28.1 C
Bhubaneswar
Sunday, September 8, 2024
Homeଅପରାଧବେତନ ଟଙ୍କା ମାଗିବାରୁ ପାଟିରେ ଜୋତା ଧରିବାକୁ ବାଧ୍ୟ କଲେ କମ୍ପାନୀର ମାଲିକାଣୀ, ଅତି ନିର୍ମମ...

ବେତନ ଟଙ୍କା ମାଗିବାରୁ ପାଟିରେ ଜୋତା ଧରିବାକୁ ବାଧ୍ୟ କଲେ କମ୍ପାନୀର ମାଲିକାଣୀ, ଅତି ନିର୍ମମ ଭାବେ କଲେ ଅତ୍ୟାଚାର

ଗୁଜୁରାଟ : ନିଜ ବେତନ ଟଙ୍କା ମାଗିବାରୁ ଦଣ୍ଡ ପାଇଲେ କର୍ମଚାରୀ । ହକ୍‌ ର ଟଙ୍କା ପାଇଁ ମାଲିକାଣୀ ନିଜ କର୍ମଚାରୀଙ୍କୁ କଲେ ଆକ୍ରମଣ । କେବଳ ଆକ୍ରମଣ ନୁହେଁ ପାଟିରେ ଜୋତା ଧରିବାକୁ କଲେ ବାଧ୍ୟ । ଏଭଳି ଏକ ଅଭାବନୀୟ ଘଟଣା ଗୁଜୁରାଟର ମୋରବୀ ଠାରେ ଘଟିଛି । ଜଣେ ଦଳିତ ଯୁବକଙ୍କ ସହ ଏପରି ଅମାନବୀୟ ଘଟଣା ଘଟିଥିବା କଥା ଆପଣ ବି ବିଶ୍ୱାସ କରି ପାରୁ ନଥିବେ । କିନ୍ତୁ ଏଭଳି କିଛି ସତରେ ଘଟିଛି । ନିଜ କର୍ମଚାରୀଙ୍କ ସହ ଅତି ନିର୍ମମ ଭାବେ ଅତ୍ୟାଚାର କରିଛନ୍ତି ଖୋଦ କମ୍ପାନୀର ମାଲିକାଣୀ । କମ୍ପାନୀର ଉନ୍ନତି ପାଇଁ କମ୍ପାନୀ ମାଲିକମାନେ ନିଜ କର୍ମଚାରୀଙ୍କ ସହ ଅତି ସହନଶୀଳତା ଦେଖାଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ଏହାକୁ ନେଇ ଗଜୁରାଟ ପୋଲିସ ଜଣେ ମହିଳା ବ୍ୟବସାୟୀ ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ସୂଚନା ଅନୁସାରେ ୨୧ ବର୍ଷିୟ ନିଲେସ ଦଲସାନିୟା, ରାନିବା ଟାଇଲ୍ସ ଇଣ୍ଡଷ୍ଟ୍ରିଜ୍ କମ୍ପାନୀରେ କାର୍ଯ୍ୟ କରୁଥିଲେ ଯେଉଁଠାରେ ତାଙ୍କୁ ଅତି ନିର୍ମମ ଭାବରେ ଅତ୍ୟାଚାର କରାଯାଇଥିଲା । ତାଙ୍କ ଅଭିଯୋଗ ଅନୁସାରେ ସେ ଯେତେବେଳେ ଅଫିସକୁ ନିଜ ବେତନ ମାଗିବାକୁ ଯାଇଥିଲେ ସେତେବେଳେ ତାଙ୍କୁ ଅତି ନିର୍ମମ ଭାବେ ଅତ୍ୟାଚାର କରାଯାଇଥିଲା । ତାଙ୍କ ପାଟିରେ ଜୋତା ରଖି ତାଙ୍କୁ ମାଡ଼ ମାରିଥିଲେ ଅଫିସର ଅନ୍ୟ କର୍ମଚାରୀ । ଅଭିଯୋଗ ପରେ ମୋରବୀ ଏ ଡିଭିଜନ୍ ପୋଲିସ ନଭେମ୍ବର ୨୩ରେ କମ୍ପାନୀର ମାଲିକାଣୀ ବିଭୁତି ପଟେଲ ଓରଫ ରାନୀବା, ତାଙ୍କ ଭାଇ ଓମ ପଟେଲ ଏବଂ ମ୍ୟାନେଜରଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି । ରାନୀବା ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ ଲିମିଟେଡର ମାଲିକାଣୀ ହେଉଛନ୍ତି ବିଭୂତି ପଟେଲ । ତାଙ୍କର ରାଭାପାର ଛକରେ ଏକ ଅଫିସ ଅଛି । ଅଭିଯୋଗ ଅନୁସାରେ କମ୍ପାନୀର ମାଲିକାଣୀ ବିଭୁତି ଅକ୍ଟୋବର ମାସ ଆରମ୍ଭରେ ନିଲେସଙ୍କୁ ୧୨,୦୦୦ ଟଙ୍କା ଦରମାରେ ଟାଇଲ୍ସ ବିକ୍ରି ପାଇଁ ରଖିଥିଲେ । କିନ୍ତୁ ୧୮ ଅକ୍ଟୋବରରେ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା । ନିଲେସ ୧୬ ଦିନ କାମ କରିଥିବାରୁ ନିଜ ବେତନ ମାଗିଥିଲେ । ପରେ କମ୍ପାନୀର ମାଲିକାଣୀ ନିଲେସଙ୍କ ଫୋନ ନ ଉଠାଇ ତାଙ୍କୁ କୌଣସି ପ୍ରକାର ଉତ୍ତର ଦେଇନଥିଲେ । ଏନେଇ ବୁଧବାର ସନ୍ଧ୍ୟାରେ ନିଲେସ ଦାଲସାନିଆ ଏବଂ ତାଙ୍କ ଭାଇ ମେହୁଲ ଜଣେ ପଡୋଶୀଙ୍କ ସହ ପଟେଲଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପରେ ସେଠାରେ କମ୍ପାନୀର ମାଲିକାଣୀଙ୍କ ଭାଇ ଓମ ପଟେଲ ନିଜ ଲୋକଙ୍କ ସହ ସେଠାରେ ପହଞ୍ଚି ନିଲେସ ସମେତ ତିନିଜଣଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ବିଭୁତି ପଟେଲ ମଧ୍ୟ ନିଲେସଙ୍କୁ ଚାପୁଡ଼ା ମାରିଥିଲେ। ଅନ୍ୟ ଲୋକମାନେ ତାଙ୍କୁ ବେଲ୍ଟରେ ପିଟି ପିଟି ଆକ୍ରମଣ କରିଥିଲେ। ଦରମା ମାଗିବାରୁ କମ୍ପାନୀର ମାଲିକାଣି ବିଭୁତି ପଟେଲ ତାଙ୍କ ଜୋତା ପାଟିରେ ଉଠାଇ କ୍ଷମା ମାଗିବାକୁ ନିଲେସଙ୍କୁ ବାଧ୍ୟ କରିଥିଲେ। ମହିଳା ଜଣକ ତାଙ୍କୁ ହତ୍ୟା କରିବାର ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । ପୋଲିସ କହିଛି ଯେ ନିଲେସ ଘରକୁ ଫେରିବା ପରେ ତାଙ୍କୁ ମୋରବୀ ସିଭିଲ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି । ପୋଲିସର ସୂଚନାନୁସାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking