22.1 C
Bhubaneswar
Friday, January 10, 2025
Homeଦେଶ ବିଦେଶନୂଆ ସରକାର, ପୁରୁଣା ଯୋଜନା; ହିମାଚଳରେ ଆରମ୍ଭ ହେଲା କଂଗ୍ରେସର ଆଉ ଏକ ଯୁଗ

ନୂଆ ସରକାର, ପୁରୁଣା ଯୋଜନା; ହିମାଚଳରେ ଆରମ୍ଭ ହେଲା କଂଗ୍ରେସର ଆଉ ଏକ ଯୁଗ

ଶେଷ ହୋଇଛି ଗୁଜୁରାଟ ଏବଂ ହିମାଚଳ ପ୍ରଦେଶର ବିଧାନସଭା ଲଢେଇ । ଗୁଜୁରାଟରେ ବିଜେପି କ୍ଷମତା ହାସଲ କରିଥିବା ବେଳେ କଂଗ୍ରେସ ଦଳ ହିମାଚଳରେ ଗାଦି ଅକ୍ତିଆର କରିଛି କଂଗ୍ରେସ । ହିମାଚଳ ପ୍ରଦେଶରେ କଂଗ୍ରେସ ବିଜେପିକୁ ମାତ୍ ଦେଇ କ୍ଷମତା ଛଡାଇ ନେଇଛି । ୬୮ ସିଟରୁ ୪୦ଟି ସିଟରେ କବଜା କରି ବିଜେପି ହାତରୁ ବିଧାନସଭା ଆସନ ଛଡାଇ ଆଣିବାରେ ସଫଳ ହୋଇଛି କଂଗ୍ରେସ । ଏହାପରେ ଏବେ ସରକାର ଗଠନ କରିବା ପାଇଁ ଦଳ ପ୍ରସ୍ତୁତ ହୋଇଥିବା ବେଳେ ରାଜ୍ୟବାସୀଙ୍କ ପାଇଁ ଆଣିପାରେ ବଡ ଉପହାର ।

ଚଳିତ ନିର୍ବାଚନରେ କଂଗ୍ରେସ ମୋଟ ୪୩.୦୯ପ୍ରତିଶତ ଭୋଟ ହାସଲ କରିଛି । ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦୌହରେ ସୁଖବିନ୍ଦର ସିଂହ ସୁଖୁ, ମୁକେଶ ଅଗ୍ନିହୋତ୍ରୀ, ଏବଂ ପ୍ରତିଭା ସିଂହଙ୍କ ନାମ ଖୁବ ଆଗରେ ରହିଛି । ଗାଦି ହାତକୁ ଆସିବା ସହ କ୍ଷମତା ମିଳିବା ପରେ ସରକାରୀ କର୍ମଚାରୀମାନଙ୍କ ପାଇଁ ଏକ ବଡ ଘୋଷଣା କରିଛି କଂଗ୍ରେସ । ଏବେ ରାଜ୍ୟରେ ପୁରୁଣା ପେନସନ ଯୋଜନା ଲାଗୁ କରାଯିବ ବୋଲି ଜଣାଯାଇଛି ।

ରାଜ୍ୟରେ ପୁରୁଣା ପେନସନ ଯୋଜନା ଲାଗୁ କରିବା ପାଇଁ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା । ପୂର୍ବରୁ ରାଜସ୍ଥାନ ଓ ଛତିଶଗଡ଼ରେ ଓପିଏସ ଲାଗୁ ହୋଇ ସାରିଛି । ଯଦି ହିମାଚଳରେ ଏହି ଯୋଜନା ଲାଗୁ ହୁଏ, ତେବେ ରାଜ୍ୟ ରାଜକୋଷ ଉପରେ ପାଖାପାଖି ୭୦ ହଜାର କୋଟିର ବୋଝ ବଢ଼ିବାର ସମ୍ଭାବନା ରହିଛି । ଗତ ସେପ୍ଟେମ୍ବରରେ ରାଜ୍ୟ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଠାରୁ ୨୫୦୦ କୋଟି ଟଙ୍କାର ଋଣ ନେଇଥିଲା । ତା’ପୂର୍ବରୁ ଜୁଲାଇରେ ୧୦୦୦ କୋଟି ଓ ଅଗଷ୍ଟରେ ୧୫୦୦ କୋଟିର ଋଣ ମଧ୍ୟ ରାଜ୍ୟ ସରକାର ନେଇଥିଲେ । ତେଣୁ ଓପିଏସ ଲାଗୁ କରିବା ରାଜ୍ୟ ସରକାରଙ୍କ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking