34.1 C
Bhubaneswar
Wednesday, May 1, 2024
Homeଓଡିଶା୩ ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

୩ ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ବର: କଂଗ୍ରେସ ରବିବାର ତା’ର ଆଉ ୭୫ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛି । ତେବେ ୩ଟି ସ୍ଥାନରେ କଂଗ୍ରେସ ତା’ର ପୂର୍ବ ପ୍ରାର୍ଥୀଙ୍କୁ ବଦଳାଇଛି। ତଳସରାରେ ପ୍ରବୋଧ ତିର୍କୀଙ୍କ ବଦଳରେ କଂଗ୍ରେସ ଦେବେନ୍ଦ୍ର ଭିତିରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ବାଲିଗୁଡ଼ାରେ ସୁରଦା ପ୍ରଧାନଙ୍କ ସ୍ଥାନରେ ଉପେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ସେହିପରି କବିସୂର୍ଯ୍ୟନଗରରେ ଚିରଞ୍ଜିବୀ ବିଷୋୟୀଙ୍କ ସ୍ଥାନରେ ବିପନ ସ୍ବାଇଁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି I ସୂଚନାଯୋଗ୍ୟ, ଏପ୍ରିଲ ୨ରେ କଂଗ୍ରେସ ୪୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ପ୍ରବୋଧ ଓ ସୁରଦାଙ୍କୁ ଟିକେଟ ବି ଦେଇଥିଲା। ସେମାନେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ମାତ୍ର ଏବେ ସେମାନଙ୍କ ଟିକେଟ୍‌କୁ ଦଳ କାଟି ଦେଇଛି । ଏନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking