34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶକମିଲା କମର୍ସିଆଲ ସିଲିଣ୍ଡର ଦର

କମିଲା କମର୍ସିଆଲ ସିଲିଣ୍ଡର ଦର

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଦେଶରେ ସାଧାରଣ ନିର୍ବାଚନ ପୂର୍ବରୁ କମିଲା କମର୍ସିଆଲ ସିଲିଣ୍ଡର ଦର  ୧୯ କେଜି କମର୍ସିଆଲ ସିଲିଣ୍ଡର ଦର ୩୦.୫୦ ଟଙ୍କା ହ୍ରାସ ହୋଇଛି । ସେହିପରି ୫ କେଜି ଏଫଟିଏଲ ସିଲିଣ୍ଡର ଦର ୭.୫୦ ଟଙ୍କା ହ୍ରାସ କରିଛି ତୈଳ ବିପଣନ କମ୍ପାନୀ । ଆଜି ଠାରୁ ଏହି ଦୁଇ ସିଲିଣ୍ଡରର ନୂଆ ଦର ଲାଗୁ ହୋଇଛି ।

ଯାହା ସାଧାରଣ ଲୋକଙ୍କ ଆଶ୍ବସ୍ତି ଦେଇଛି । ସରକାରୀ ତୈଳ କମ୍ପାନୀ ଗୁଡିକ ଦେଇଥିବା ସୂଚନା ଅନୁଯାୟୀ, ଆଜିଠାରୁ ଦେଶର ବିଭିନ୍ନ ସହରରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୩୦.୫୦ ଟଙ୍କାକୁ ହ୍ରାସ କରାଯାଇଛି । କେବଳ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରରେ ଏହି ଲାଭ ପାଇ ପାରିବେ ଉପଭୋକ୍ତା । ଦିଲ୍ଲୀରେ ୧୯ କେଜି କମର୍ସିଆଲ ସିଲିଣ୍ଡର ଦର ୧୭୬୪.୫୦ ଟଙ୍କା ରହିଛି । ଏହା ପୂର୍ବରୁ ସିଲିଣ୍ଡର ଦର ୧୭୯୫ ଟଙ୍କା ରହିଥିଲା । ସେହିଭଳି କୋଲକାତାରେ ୧,୮୭୯ ଟଙ୍କା, ମୁମ୍ବାଇରେ ୧,୭୧୭.୫୦ ଟଙ୍କା ଓ ଚେନ୍ନାଇରେ ୧,୯୩୦ ଟଙ୍କାକୁ ଖସି ଆସିଛି କମର୍ସିଆଲ ସିଲିଣ୍ଡର ଦର । ଗତ ମାର୍ଚ୍ଚ ୧ ତାରିଖରେ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୨୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking