30.1 C
Bhubaneswar
Monday, May 20, 2024
Homeଓଡିଶାକଂଗ୍ରେସ-ବିଜେଡି ଡିଲ୍ ସତ: ସୁର ରାଉତରାୟ

କଂଗ୍ରେସ-ବିଜେଡି ଡିଲ୍ ସତ: ସୁର ରାଉତରାୟ

ଭୁବନେଶ୍ୱର: ଧାମନଗର ପରେ ପରେ କଂଗ୍ରେସ ପଦ୍ମପୁର ଉପନିର୍ବାଚନରେ ମଧ୍ୟ ସେଭଳି କିଛି ଭଲ ପ୍ରଦର୍ଶନ କରିପାରିଲା ନାହିଁ । ଯେଉଁଠି ହିମାଚଳରେ ଆଜି କଂଗ୍ରେସ ସରକାର ଗଢ଼ିବା ପାଇଁ ଉତ୍ସବ ପାଳନ କରୁଥିବା ବେଳେ ଏଠାରେ ରାଜ୍ୟରେ କଂଗ୍ରେସର ସ୍ଥିତି ବହୁତ ଖରାପ ପ୍ରଦର୍ଶନ କରୁଛି । ଏହା ସହିତ କଂଗ୍ରେସ ଦଳରେ ଗୋଷ୍ଠୀକନ୍ଦଳ ବଢ଼ିବାରେ ଲାଗିଛି ।ଉଭୟ କେନ୍ଦ୍ର ଆଉ ରାଜ୍ୟରେ କଂଗ୍ରେସ ଦଳର କର୍ମଚାରୀ ମାନଙ୍କ ଭିତରେ ଏକତା ଦେଖିବାକୁ ମିଳୁନାହିଁ । ସବୁଠାରେ ଗୋଷ୍ଠୀ କନ୍ଦଳ ବୃଦ୍ଧି ପାଉଛି । ଯାହାର ଫାଇଦା ଅନ୍ୟ ଦଳ ଉଠାଉଛନ୍ତି ।

ତେବେ ପଦ୍ମପୁରରେ କଂଗ୍ରେସ ଯେଉଁ ହାର ଦେଖିଲା ତାହା ପଛରେ ବିଜେଡି ଆଉ କଂଗ୍ରେସ ର ଡିଲ ହୋଇଥିଲା ବୋଲି ନିଜେ କଂଗ୍ରେସ ବିଧାୟକ ସୁର ରାଉତରାୟ ପ୍ରକାଶ କରିଛନ୍ତି । ସୁରରାଉତରାୟଙ୍କ ଏହି ବିସ୍ଫୋରକ ବୟାନ ପରେ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ତେବେ ଏହି ଘଟଣାରେ ମୁହଁ ଖୋଲିଛନ୍ତି କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି ବର୍ତ୍ତମାନ ଦଳ ଖରାପ ସ୍ଥିତି ଦେଇ ଗତି କରୁଛି । ଏହି ସମୟରେ କୁସମ୍ବାଦ ପ୍ରଚାର କରନ୍ତୁ ନାହିଁ । ମୁଁ କିମ୍ବା ଦଳର କୌଣସି ବ୍ୟକ୍ତି ଏଭଳି ଦଳବିରୋଧୀ କାର୍ଯ୍ୟ କରି ନାହୁଁ । ଯଦି ଆପଣ ଏହା କହୁଛନ୍ତି ତେବେ ଏହା ସମ୍ପୃକ୍ତରେ ଠୋସ ପ୍ରମାଣ ଦିଅନ୍ତୁ । ଯଦି ଏଭଳି ହୋଇଥିବାର ସମ୍ୟକ ସୂଚନା ଆପଣଙ୍କ ନିକଟରେ ଅଛି ପ୍ରକାଶ କରନ୍ତୁ ମୁଁ ଆଜି ଇସ୍ତଫା ଦେବି । ତେଣୁ ଦୟାକରି ଭୁଲ ତଥ୍ୟ ପ୍ରଦାନ କରନ୍ତୁ ନାହିଁ । ଏହା ସହିତ କଂଗ୍ରେସ ର ୯ ରୁ ୯୦ ମିଶନ କିଭଳି ପୂରଣ ହେବ ତାହା ଆମେ ଦେଖୁଛୁ । ଏହା ସହିତ ଶରତ କହିଛନ୍ତି ବର୍ତ୍ତମାନ ଦଳ ଯେଉଁ ଆଭିମୁଖ୍ୟ ରଖିଛି ସେଥିରୁ ଆମକୁ କିଛି ଖାସ ଲାଭ ମିଳୁ ନାହିଁ । ତେଣୁ ମୁଁ ଦିଲ୍ଳୀରୁ ଫେରିବା ପରେ ଦଳର ବରିଷ୍ଠ ନେତା ମାନଙ୍କ ସହ ଆଲୋଚନା କରିବି । ଏହାପରେ ଦଳର କୌଣସି ବ୍ୟକ୍ତିଙ୍କ ନାମରେ ଯଦି ଏଭଳି ଘଟଣାର କୌଣସି ତଥ୍ୟ ମୋ ହାତରେ ଲାଗିଲା ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ଯେତେବେଳେ ଦଳ ଭିତରେ ଏହି କଥାକୁ ନେଇ ଆରୋପ ଲଗାଯାଉଛି ସେଠାରେ ବିରୋଧୀ ଅବା କିଭଳି ଚୁପ ବସିବେ । ଏହି ଘଟଣାରେ ଏବେ ଖୁବ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରାଯାଉଛି ।ବର୍ତ୍ତମାନ ଏହି ଘଟଣାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ ନିଜର ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ସତ୍ୟ କେବେ ଲୁଚି ରହିବ ନାହିଁ । ବିଜେଡି ସହ ତାଙ୍କର ଡିଲ ହୋଇଛି । ଏକଥା ମୁଁ ଲୋକଙ୍କ ଠାରୁ ଶୁଣିଛି । ଆଉ ଏହି ଡିଲ ୨୦୨୪ ନିର୍ବାଚନରେ କିଛି କାମରେ ଆସିବ ନାହିଁ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।

ଆହୁରି ପଢନ୍ତୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking