29.1 C
Bhubaneswar
Wednesday, April 23, 2025
Homeଦେଶ ବିଦେଶପୂର୍ବ ଲଦାଖର ୬୫ ପେଟ୍ରୋଲିଂ ପଏଣ୍ଟରୁ ୨୬ ଟି ରେ ଉପସ୍ଥିତି ହରାଇଛି ଭାରତ

ପୂର୍ବ ଲଦାଖର ୬୫ ପେଟ୍ରୋଲିଂ ପଏଣ୍ଟରୁ ୨୬ ଟି ରେ ଉପସ୍ଥିତି ହରାଇଛି ଭାରତ

ନୁଆଦିଲ୍ଲୀ: ପୂର୍ବ ଲଦାଖର ୬୫ ଟି ପାଟ୍ରୋଲିଂ ପଏଣ୍ଟ ମଧ୍ୟରୁ ୨୬ଟି ରେ ଭାରତ ନିଜର ଉପସ୍ଥିତି ହରାଇଛି। ଲଦାଖର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ରିପୋର୍ଟରେ ଏହି ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇଛି। ଲଦାଖର ମୁଖ୍ୟ ସହର ଲେହର ପୋଲିସ ଅଧୀକ୍ଷକ ପିଡି ନିତ୍ୟା ଏହି ରିପୋର୍ଟରେ ଲେଖିଛନ୍ତି ଯେ, ବର୍ତ୍ତମାନ କରାକୋରାମ ପାସରୁ ଚୁମୁର ପର୍ଯ୍ୟନ୍ତ ୬୫ ଟି ପିପି ପେଟ୍ରୋଲିଂ ପଏଣ୍ଟରୁ ୨୬ଟି ଭାରତ ଏବେ ଉପସ୍ଥିତି ହରାଛି। ଯାହା ନିୟମିତ ଭାବରେ ପରିଚାଳିତ ହୋଇଥାଏ। ଏଠାରେ ଆଇଏସ୍‌ଏଫ୍ (ଭାରତୀୟ ସୁରକ୍ଷା ବଳ) ମୁତୟନ ହୋଇଥାନ୍ତି।

ଅଧିକାରୀ ଜଣକ ଏହା ମଧ୍ୟ ଲେଖିଛନ୍ତି, “ସର୍ବୋଚ୍ଚ ଶିଖରରେ ଏହାର ସର୍ବୋତ୍ତମ କ୍ୟାମେରା ଲଗାଇ ଆମର ସୁରକ୍ଷା ବାହିନୀର ଗତିବିଧି ଉପରେ ନଜର ରଖି ବଫର୍ ଜୋନର ଲାଭ ଉଠାଇଛି … ବଫର୍ ଜୋନ୍‌ରେ ମଧ୍ୟ ସେମାନେ ଆମର ଗତିବିଧିକୁ ବିରୋଧ କରୁଛନ୍ତି । ତେବେ ଏହାର ଫାଇଦା ଉଠାଇ ଚାଇନା ଏହା ସେମାନଙ୍କର ଅଞ୍ଚଳ ବୋଲି ଆଗକୁ ଦାବି କରନ୍ତି । ଗତ ସପ୍ତାହରେ ଦିଲ୍ଲୀରେ ଦେଶର ବରିଷ୍ଠ ପୋଲିସ ଅଧିକାରୀଙ୍କ ବାର୍ଷିକ ସମ୍ମିଳନୀରେ ଏହି ରିପୋର୍ଟ ଦାଖଲ କରାଯାଇଥିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇଥିଲେ।

ତେବେ ଏହା ଉପରେ ସରକାର ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ପ୍ରଥମେ ପୋଲିସ ଅଧିକାରୀଙ୍କ ରିପୋର୍ଟ କରିଥିବା ହିନ୍ଦୁ ଖବରକାଗଜକୁ ସୂଚନା ଦେଇ ଜଣେ ପ୍ରତିରକ୍ଷା ସୂତ୍ର ଏହି ଦାବିକୁ କାଉଣ୍ଟର କରି କହିଛନ୍ତି ଯେ ବିବାଦୀୟ ଅଞ୍ଚଳରେ ବିବାଦ ହେତୁ କୌଣସି କ୍ଷତି ହୋଇନାହିଁ। ସାମୟିକ ଭାବେ ଦୁଇ ପକ୍ଷ ଏବେ ଏହି ଅଞ୍ଚଳମାନଙ୍କୁ ପେଟ୍ରୋଲିଂ ବନ୍ଦ ରଖିଛନ୍ତି। ଆମ ପାଖରେ ମଧ୍ୟ ସମାନ ସଂଖ୍ୟାରେ କ୍ୟାମେରା ଆଦି ଉପକରଣ ଅଛି। ତେଣୂ ଏହି ଅଞ୍ଚଳରେ ଚୀନ୍ କୌଣସି ଅଧିଗ୍ରହଣ କରିପାରିବ ନାହିଁ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking