39.1 C
Bhubaneswar
Tuesday, April 23, 2024
Homeଓଡିଶା୧୫ ବର୍ଷ ହେଲା ସିଲାଇ କାରିଗର ଭାବେ କାମ କରୁଛନ୍ତି ଦିବ୍ୟାଙ୍ଗ

୧୫ ବର୍ଷ ହେଲା ସିଲାଇ କାରିଗର ଭାବେ କାମ କରୁଛନ୍ତି ଦିବ୍ୟାଙ୍ଗ

ରାଉରକେଲା: ଏମତି ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ବଣମଲ୍ଲୀ ପରି ସୁଗନ୍ଧ ବାଂଟି ଅକାଳରେ ଝରି ଯାଇଥାନ୍ତି । ଏ ଦୁନିଆରେ ସେମାନଙ୍କ ସୁରଭି ଆଘାଣ କରିବା ବେଳେ ସେମାନଙ୍କ ସ୍ଥିତି ଏବଂ ପରିଚୟକୁ ସଂପୂର୍ଣ୍ଣ ରୂପେ ଭୁଲି ଯାଆନ୍ତି । ପ୍ରତ୍ୟେକ ମୂହୂର୍ତରେ ମୁତ୍ୟକୁ ସାମ୍ନା କରି ଦୁଃଖ ଯନ୍ତ୍ରଣା ତଥା ଅଭାବୀ ପଣ ସହିତ ଲଢେଇ କରି ହାରି ନାହାନ୍ତି କିଛି ଦୃଢମନା ବ୍ୟକ୍ତିତ୍ୱ । ସମାଜରେ  ନିଜକୁ ନିଜର ପରିଚୟ ଦେବାରେ ସମର୍ଥ ହୋଇଥିବା ଏବଂ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ଫର୍ଟିଲାଇଜର ଅଂଚଳର ଜଣେ ଦିବ୍ୟାଙ୍ଗ ଯୁବକ । ସ୍ଥାନୀୟ ଉତ୍କଳ ନଗରରେ ରହୁଥିବା ଲଖନ ଲୋହାର ଓ ମାତା ଜନଙ୍କ ପୁତ୍ର  ରବିନ୍ଦ୍ର । ଜନ୍ମରୁ ବାକ୍ ଓ ଶ୍ରବଣ ଶକ୍ତି ହରାଇ ବସିଥିଲେ ରବିନ୍ଦ୍ର । ରବିନ୍ଦ୍ରଙ୍କୁ ୪୦ ଛୁଇଁଲାଣି ।  ଜୀବନ ଯୁଦ୍ଧରେ ସେ ଆଦୌ  ହାର ମାନି ନାହାନ୍ତି, ନିଜର ଅକ୍ଷମତାକୁ ପାଶୋରି ସେ ସିଲାଇ ବୃତି କରି ନିଜ ତଥା ପରିବାରର ପେଟ ପୋଷି ପାରୁଛନ୍ତି ।

ଫର୍ଟିଲାଇଜର ସ୍ଥିତ ଚିପଟାଇପ ମାର୍କେଟ ଠାରେ ଥିବା ଏକ ସିଲାଇ ଦୋକାନରେ ସେ ଦୀର୍ଘ ୧୫ ବର୍ଷ ହେଲା ସିଲାଇ କାରିଗର ଭାବେ କାର୍ଯ୍ୟରତ । ସେଠାରେ କାର୍ଯ୍ୟ କରିବା ବେଳେ ତାଙ୍କୁ ଆନନ୍ଦ ମିଳିଥାଏ ବୋଲି ସେ ସାଙ୍କେତିକ ଭାଷାରେ ପ୍ରକାଶ କରନ୍ତି । ଦୋକାନରୁ ଯାହା କିଛି ମିଳେ, ସେଥିରେ ରବିନ୍ଦ୍ର ନିଜର ଗୁଜୁରାଣ ମେଂଟାନ୍ତି । ସରକାରଙ୍କ ପକ୍ଷରୁ ତାଙ୍କୁ ଟ୍ରାଇ ସାଇକେଲ ଓ ମାସିକ ଭିନ୍ନକ୍ଷମ ଭତା ପ୍ରଦାନ କରାଯାଉଛି । ସରକାରଙ୍କ ତରଫରୁ ଅଧିକ କିଛି ସାହାଯ୍ୟ ସହଯୋଗ ମିଳିଲେ ସେ ଉପକୃତ ହୋଇପାରନ୍ତେ ବୋଲି ରବିନ୍ଦ୍ର ଆଶା ବାନ୍ଧି ରହିଛନ୍ତି ।  ରବିନ୍ଦ୍ର ଲୋହାରଙ୍କ ଦକ୍ଷତା ସମଗ୍ର ଫର୍ଟିଲାଇଜର ଅଂଚଳରେ  ଆଣି ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । ନିଜେ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ସେ କାହାରି ଉପରେ ଆଜିଯାଏ ନିର୍ଭରଶୀଳ ହୋଇ ନାହାନ୍ତି । ନିଜ ପରିବାର ପାଇଁ ସେ ଅଲୋଡ଼ା ହୋଇ ରହିନାହାନ୍ତି ବରଂ ପାଲଟିଛନ୍ତି ଏକ ଅମୂଲ୍ୟ ଅଙ୍ଗ! ଏବେ ଫର୍ଟିଲାଇଜର ତଥା ଆଖପାଖ ଅଂଚଳବାସୀଙ୍କ ମୁହଁରେ ଗୋଟିଏ କଥା ଦିବ୍ୟାଙ୍ଗ ହୋଇବି ଆତ୍ମ ନିର୍ଭରଶୀଳର ଅନନ୍ୟ ଉଦାହରଣ ପାଲଟିଛନ୍ତି ରବିନ୍ଦ୍ର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking