30.1 C
Bhubaneswar
Friday, May 3, 2024
Homeଓଡିଶାଅଭିଭାବକଙ୍କୁ ଘାରିଛି ପିଲାଙ୍କ ବିଦ୍ୟାଳୟ ପାଠପଢା ଚିନ୍ତା !

ଅଭିଭାବକଙ୍କୁ ଘାରିଛି ପିଲାଙ୍କ ବିଦ୍ୟାଳୟ ପାଠପଢା ଚିନ୍ତା !

ରାଉରକେଲା: କରୋନା ମହାମାରୀ ଯୋଗୁ ଏ ଯାଏ ପ୍ରାଥିମକ ବିଦ୍ୟାଳୟରେ ପାଠ ପଢା ବନ୍ଦ ରହିଛି । ଯାହା ଫଳରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲ ବାରଣ୍ଡାର ପାଦ ଏଯାଏ ଥାପି ପାରି ନାହାନ୍ତି । ଯାହା ଫଳରେ ପିଲାଙ୍କ ବିଦ୍ୟାଳୟ ପାଠ ପଢା ଏକ ପ୍ରକାର ଠପ ହୋଇ ଯାଇଛି । ଅନଲାଇନ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରାଯାଇଥିଲେ ସୁଦ୍ଧା ହେଲେ ଗ୍ରାମାଚଂଳରେ ଅନଲାଇନ ଶିକ୍ଷା ବ୍ୟବସ୍ଥା ଫେଲ ମାରିବା ସହ ପାଠୁଆ ପିଲା ମାନେ ନିଜ ପରିବାର ସହ ବିଲରେ କାର୍ଯ୍ୟ କରିବା, ମାଛ ଧରିବା, ଛେଳି ଚରାଇବା ଆଦି କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି । ଦକ୍ଷିଣ ରାଉରକେଲାର ସହରାଚଂଳ ସମେତ ଗ୍ରାମଂଚଳ ଅଭିଭାବକ ମାନଙ୍କୁ ପିଲାଙ୍କ ପାଠ ପଢା ଚିନ୍ତା ଘାରିବାରେ ଲାଗିଛି । ଏଠାରେ ପ୍ରକାଶ ଥାଉକି, ଲାଠିକଟା ବ୍ଲକ ଅର୍ନ୍ତଗତ ମୁଣ୍ଡାଜୋର, ସୁନାପର୍ବତ, ଖରୁଆଟୋଲି, ଡଲାକୁଦର, ଲହଦର, ବୁଢିକୁଦର, ପୋଟବେଡ଼ା ମନକୋ ଆଦି ଗ୍ରାମରେ ଏପରି ଅବସ୍ଥା ଦେଖିବାକୁ ମିଳିଛି ।

ତାଲାବନ୍ଦ ସମୟରେ ଶିକ୍ଷା ବ୍ୟବସ୍ଥାକୁ ସଜାଡିବା ତଥା ପିଲାଙ୍କ ପାଠପଢା ସୁବିଧା ପାଇଁ  ସରକାର ଅନଲାଇନ ମାଧ୍ୟମରେ ପାଠପଢା ପାଇଁ ବ୍ୟବସ୍ଥା  କରିଥିଲେ, ମାତ୍ର ସମସ୍ତଙ୍କ ପାଖରେ ଆଣ୍ଡଡ୍ରୋଏଡ ମୋବାଇଲ ଉପଲବ୍ଧ ନଥିବା ଏବଂ ନେଟୱାର୍କ ସମସ୍ୟା ଓ ଅନ୍ୟାନ ଅସୁବିଧା ଲାଗି ରହିଥିବାରୁ  ଅନଲାଇନ ପାଠପଢା ଗ୍ରାମାଚଂଳରେ ଫେଲ ମାରିଥିଲା! ରାମଯୋଡ଼ି ଏକ ଉପାନ୍ତ ଅଂଚଳ ହୋଇଥିବା ବେଳେ ଏଠିକାର ଅଧିକାଂଶ ଅଭିଭାବକଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଅନଲାଇନ ପାଠପଢା ପାଇଁ ଆବଶ୍ୟକ ମୋବାଇଲ ଫୋନ ସେମାନଙ୍କ ପିଲା ମାନଙ୍କୁ ଯୋଗାଇ ପାରି ନାହାନ୍ତି । ଫଳରେ ଅନଲାଇନ ପାଠ ପଢାରୁ ଗରିବ ଛାତ୍ରଛାତ୍ରୀ ବଂଚିତ ହେଉଛନ୍ତି । ଅନ୍ୟପକ୍ଷେ ପରିବାରର ସମସସ୍ତେ ଶିକ୍ଷିତ ନଥିବାରୁ ପିଲା ମାନଙ୍କୁ ପାଠ ପଢାଇ ପାରୁନାହାନ୍ତି, ଯାହା କେବଳ ବିଦ୍ୟାଳୟ ପାଠ ପଢାକୁ ଅନାଇ ରହିଛନ୍ତି ବହୁ ଛାତ୍ରଛାତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking