଶତ ବଢ଼ିଛି ।
ଚାଜାଳେଣୀ ଗ୍ୟାସ ଦର ୪୧୦ ରୁ ୧୦୫୦ ଟଙ୍କାରେ ପହଂଚିଛି ।
ଚାବିମୁଦ୍ରୀକରଣ ଓ ତ୍ରୁଟିପୂର୍ଣ୍ଣ ଜି.ଏସ୍‌.ଟି ଯୋଗୁଁ ୫୦ ଲକ୍ଷ ଲୋକ ଚାକିରୀ ହରାଇଛନ୍ତି ।
ଚାବର୍ଷକୁ ୨ କୋଟି ଚାକିରୀ ମିଳିବା ପରିବର୍ତେ ବେକାରୀ ହାର ୪୫ ବର୍ଷ ମଧ୍ୟରେ ସର୍ବାଧିକ ୮ ପ୍ରତିଶତ ଉପରେ ରହିଛି ।
ଚା୭୯୧୮୪ ଚାଷୀ ଆତ୍ମହତ୍ୟା କରିଛନ୍ତି ଓ ମହିଳାଙ୍କ ଉପରେ ନିର୍ଯ୍ୟାତନା ୨୭ ପ୍ରତିଶତ ବୃଦ୍ଧି ପାଇଛି ।
ଅପରପକ୍ଷରେ ବିଶ୍ୱ କ୍ଷୁଧା ବିଶେଷାଙ୍କରେ ଭାରତ ୧୨୧ ଟି ରାଷ୍ଟ୍ର ମଧ୍ୟରୁ ୧୦୭ ତମ ସ୍ଥାନରେ ରହିଛି । ସଦ୍ୟତମ ଅକସ୍‌ଫାମ୍ ରିପୋଟ ଅନୁସାରେ ଅର୍ଥନୈତିକ ଅସମତା ବୃଦ୍ଧିପାଇ ମାତ୍ର ୧ ଭାଗ ଲୋକଙ୍କ ଉପରେ ଦେଶର ୪୧ ଭାଗ ସମ୍ପତି ରହିଛି ।
ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଭଳି ଅମଲାଶାସନ ଚାଲିଛି । ଯେଉଁଠି ମନ୍ତ୍ରୀ, ତଥା ନିର୍ବାଚିତ ପ୍ରତିନିଧିମାନେ ଅମଲାର ଅଧିନସ୍ଥ ହୋଇ ଗୁଣଗାନ କରୁଛନ୍ତି । ଏହା ଗଣତନ୍ତ୍ର ପ୍ରତି ବଡ଼ ଅଟହାସ୍ୟ ବୋଲି ଶ୍ରୀ ସହାୟ ଆକ୍ଷେପ କରିଛନ୍ତି ।
ସୁତରାଂ, ଦେଶ ତଥା ଓଡ଼ିଶାବାସୀ ଉଭୟ ବି.ଜେ.ପି ଓ ବି.ଜେ.ଡ଼ି ସରକାରର ଜନ ବିରୋଧି ନିଷ୍ପତି ପ୍ରତିବାଦରେ କଂଗ୍ରେସର ‘ହାଥ୍ ସେ ହାଥ୍ ଯୋଡ଼’ କାର୍ଯ୍ୟକ୍ରମରେ ସାମିଲ ହେବାକୁ ରାଜ୍ୟବାସୀକୁ ନିବେଦନ କରିଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପି.ସି.ସି. ମିଡ଼ିଆ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ପୌରାହିତ୍ୟ କରିଥିଲେ ଓ ପୂର୍ବତନମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠୀର ଜେନା, ମୁଖପାତ୍ର ମନୋରଞ୍ଜନ ଦାଶ ଓ ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking