ଭୁବନେଶ୍ୱର : ଆଜି ଲୋକସଭାର କଂଗ୍ରେସ ବିରୋଧି ଦଳ ନେତା ଶ୍ରୀ ଅଧିର ରଞ୍ଜନ ଚୌଧୁରୀ ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶକ୍ରମେ ବାହାନଗା ରେଳ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ସେଠାରେ କାର୍ଯ୍ୟରତ ରେଳବାଇ ବିଭାଗର କର୍ମଚାରୀଙ୍କ ମାନଙ୍କ ସହ ପୁନରୁଦ୍ଧାର କାର୍ଯ୍ୟ
ସଂପର୍କରେ ଆଲୋଚନା କରିଥିଲେ । ଏହାପରେ ଶ୍ରୀ ଚୌଧୁରୀ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କୁ ସାକ୍ଷାତ କରିଥିଲେ । ସେମାନଙ୍କୁ
ଯୋଗାଇ ଦିଆଯାଉଥିବା ଚିକିତ୍ସା ସଂପର୍କରେ ପଚାରି ବୁଝିଥିଲେ । ଶ୍ରୀ ଚୌଧୁରୀ ମୁଖ୍ୟ ଚିକିତ୍ସାଳୟରୁ ସିଧା ଯାଇ ପଂହଚିଥିଲେ ବାଲେଶ୍ୱରସ୍ଥିତ ନୁସି କାର୍ଯ୍ୟଳୟରେ ଯେଉଁଠାରେ ମୃତ ଯାତ୍ରୀଙ୍କର ସବ ରଖାଯାଇଛି । ସେଠାରେ ମୃତକମାନଙ୍କର ପରିବାରବର୍ଗଙ୍କ ସହ ମଧ୍ୟ ଶ୍ରୀ ଚୌଧୁରୀ କଥାବାର୍ତା ହୋଇଥିଲେ ଏବଂ ସେମାନଙ୍କୁ ସମବେଦନା ଜଣାଇଥିଲେ । ଶ୍ରୀ ଚୌଧୁରୀ ମଧ୍ୟ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଂହଚି ଚିକିତ୍ସିତ ହେଉଥିବା ଆହତ ଯାତ୍ରୀମାନଙ୍କୁ ସାକ୍ଷାତ କଲେ । ସେଠାରେ ଭଦ୍ରକ ଛାତ୍ର କଂଗ୍ରେସ ପକ୍ଷରୁ ଆୟୋଜିତ ରକ୍ତଦାନ
ଶିବିରରେ ଯୋଗ ଦେଇଥିଲେ ।
ବାଲେଶ୍ୱରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଭାରୀ ଡଃ ଏ ଚେଲ୍ଲାକୁମାର, ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ଓ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀ ଚୌଧୁରୀ ଏହି ରେଳ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତ ଯାତ୍ରୀଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।
ଶ୍ରୀ ଚୌଧୁରୀ ଉଧାରକାର୍ଯ୍ୟ ବିଳମ୍ବରେ ହୋଇଥିଲା ବୋଲି ଅସନ୍ତୁଷବ୍ୟକ୍ତ କରଥିଲେ । ଯାତ୍ରୀମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ବେଳେ ସେଠାରେ ରେଳବାଇ କତୃପର୍କ୍ଷ ବା ରାଜ୍ୟ ପ୍ରଶାସନ ପକ୍ଷରୁ ୨ରୁ ୩ ଘଂଟା ଭିତରେ କେହି ପଂହଚିନଥିଲେ । ମାତ୍ର ଦୁର୍ଘଟଣାସ୍ଥଳରେ ସେଠିକାର ସ୍ଥାନୀୟ ଲୋକ ତୁରନ୍ତ ପଂହଚି ଯେଉଁଭଳି ଭାବରେ ନିଜ ଉଦ୍ୟମରେ ଉଧାରକାର୍ଯ୍ୟ ଆରମ୍ଭ କରିଥିଲେ ସେଥିପାଇଁ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଏତଦ୍ଭିନ୍ନ ରେଳବାଇ ବିଭାଗ, ରାଜ୍ୟ ପ୍ରଶାସନ, ଏନଣ୍ଡିଆରଏଫ ଏବଂ ଅନ୍ୟ ସରକାରୀ ଉଧାରକାରୀ ଦଳ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ଯଦି ଠିକ୍ ସମୟରେ ସ୍ଥାନୀୟ ପ୍ରଶାସନ ଉପଯୁକ୍ତ ଉଧାର ବ୍ୟବସ୍ଥା କରିଥାନ୍ତା ତେବେ ମୃତ୍ୟୁ ସହ ସଂଘର୍ଷ କରୁଥିବା କିଛି
ଯାତ୍ରୀଙ୍କର ଜୀବନ ବଂଚିଯାଇଥାନ୍ତା । ଶ୍ରୀ ଚୌଧୁରୀ ଏଭଳି ତୃଟିପୂର୍ଣ୍ଣ ପରିଚାଳନାକୁ ନିନ୍ଦା କରିଛନ୍ତି । ଅନ୍ୟପକ୍ଷରେ ଯେଉଁ ଡାକ୍ତରଖାନାରେ ଆହତମାନେ ଚିକିତ୍ସିତ ହେଉଛନ୍ତି ସେଠାରେ
ଉପଯୁକ୍ତ ଏବଂ ଉନ୍ନତ ସ୍ୱାସ୍ଥ୍ୟ ସେବାର ଭିତିଭୂମି ଅଭାବ ରହିଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ସେଠାରେ ଏକ ବିଶୃଙ୍ଖଳିତ ପରିସ୍ଥିତି ଉପୁଜୁଛି ବୋଲି ସେ ଉପଲବ୍ôଧ କଲେ ।
ସବୁଠାରୁ ବଡ଼ କଥା ହେଉଛି ଡାକ୍ତରଖାନାରେ ଆବଶ୍ୟକ ହେଉଥିବା ଡାକ୍ତର ଏବଂ ଅନ୍ୟାନ୍ୟ ଷ୍ଟାଫଙ୍କର ଅଭାବ ରହିଛି ଯାହାଫଳରେ ଆହତମାନେ ଉପଯୁକ୍ତ ଚିକିତ୍ସା ପାଇ
ପାରୁନାହାନ୍ତି ।
ଯେଉଁଠାରେ ଶବ ରଖାଯାଇଛି ସେଠିକାର ପରିସ୍ଥିତି ଅମାନବିୟ, ଦୁଃଖଦାୟକ ଓ ବିରକ୍ତିକର ବୋଲି ଶ୍ରୀ ଚୌଧୁରୀ ଉପସ୍ଥାପନ କରିଥିଲେ । ଶବଗୁଡ଼ିକୁ ପଚିସଢ଼ି ଯିବା ପାଇଁ
ସେଠାରେ ଛାଡ଼ି ଦିଆଯାଇଛି । ଯେଉଁଭଳି ଭାବରେ ଚିହ୍ନଟ ପାଇଁ ଶବଗୁଡ଼ିକୁ ସୁରକ୍ଷିତ ରଖିବା କଥା ତାହା କରାନିଯିବା ଫଳରେ ଏହି ସ୍ଥାନଟି ଦୃଗନ୍ଧମୟ ହୋଇପଡ଼ିଛି । ଏପରିକି ସେଠାରେ ଠିଆ ହେଲାଭଳି ପରିସ୍ଥିତି ନାହିଁ । ସେଠାରେ ସଂକ୍ରମଣ ହେବାର ଆଶଙ୍କ ରହିଛି । ମୃତକଙ୍କ ପରିବାର ଲୋକ ମୃତ ଶରୀରକୁ ପାଇବା ପାଇଁ ଏଣେତେଣେ ଧାଁ ଧାପଡ଼
କରିଥିବାବେଳେ ସେମାନଙ୍କୁ ଦୂରାବସ୍ଥା ବୁଝିବା ପାଇଁ ସେଠାରେ କେହି ନଥିବା ଭଳି ମନେ ହେଉଥିଲା । ସେଠାରେ ସରକାରଙ୍କର ଅବହେଳା ପରିଲକ୍ଷିତ ହେଉଛି । ସବୁଠାରେ
ଅବବ୍ୟବସ୍ଥା ରହିଥିଲା । ଭିତିଭୂମିରେ ଯାହା ବ୍ୟବସ୍ଥା ରହିଥିଲା ତାହା ସେଠିକାର ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରୁ ନାହିଁ । ମୃତୁକଙ୍କୁ ଚିହ୍ନଟ କରିବାରେ ଉପଯୁକ୍ତ
ବ୍ୟବସ୍ଥା ହୋଇପାରୁନାହିଁ ।
ସାଧାରଣ ଯାତ୍ରୀଙ୍କର ଜୀବନର ନିରାପତାକୁ ବିଚାରକୁ ନେଇ ଏଭଳି ଦୁର୍ଘଟଣାର କାରଣ ନିବାରଣ କରିବା ଆବଶ୍ୟକତା ରହିଛି । ଆଧୁନିକିକରଣ ବଡ଼ ବଡ଼ ପ୍ରତିଶ୍ରୁତି
ଦିଆଯାଉଛି ମାତ୍ର କ୍ଷେତ୍ରରେ କ’ଣ ପରିସ୍ଥିତି ରହିଛି ତାହାର ତର୍ଜମା ହେଉନାହିଁ । ଟ୍ରେନ ଧକ୍କା କିପରି ହେଲା ତାହା ମୁଖ୍ୟ ପ୍ରସଙ୍ଗ । ଏଭଳି ଡିଜିଟାଲ ଯୁଗ ଏବଂ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ପରିସ୍ଥିତିରେ ଏବଂ ଯାତ୍ରୀମାନଙ୍କ ନିରାପତା ଯାତ୍ରା ପାଇଁ ଶହ ଶହ ପ୍ରସ୍ତାବ ବା ଉପଦେଶ ଦିଆଯାଉଥିବା ସ୍ଥଳେ ଏପରି ପରିସ୍ଥିତି ସୃଷ୍ଟି ହେବା ଚିନ୍ତାର ବିଷୟ । ସବୁଠାରୁ ମୂଳକଥା ହେଉଛି, ସରକାର ରେଳବାଇର ନିରାପତାକୁ ଏଡ଼େଇ ଦେଇ ଏହାର ଘରୋଇକରଣ ଉପରେ ପ୍ରାଧାନ୍ୟ ଦେଉଛନ୍ତି ।
ରେଳବାଇର ଉପଯୁକ୍ତ ପରିଚାଳନା, ରକ୍ଷଣାବେକ୍ଷଣ ଓ ମରାମତି ପ୍ରଭୃତି କାର୍ଯ୍ୟ ଠିକ୍ ଭାବରେ କରାଯିବାର ଆବଶ୍ୟକତା ରହିଛି । ସେଥିପାଇଁ ରେଳବାଇ ଡିପ୍ରେସିଏସନ ରିଜର୍ଭ ଫଣ୍ଡ ରହିଛି, ଯେଉଁ ଥିରେ ମରାପତି ଓ ପୁନଃରୁଦ୍ଦାର କାର୍ଯ୍ୟ ହୋଇଥାଏ । ମାତ୍ର ବି.ଆର.ଏଫ୍. ଫଣ୍ଡକୁ କମେଇ ଦିଆଯାଇଛି ।
କିପରି ମୁଖ୍ୟ ରାସ୍ତାରୁ ଟେନ୍ଟି ବାହାରି ଅନ୍ୟ ଏକ ଟ୍ରାକ୍କୁ ପଳେଇଲା ଏବଂ ଯେଉଁ ଟ୍ରାକ୍ରେ ପୂର୍ବରୁ ଏକ ମାଲ୍ଗାଡ଼ି ଠିଆ ହୋଇଥିଲା, ତାହା ଜାଣିବାର କଥା । ଉପା ସରକାର ସମୟରେ ପ୍ରତି କିଲୋମିଟରରେ ରେଳ ଧାରଣାର ଅବସ୍ଥାକୁ ଅନୁଧ୍ୟାନ କରାଯାଉଥିଲା ଏବଂ ବିଶେଷ କରି ସିଗ୍ନାଲ ସିଷ୍ଟମ ଉପରେ ପ୍ରାଧାନ୍ୟ ଦିଆଯାଉଥିଲା । ଆଂଟି
କଲିସନ ଡ଼ିଭାଇସ୍ ରେଳ ଦୃର୍ଘଟଣାକୁ ବା ଧକ୍କାକୁ ରୋକି ଦେବ ବୋଲି ଏକ ସର୍ବେ÷ାଷଧି ବୋଲି କୁହାଯାଉଥିଲା । ମାତ୍ର ବାସ୍ତବତା କ’ଣ ତାହା ଆଜି ପରିଦୃଷ୍ଟ । ସରକାର ରେଳବାଇର
ଘରୋଇକରଣ ଉପରେ ପ୍ରାଧାନ୍ୟ ନ ଦେଇ ଏହାର ଭିତିଭୂମିର ବିକାଶ, ଆଧୁନିକିକରଣ, ରକ୍ଷଣାବେକ୍ଷଣ ଉପରେ ପ୍ରାଧାନ୍ୟ ଦେବା ଦରକାର । ଭାରତ ବର୍ଷରେ ପ୍ରତିଦିନ
ରେଳବାଇରେ ୨୫ ଲକ୍ଷ ଯାତ୍ରୀ ଆତଯାତ ହୋଇଥାନ୍ତି । ଏଣୁ ଏହା ଉପରେ ପ୍ରାଧାନ୍ୟ ଦେବା ସରକାରଙ୍କ ମୁଖ୍ୟ କର୍ତବ୍ୟ । ଏଭଳି ଦୁର୍ବଳ ଭିତିଭୂମି ଉପରେ କିଭଳି ବନ୍ଦେ ଭାରତ ବେଗଗାମୀ ଟ୍ରେନ୍ ଚଳାଯାଉଛି ତାହା ମଧ୍ୟ ଏକ ପ୍ରଶ୍ନବାଚି? ଏଥିରେ ଯାତ୍ରୀଙ୍କର ଜୀବନକୁ ବିପଦ ଭିତରକୁ ଠେଲି ଦିଆଯାଉଛି । ପ୍ରତିଶ୍ରୁତି ଦେବା ସହଜ କିନ୍ତୁ ପାଳନ କରିବା କଷ୍ଟ ।
ଭାରତରେ ୮୦ ପ୍ରତିଶତ ଲୋକ ବିଭିନ୍ନ ଅସୁବିଧାରେ ଅଛନ୍ତି । ଭାରତର ପ୍ରଧାନମନ୍ତ୍ରୀଙ୍କୁ ଅଷ୍ଟ୍ରେଲିଅ।।ର ପ୍ରଧାନମନ୍ତ୍ରୀ ବସ୍ ବୋଲି କହିପାରନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ଭାରତ ବର୍ଷର
ସାଧାରଣ ଲୋକଙ୍କର ବସ୍ ହେବାକୁ ଚେଷ୍ଟା କରନ୍ତି । ରେଳବାଇ କେବଳ ଏକ ବ୍ୟବସାୟିକ ବ୍ୟବସ୍ଥା ନୁହେଁ । ଏହା ସାଧାରଣ ଜନତା ପ୍ରତି ପ୍ରତିଶ୍ରୁତି ରକ୍ଷା କରିବା ଦରକାର ।
ଭାରତର ଲୋକ ଘରୋଇ ରେଳର ଭଡ଼ା ଦେବାକୁ ସମର୍ଥ ନୁହନ୍ତି । ଯାତ୍ରୀଙ୍କର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଫଣ୍ଡକୁ କମେଇବା ଉଚିତ୍ ନୁହେଁ । ସବୁଠାରୁ ବଡ଼ କଥା ହେଉଛି ସିଗ୍ନାଲ ସିଷ୍ଟମ ଏବଂ ଅନ୍ୟାନ୍ୟ ମୌଳିକ ସ୍ତରରେ କାର୍ଯ୍ୟ ନିର୍ବାହ ପାଇଁ ୧ ଲକ୍ଷ ୪୨ ହଜାର ହଜାରରୁ ଅଧିକ ପଦବୀ ଖାଲି ପଡ଼ିଛି । ଯାହାଫଳରେ ଏହି କାମ ଠିକ୍ ଭାବରେ ହେଉପାରୁନାହିଁ । ଏହାକୁ
ତୁରନ୍ତ ପୂରଣ କରିବା ଦରକାର ।
ରେଳବାଇ ମନ୍ତ୍ରୀ ନିଜର ମାନ ସମ୍ମାନ ରଖିବା ପାଇଁ ପୂର୍ବରୁ ଲାଲ୍ବାହାଦୁରଶାସ୍ତ୍ରୀ ଓ ନିତୀଶ କୁମାର ଯେଉଁ ପନ୍ଥା ଅବଲମ୍ବନ କରିଥିଲେ, ବର୍ତମାନ ତାହା ପାଳନ କରିବା ଉଚିତ୍ । ରେଳବାଇ ମନ୍ତ୍ରୀଙ୍କର ଦୂରାବସ୍ଥା ସଂପର୍କରେ ସେ ଉପସ୍ଥାପନ କରିଥିଲେ । ମୋଦୀଙ୍କର ସିଗ୍ନାଲ ବିନା ଯେ ନିଜସ୍ୱ କିଛି କରିପାରନ୍ତି ନାହିଁ ତାହା ଜଣାପଡ଼ୁଛି । ଯେତେବେଳେ
ନୂଆ ଟ୍ରେନ୍ ପ୍ରଚଳନ ହେଉଛି, ସେତେବେଳେ ମୋଦୀ ମୋଦୀ ବୋଲି ନାରା ପଡ଼ୁଛି । ଚାରିଆଡ଼େ ମୋଦୀ ମୋଦୀ ବୋଲି ପ୍ରତିଧ୍ୱନୀ ହେଉଛି ଏବଂ ବାସ୍ତବରେ ଶବ ଉପରେ ରାଜନୀତି କରିବା ବିଜେପିର ଧର୍ମ ହୋଇପଡ଼ିଛି । ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀ ଏପଟ ସେପଟ କଥା ନ କହି ରେଳବାଇର ସୁରକ୍ଷା ଏବଂ ଯାତ୍ରୀଙ୍କର ସୁରକ୍ଷା ସ୍ପଷ୍ଟ କୁହନ୍ତୁ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ତାରାପ୍ରସାଦ ବାହିନୀପତି, ନବଜ୍ୟୋତି ପଟ୍ଟନାୟକ, ବାଲେଶ୍ୱର ଜିଲ୍ଲା ସଭାପତି ସଂଜୀବ ଗିରୀ, କଟକ ଜିଲ୍ଲା ସଭାପତି
ମାନସ ଚୌଧୁରୀ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଅନୁଲେଖା ବୋଷା, ଲଲାଟେନ୍ଦୁ ମହାପାତ୍ର, ସତ୍ୟଶିବ ଦାସ, ବିଜନ ନାୟକ, ସୁଦର୍ଶନ ଦାସ, ଅର୍ଚ୍ଚନା ନନ୍ଦୀ, ଭଦ୍ରକ ଜିଲ୍ଲା ସଭାପତି ସୁବ୍ରତ ଦାସ, ନଳୀନ ନାୟକ, ପ୍ରକାଶ ମିଶ୍ର, ଦୀପକ ମହାପାତ୍ର, ରଞ୍ଜିତ ପାତ୍ର, ଦେବାଶିଷ ଭୂୟାଁ, ଗୌତମ ସାହୁ ଓ ସାହିଲ୍ ଖାଦିର ପ୍ରମୁଖ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।